ମେଷ
ବହୁଦିନ ଧରି ଥିବା ସମସ୍ୟାର ସମାଧାନ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।
ବୃଷ
ଆଜି ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ବୋଧ ହୁଏ ନିଜ ଜୀବନର କୌଣସି ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିପାରୁ ନାହାନ୍ତି ।
ମିଥୁନ
କୌଣସି ନିକଟ ସମ୍ପର୍କୀୟ ଆଜି ଆପଣଙ୍କୁ ସହଯୋଗର ହାତ ବଢ଼େଇବେ । କୌଣସି ସମସ୍ୟାର ସମାଧାନ କରିବାକୁ ହେଲେ ଆପଣଙ୍କୁ ଆପଣଙ୍କର ଲୋକଙ୍କର ସାହାଯ୍ୟର ଦରକାର ପଡ଼ିପାରେ ।
କର୍କଚ
ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।
ସିଂହ
ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି ।
କନ୍ଯା
ବୃଥାରେ କୌଣସି କାଥାବାର୍ତ୍ତା କରନ୍ତୁ ନାହିଁ ବରଂ ସମ୍ପର୍କ ସଜବୁତ କରିବା ପାଇଁ ଚେଷ୍ଚା କରନ୍ତୁ । କୌଣସି ବ୍ୟକ୍ତି ସହ କଥାବାର୍ତ୍ତା ବେଳେସମାନ୍ୟ କଟୁ କଥା ନ କହିବା ପାଇଁ ଧ୍ୟାନ ଦିଅନ୍ତୁ ।
ତୁଳା
ଆପଣ ଯେତେବେଳେ ନିଜର ସମ୍ପର୍କିୟ ଲୋକ ସହ ଆଳାପ ଆଲୋଚନା କରୁଛନ୍ତି ନିଜର ଭାଷା ପ୍ରତି ସଂଯତ କରନ୍ତୁ । କିଛି କହିବା ପୂର୍ବରୁ ବିଶେଷ ଧ୍ୟାନ ଦିଅନ୍ତୁ । କେବଳ ଆପଣଙ୍କର ସାବଧାନତା ହିଁ ଆପଣଙ୍କୁ ବିପଦରୁ ଦୂରେଇ ରଖିବେ ।
ବିଛା
ଆଜି ଆପଣଙ୍କ ପରିବାର ଲୋକମାନଙ୍କ ସହ ସାମାନ୍ୟ ଝଗଡା ହୋଇପାରେ ,ଯେଉଁଥିପାଇଁ ଆପଣଙ୍କ ମନର ଦୁଃଖ ଆସିବ ଆପଣ ହୁଏତ କିଛି ଭଲପାଇଁ ଉଦ୍ଦେଶ୍ୟ ଏ କାମ କରୁଛନ୍ତି ।
ଧନୁ
ଆଜି ଆପଣଙ୍କର ପରିବାର ସଦସ୍ୟ ନୁହେଁ ନିଜର ସହକର୍ମିଙ୍କ ସହ କଥାବାର୍ତ୍ତା ଓ ବ୍ୟବହାରରେ ସାବଧାନ ରୁହନ୍ତୁ । କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣ ଆପଣଙ୍କର ପରିପକ୍ୱ ମନ ସାହାଯ୍ୟରେ ଅଶୋଭନୀୟ ପରିସ୍ଥିତିରୁ ନିଜକୁ ରକ୍ଷା କରିପାରିବେ ।
ମକର
ନିଜର ଉଚ୍ଚଅଧିକାରୀ ଏବଂ ସହକର୍ମୀମାନଙ୍କ ସହ କଳି ନ କରିବାକୁ ଚ଼େଷ୍ଟା କରନ୍ତୁ । ଆପଣ ନୀରବ ରହିବା ଭଲ । ଆପଣ ଆଜି ଖୁସି ହେବେ ଯେତେବେଳେ ଆପଣ ଦେଖିବେଯେ ଆପଣ ଶାନ୍ତ ରହିବା ଦ୍ୱାରା ସବୁ କଥା ସ୍ୱାଭାବିକ ହୋଇଯାଇଛି ।
କୁମ୍ଭ
କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ସାମାନ୍ୟ କଥାରେ ଆପଣ ଉତ୍ତେଜିତ ହୋଇ ପାରନ୍ତି ଓ ଝଗଡା ହୋଇପାରେ ।ଶାନ୍ତିର ସହ ନିଜର କାଯ୍ୟରେ ନିୟୋଜିତ ରୁହନ୍ତୁ ।
ମୀନ
ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ ।