ଅକ୍ଷୟ କୁମାର ନିଜର ଚଳଚ୍ଚିତ୍ର ‘ଲକ୍ଷ୍ମୀ’କୁ ନେଇ ହେଡଲାଇନରେ ସ୍ଥାନ ପାଇଛନ୍ତି। ଏହି ଫିଲ୍ମରେ ଅନେକ ଥର ବିବାଦ ଲାଗି ରହିଥିଲା। ଏହାପୂର୍ବରୁ ଏହି ଚଳଚ୍ଚିତ୍ରର ନାମ ଥିଲା ଲକ୍ଷ୍ମୀ ବମ୍ ଏବଂ ବିବାଦ ପରେ ଏହାର ନାମ ବଦଳାଇ ‘ଲକ୍ଷ୍ମୀ’ ରଖାଯାଇଛି । ନଭେମ୍ବର 9 ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ନିକଟରେ କପିଲ ଶର୍ମା ଶୋ’କୁ ଅକ୍ଷୟ ନିଜର ଫିଲ୍ମ ପ୍ରମୋଶନ ପାଇଁ ଆସିଥିଲେ । ଏହି ସମୟରେ ସେ ନିଜର ଏବଂ ଟୁଇଁକିଲ ଖାନ୍ନାଙ୍କ ଜୀବନ ବିଷୟରେ ଏକ ରହସ୍ୟ ଖୋଲିଥିଲେ | ଆପଣଙ୍କୁ କହିରଖୁଛୁ ଯେ ଅକ୍ଷୟ କପିଳ ଶର୍ମା ଶୋ’କୁ ସେଦିନ 25 ଥର ପାଇଁ ଆସିଥିଲେ | ସେ ଲକ୍ଷ୍ମୀ ଚଳଚ୍ଚିତ୍ର ର ସହ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ସହ ମଧ୍ୟ ଅନେକ ମସ୍ତି କରିଥିଲେ | ଶୋ’ ସମୟରେ ଅର୍ଚନା ପୁରନ ସିଂ ଅକ୍ଷୟଙ୍କୁ କିଛି ପ୍ରଶ୍ନ ପଚାରିଥିଲେ | ଯାହାର ଉତ୍ତର ଅକ୍ଷୟ ସ୍ୱାଭାବିକ ଭାବେ ଦେଇଥିଲେ|
ଅର୍ଚନା ପ୍ରଶ୍ନ କରିଥିଲେ ଯେ, ସେ ରାଜା ଭଳି ଜୀବନ ଅତିବାହିତ କରୁଛନ୍ତି କି ? ଏହାର ଉତ୍ତରରେ ଅକ୍ଷୟ ନା’ ବୋଲି କହିଥିଲେ | ଅର୍ଚନା ଦ୍ୱିତୀୟ ପ୍ରଶ୍ନରେ ପଚାରିଥିଲାଯେ, ଯେତେବେଳେ ଟୁଇଁକିଲ ଏବଂ ଅକ୍ଷୟଙ୍କ ମଧ୍ୟରେ ଝଗଡା ହେଲେ କିଏ ଜିତେ ? ଏହାର ଉତ୍ତରରେ ସେ କହିଥିଲେ ଯେ, ସବୁବେଳେ ଟୁଇଁକିଲ ହିଁ ଜିତନ୍ତି |
ଅକ୍ଷୟ ପତ୍ନୀ ଟୁଇଁକିଲଙ୍କ ବିଷୟରେ ପ୍ରକାଶ କରିଛନ୍ତି ଯେ ବିବାହର ପ୍ରଥମ ରାତିରେ ହିଁ ବୁଝିଥିଲେ ଯେ ଝଗଡ଼ାରେ ସେ ଟୁଇଁକିଲଙ୍କ ଠାରୁ କେବେବି ଜିତିପାରିବେ ନାହିଁ ।
ସୁପର ହିଟ୍ ଚଳଚ୍ଚିତ୍ରରେ କାମ କରୁଥିବା ଅକ୍ଷୟଙ୍କ ଲାଇଭ୍ ଷ୍ଟୋରୀ ମଧ୍ୟ ବହୁତ ଆକର୍ଷଣୀୟ ଅଟେ | କୁହାଯାଏ ଯେ ଯେତେବେଳେ ଟ୍ୱିଙ୍କଲଙ୍କ ଫିଲ୍ମ ରିଲିଜ ହେବାକୁ ଥିବା ସମୟରେ ଅକ୍ଷୟ ଟ୍ୱିଙ୍କଲଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ | ଏହାର ଉତ୍ତରରେ ଟ୍ୱିଙ୍କଲଙ୍କ ଉତ୍ତର ଥିଲା ଯେ ଯଦି ଫିଲ୍ମ ଫ୍ଲପ୍ ହୁଏ, ତେବେ ସେମାନେ ବିବାହ କରିବେ | ପରବର୍ତ୍ତୀ ସମୟରେ ଫିଲ୍ମ ଫ୍ଲପ ହୋଇଥିଲା ଏବଂ ଉଭୟ ବିବାହ କରିନେଇଥିଲେ|
ଏକ ଫଟୋ ସୁଟ୍ ସମୟରେ ଅକ୍ଷୟ ଏବଂ ଟ୍ୱିଙ୍କଲଙ୍କ ପ୍ରଥମ ଦେଖା ହୋଇଥିଲା | ଏକ ସାକ୍ଷାତକାରରେ ଅକ୍ଷୟ କହିଥିଲେ ଯେ ସେ ପ୍ରଥମ ଦେଖାରେ ହିଁ ଟ୍ୱିଙ୍କଲ ଙ୍କ ପ୍ରେମରେ ପଡିଯାଇଥିଲେ । ‘ଇଣ୍ଟରନେଶନାଲ ଖିଲାଡି’ ଚଳଚ୍ଚିତ୍ରର ସୁଟିଂ ସମୟରେ ଉଭୟଙ୍କୁ ପ୍ରେମ ହୋଇଯାଇଥିଲା ।
ଏକ ସାକ୍ଷାତକାରରେ ଟ୍ୱିଙ୍କଲ ନିଜର ପ୍ରେମ କାହାଣୀ ସମ୍ପର୍କରେ କହିଛନ୍ତି ଯେ, ଯେତେବେଳେ ସେ ଅକ୍ଷୟଂକୁ ଡେଟ କରୁଥିଲେ ସେତେବେଳେ ସେ ଏକ ଲମ୍ବା ରିଲେସନସିପ ରୁ ବାହାରିଥିଲେ ଏବଂ ଜୀବନକୁ ଖୁସିରେ ଏନଜୟ କରିବାକୁ ଚାହୁଁଥିଲେ ।
ସାକ୍ଷାତକାରରେ ଟ୍ୱିଙ୍କଲ ଏହା ମଧ୍ୟ କହିଛନ୍ତି ଯେ ସେ ଅକ୍ଷୟଙ୍କୁ 15 ଦିନ ପାଇଁ ପ୍ରେମିକ ଭାବେ ରଖିଥିଲେ । କାରଣ ଏମିତି ହେଲେ ଉଭୟ ଏକାସହ ଅଧିକ ସମୟ ଅତିବାହିତ କରିପାରିବେ | ଏହାପରେ ଶେଷରେ ଉଭୟ ବିବାହ କରିବାକୁ ନିଷ୍ପତି ନେଇଥିଲେ |
ଡିମ୍ପଲ ଏହା ମଧ୍ୟ ଲେଖିଛନ୍ତି ଯେ ଟ୍ୱିଙ୍କଲ ଏବଂ ଅକ୍ଷୟ କୁମାରଙ୍କ ବିବାହ ପାଇଁ ଏକ ସର୍ତ୍ତ ରଖିଥିଲେ | ସର୍ତ୍ତଟି ହେଲା ଉଭୟ ଏକ ବର୍ଷ ପାଇଁ ଲିଭ ଇନ ରିଲେସନ ରେ ରହିବେ | ଏହାପରେ ଯଦି ସବୁ ଠିକ ଠାକ ରୁହେ ତାହାଲେ ବିବାହ ପାଇଁ ଅନୁମତି ଦେବେ | ମା ଡିମ୍ପଲଙ୍କ ସର୍ତ୍ତରେ ଉଭୟ ଏକ ବର୍ଷ ପାଇଁ ଲିଭ ଇନ ରିଲେସନ ରେ ରହିଥିଲେ ଏବଂ ଏକ ବର୍ଷପରେ ଉଭୟ 2001ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ |
ଟ୍ୱିଙ୍କଲ୍ 2002 ରେ ପୁଅ ଆରବଙ୍କୁ ଜନ୍ମ ଦେଇଥିଲେ ଏବଂ 2012 ରେ ଝିଅ ନିତାରାଙ୍କୁ ଜନ୍ମ ଦେଇଥିଲେ | ନୀତାରାଙ୍କ ପୂର୍ବରୁ ସେ କହିଥିଲେ ଯେ ଯଦି ଅକ୍ଷୟ ଭଲ ଭାବରେ ଫିଲ୍ମରେ କାମ କରିବା ଆରମ୍ଭ କରିବେ, ତେବେ ଯାଇ ଦ୍ୱିତୀୟ ପିଲା ଯୋଜନା କରିବେ | ଅକ୍ଷୟ ପତ୍ନୀଙ୍କ କଥାରେ ରାଜି ହୋଇ ଅତି ଗମ୍ଭୀରତା ସହ ଚିନ୍ତା କରି ଚଳଚିତ୍ର ଗୁଡିକୁ ବାଛି କାମ କରିବା ଆରମ୍ଭ କରିଥିଲେ |
ଅକ୍ଷୟ ଇଣ୍ଡଷ୍ଟ୍ରିର ଏଭଳି ତାରକା ମାନଙ୍କ ମଧ୍ୟରୁ ଜଣେ, ଯିଏ ଅନେକ ରାତି ପର୍ଯ୍ୟନ୍ତ କାମ କରନ୍ତି ନାହିଁ ଏବଂ ସକକୁ ଶୀଘ୍ର ଉଠିପଡନ୍ତି | ଟ୍ୱିଙ୍କଲ୍ ତାଙ୍କ ଜୀବନରେ ଆସିଲା ପରଠାରୁ ତାଙ୍କୁ ତାଙ୍କ ଜୀବନ ଚର୍ଯ୍ୟାରେ ସାହାଯ୍ୟ ମଧ୍ୟ କରନ୍ତି | ଯେତେବେଳେ କରନ ଜୋହର ଟୁଇଁକିଲଙ୍କୁ ପଚାରିଲେ ଯେ. ଅକ୍ଷୟଙ୍କ ଏହି ଅଭ୍ୟାସ କୁ ଆପଣେଇବାପାଇଁ ତାଙ୍କୁ କେତେ ସମୟ ଲାଗିଥିଲା ? ଏହାର ଉତ୍ତରରେ କହିଛନ୍ତି ଯେ, ତାଙ୍କୁ ଆରମ୍ଭରୁ ହିଁ ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା ଭଲ ଲାଗେ | ଟ୍ୱିଙ୍କଲ କହିଛନ୍ତି ଯେ ସେମାନେ ପ୍ରତିଦିନରାତିରେ ଆରାମରେ ଶୋଇଥାନ୍ତି ।