ଆଜିର ରାଶିଫଳ; 12 ନଭେମ୍ବର 2020 ବୁଧୁବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।

ବୃଷ

ନିଜ ସମ୍ପର୍କରେ ସୁଧାର ଆଣିବା ପାଇଁ ଯୋଜନା କରନ୍ତୁ ଏବଂ ସେମାନଙ୍କୁ ଖୁସି କରିଦିଅନ୍ତୁ ।ଆଜି ଶୀଘ୍ର ଘରେ ପହଞ୍ଚିବା ପାଇଁ ଚ଼େଷ୍ଟା କରନ୍ତୁ ଏବଂ ପରିବାର ବର୍ଗକୁ ବାହାରକୁ ବୁଲେଇ ନେଇ ଯାଆନ୍ତୁ ।ଆପଣ ଦେଖିବେ ଆପଣଙ୍କୁ କେତେ ଖୁସି ମିଳିବ ।

ମିଥୁନ

ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।

କର୍କଟ

ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

ସିଂହ

ଆପଣ ଯେତେବେଳେ ନିଜର ସମ୍ପର୍କିୟ ଲୋକ ସହ ଆଳାପ ଆଲୋଚନା କରୁଛନ୍ତି ନିଜର ଭାଷା ପ୍ରତି ସଂଯତ କରନ୍ତୁ । କିଛି କହିବା ପୂର୍ବରୁ ବିଶେଷ ଧ୍ୟାନ ଦିଅନ୍ତୁ । କେବଳ ଆପଣଙ୍କର ସାବଧାନତା ହିଁ ଆପଣଙ୍କୁ ବିପଦରୁ ଦୂରେଇ ରଖିବେ ।

କନ୍ୟା

ବନ୍ଧୁମାନଙ୍କ ସହ ଆପଣଙ୍କର ଭ୍ରମଣ କରିବାର ଅଛି । ଏହା ଆପଣଙ୍କର ସହର ମଧ୍ୟରେ ଦୀର୍ଘରାସ୍ତା ଭ୍ରମଣ ହୋଇପାରେ । ଯାହା ହେଉ ପଛେ ଏହା ଏକ ସୁନ୍ଦର ସ୍ମରଣୀୟ ଭ୍ରମଣ ହିସାବରେ ଆପଣଙ୍କ ଜୀବନରେ ଛାପ ରହିବ ।

ତୁଳା

ଆଜି ଆପଣ କୌଣସି ଧାର୍ମିକ ଯାତ୍ରା କରିପାରନ୍ତି କାରଣ ଆଜି କାଲି ଆପଣଙ୍କ ଆତ୍ମଜ୍ଞାନ ଆଧ୍ୟାତ୍ମିକ ଦିଗରେ ବୃଦ୍ଧି ପାଇଛି ।ଏହା ଦ୍ୱାରା ଆପଣଙ୍କୁ ସୁଖ ଏବଂ ଆତ୍ମସନ୍ତୋଷ ମିଳିବ ।

ବିଛା

କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ

ଧନୁ

ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।

ମକର

ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।

କୁମ୍ଭ

ଆଜି ଆପଣ ଦାୟୀତ୍ତ୍ୱର ସହ କିଛି କାମ କରିବାରେ ଅସୁବିଧା ହେବ । ଆପଣ ନିଜ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ କିନ୍ତୁ ଧୀର ମସ୍ତିଷ୍କରେ ଯୋଜନା କରନ୍ତୁ । ଶେଷରେ ଦେଖିବେ ଆପଣ ସମସ୍ତ କାର୍ଯ୍ୟ ସୁରୁଖୁରରେ କରିପାରିବେ ।

ମୀନ

ନିଜ ଜୀବନରେ ସମସ୍ୟାକୁ ସୁଧାରିବା ପାଇଁ ଆପଣ ଆଜି କୌଣସି ବ୍ୟକ୍ତିଙ୍କର ଉପଦେଶ ଗ୍ରହଣ କରିବେ । ଉପଦେଶ ଦେଉଥିବା ବ୍ୟକ୍ତି ଜଣେ ଜ୍ୟୋତିଷ୍କ ହୋଇପାରନ୍ତି । ଯିଏକି ଆପଣଙ୍କୁ ସଠିକ୍ ମାର୍ଗ ଦେଖାଇ ପାରିବେ ।

Share Your Views In Comments Below

comments