ଆଜିର ରାଶିଫଳ; 24 ସେପ୍ଟେମ୍ବର 2020 ଗୁରୁବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ବହୁମୂଲ୍ୟ ବସ୍ତୁ କିଛି ଚୋରି ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ସାବଧାନ ରୁହନ୍ତି , କ୍ଷତି ହୋଇ ନ ପାରେ । ଏହାର ଅର୍ଥ ନୁହେଁ ଯେ ଆପଣ ଡରିଯିବେ ।

ବୃଷ

ଆଜି ଆପଣଙ୍କୁ ବହୁତ ଧନ,ମାନ,ଯଶ ଏବଂ ସଫଳତା ମିଳିବ । ଆଜି ଆପଣ ଏମିତି ସ୍ଥିତିରେ ଅଛନ୍ତି,ଯେ ନିଜ ବିଚାରକୁ କାର୍ଯ୍ୟରେ ପରିଣତ କରିପାରିବେ ।

ମିଥୁନ

ଆଜି ଆପଣଙ୍କ ଭାଗ୍ୟରେ ହଠାତ୍ ପରିବର୍ତ୍ତନ ହେବ । ଆପଣଙ୍କ କାର୍ଯ୍ୟ ଆପଣଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଦେବ ।ଆପଣଙ୍କ ଭଲ ଗୁଣ ଯୋଗୁଁ ଆଜି ଆପଣଙ୍କର ନୂଆ ବନ୍ଧୁ ହେବ ଏବଂ କିଛି ବ୍ୟବସାୟୀଙ୍କ ସହ ମଧ୍ୟ ଆପଣଙ୍କର ଭଲ ସମ୍ବନ୍ଧ ହୋଇପାରିବ ।

କର୍କଟ

ଏହି ସମୟରେ ଆପଣଙ୍କୁ ଧନ,ମାନ ,ଯଶ ସବୁ ମିଳିପାରିବ । ଆଜି ଆପଣଙ୍କର ମଜା କରିବାର ଦିନ , ଜୀବନ ଆଜି ଆପଣଙ୍କୁ ସେ ସବୁ କିଛି ଦେଇଛି ,ଯାହାପାଇଁ ଆପଣ ବହୁତ ପରିଶ୍ରମ କରିଥିଲେ ।

ସିଂହ

ଆଜି ଆପଣ ସଫଳତାର ମୁକୁଟ ପିନ୍ଧିବେ ,ଏହି ସଫଳତାର ଅସଲ ହକଦାର ଆପଣ, କାରଣ ଏହି ସଫଳତା ପାଇବା ପାଇଁ ଆପଣ ଅପ୍ରାଣ ଉଦ୍ୟମ କରିଛନ୍ତି । ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ ।

କନ୍ୟା

ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତହୁଅନ୍ତୁ ନାହିଁ ।

ତୁଳା

ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ।

ବିଛା

ଆଜି ଆପଣଙ୍କୁ ଏମିତି ପ୍ରଶଂସା ମିଳିବ ଯାହା ଆପଣ କେବେ ଆଶା କରି ନଥିବେ । ଆପଣ ନିସ୍ୱାର୍ଥ ଭାବରେ କରିଥିବା କାର୍ଯ୍ୟଯୋଗୁଁ ଆଜି ଆପଣଙ୍କୁ ସୁଫଳ ମିଳିବ । ଆପଣ ବୋଧହୁଏ ଏହା ଭାବିନଥିବେ ଯେ ଆପଣଙ୍କ ଉଚ୍ଚାଧିକାରୀ ଆପଣଙ୍କ ଉପରେ ନଜର ରଖିଛନ୍ତି ।

ଧନୁ

ଆପଣଙ୍କ ଆଶା ଏବଂ ବୁଝିପାରିବାର ଶକ୍ତି ଆପଣଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ଦୂରେଇ ଯାଇଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚ଼େଷ୍ଟା ସଫଳ ହେବ ଏବଂ ଏହି ସମ୍ପର୍କ ମଜବୁତ ହେବ ।

ମକର

ନିଜ ସମ୍ପର୍କରେ ସୁଧାର ଆଣିବା ପାଇଁ ଯୋଜନା କରନ୍ତୁ ଏବଂ ସେମାନଙ୍କୁ ଖୁସି କରିଦିଅନ୍ତୁ ।ଆଜି ଶୀଘ୍ର ଘରେ ପହଞ୍ଚିବା ପାଇଁ ଚ଼େଷ୍ଟା କରନ୍ତୁ ଏବଂ ପରିବାର ବର୍ଗକୁ ବାହାରକୁ ବୁଲେଇ ନେଇ ଯାଆନ୍ତୁ । ଆପଣ ଦେଖିବେ ଆପଣଙ୍କୁ କେତେ ଖୁସି ମିଳିବ ।

କୁମ୍ଭ

କୌଣସି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ ।

ମୀନ

ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ ।

Share Your Views In Comments Below

comments