ମେଷ
ଆଜିର ଦିନ ନୂଆ ବନ୍ଧୁଟିଏ କରିବାର ଦିନ ଅଟେ । ଆଜିର ଦିନଟି ବ୍ୟବସାୟିକ ଦୃଷ୍ଟିରୁ ଏବଂ ସାମାଜିକ ଦୃଷ୍ଟିରୁ ସମ୍ପର୍କ ତିଆରି କରିବା ଦିନ ଅଟେ । କୌଣସି ସାମାଜିକ ଅନୁଷ୍ଠାନରେ ଆପଣ କିଛି ନୂଆ ଲୋକଙ୍କକ ସହିତ ସମ୍ପର୍କ ସ୍ଥାପନ ମଧ୍ୟ କରି ପାରନ୍ତି ।
ବୃଷ
ଆପଣଙ୍କର କୌଣସି ପ୍ରକାର ସହଯୋଗ ଆବଶ୍ୟକ ହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ ।|
ମିଥୁନ
ଭଲ ବନ୍ଧୁ ଆପଣଙ୍କୁ ଠିକ ଉତ୍ତର ଦେବ । ନିଜର ଜୀବନ ସୈଳି ପରିବର୍ତ୍ତନ ପାଇଁ ବନ୍ଧୁ ମାନଙ୍କର ସହିତ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ଠାରୁ ସକାରତ୍ମକ ଉତ୍ତର ନିଅନ୍ତୁ ।|
କର୍କଟ
ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।|
ସିଂହ
ଆଜି ନିଜର ଧ୍ୟାନ ଏଠି ସେଠି ନ ଲଗେଇ ନିଜ କାର୍ଯ୍ୟରେ ମନୋନିବେଶ କରନ୍ତୁ । ଆପଣ ହୁଏତ ଏହି ସମୟ ଏକ ସମାରୋହ ଚାହାଁନ୍ତି । କିନ୍ତୁ ନିଜ ପରିବାର ସହ ସମୟ ବିତାନ୍ତୁ ଏବଂ ସେମାନଙ୍କ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ ।|
କନ୍ୟା
ଆଜି ଆପଣ ମାନସିକ ଶାନ୍ତି ପାଇବା ପାଇଁ ଚାହାଁନ୍ତି । ଶାନ୍ତି ଆପଣଙ୍କ ଭିତରେ ହିଁ ଅଛି । ଏହାକୁ ବାହାରେ ଖୋଜିବା ପରିବର୍ତ୍ତେ ନିଜ ଭିତରେ ଫଳାଫଳକୁ ଆପଣ ଖୋଜନ୍ତୁ । ଏହାର ଆରମ୍ଭ ଆପଣ ଯୋଗଠାରୁ କରନ୍ତୁ ।|
ତୁଳା
ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।|
ବିଛା
ଆଜି ଆପଣ ଆତ୍ମଜ୍ଞାନ ଆଧ୍ୟାତ୍ମିକ ଦିଗରେ ନିଜର ପ୍ରକୃତ ରୂପକୁ ଚିହ୍ନନ୍ତୁ ଓ ଆଧ୍ୟାତ୍ମିକଜ୍ଞାନକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଏହି ମାର୍ଗରେ ଗତି କଲେ ଆଜି ଆପଣଙ୍କୁ ବହୁତ ଲାଭ ହେବ ଓ ଶାନ୍ତି ମଧ୍ୟ ମିଳିବ ।|
ଧନୁ
ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।|
ମକର
ଆଜି ଆପଣ ଆଧ୍ୟାତ୍ମିକତା ଦ୍ୱାରା ପ୍ରଭାବିତ ହେବେ । ଆପଣ ଆଜି ଆପଣଙ୍କ ଅନ୍ତରକୁ ଚିହ୍ନିବାକୁ ଚାହିଁବେ । ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ଏହି କାମନାରୁ ଆଜି ଆପଣଙ୍କୁ ବହୁତ ଶାନ୍ତି ମିଳିବ । ଏତଦ୍ୱାରା ଆଜି ଆପଣଙ୍କ ପ୍ରତିଭା ବିକଶିତ ହେବ ।|
କୁମ୍ଭ
ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ , ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ ।|
ମୀନ
ଆଜି ଆପଣଙ୍କୁ ଆପଣଙ୍କର କୌଣସି ନିକଟର ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ । ଏମିତି କୌଣସି ବସ୍ତୁ ଆପଣଙ୍କୁ ମିଳିପାରେ ଯାହା ଆପଣ କିଣିବାକୁ ଚାହୁଁ ନଥିବେ । ଏହି ଉପହାର ପାଇଁ ଆପଣ ବନ୍ଧୁଙ୍କୁ ଧନ୍ୟବାଦ ଦିଅନ୍ତୁ ।|