ଆଜିର ରାଶିଫଳ; 30 Novembar 2021 ମଙ୍ଗଳବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ ।

ବୃଷ

ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ । ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ ।ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ ।|

ମିଥୁନ

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ ।|

କର୍କଟ

ଆଜି ଆପଣ ଦାୟୀତ୍ତ୍ୱର ସହ କିଛି କାମ କରିବାରେ ଅସୁବିଧା ହେବ । ଆପଣ ନିଜ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ କିନ୍ତୁ ଧୀର ମସ୍ତିଷ୍କରେ ଯୋଜନା କରନ୍ତୁ । ଶେଷରେ ଦେଖିବେ ଆପଣ ସମସ୍ତ କାର୍ଯ୍ୟ ସୁରୁଖୁରରେ କରିପାରିବେ ।|

ସିଂହ

ଆପଣଙ୍କ ସୁଖ ସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ ।|

କନ୍ୟା

ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ ।|

ତୁଳା

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ ।|

ବିଛା

ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ ।|

ଧନୁ

ଅନ୍ୟମାନଙ୍କର ଅଭିଯୋଗ ସମାଲୋଚନାକୁ ଖାତିର ନ କରି ଦିନ କଟାଇବେ ଏବଂ ଅନ୍ୟମାନଙ୍କ ସମାଲୋଚନା ଦ୍ୱାରା ନିଜେ ପ୍ରଭାବିତ ହେବେ ନାହିଁ । ପରିଶେଷରେ ଅନ୍ୟମାନେ ଆପଣଙ୍କୁ ଗ୍ରହଣ କରିବେ ।|

ମକର

ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।|

କୁମ୍ଭ

ଆଜି ଆପଣ ନିଜର ଅତିତକଥା ମନେ ପକାଇ ଖୁସି ରହିବେ । ସପ୍ତାହଶେଷରେ ବନ୍ଧୁ ଏବଂ ସମ୍ପର୍କିୟଙ୍କୁ ଭେଟିବାକୁ ଇଛା କରିବେ । ଏହା ଆପଣଙ୍କୁ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ ।|

ମୀନ

ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।|

Share Your Views In Comments Below

comments