ଅଭିନେତା ଅମ୍ଳାନ ଦାସଙ୍କ ସ୍ତ୍ରୀ ଭୁମିକା କରିଲେ ମହା ଖୁଲାସା… ବିସ୍ତାର ସହ କହିଲେ ବ୍ରିଜ ଉପରେ ତାଙ୍କ ସହ କ’ଣ ଘଟିଥିଲା… ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆପଣ ସମସ୍ତେ ଓଡ଼ିଆ ଆକ୍ଟର ଅମ୍ଲାନଙ୍କୁ ଭଲ ଭାବରେ ଜାଣି ଥିବେ, ସେ ପ୍ରସିଦ୍ଧ ଅଭିନେତା ମିହିର ଦାସଙ୍କ ପୁଅ | ଚଳିତ ବର୍ଷ ଫେବୃଆରୀ ମାସରେ ଅମ୍ଲାନ ଭୂମିକାଙ୍କୁ ବିବାହ କରିଥିଲେ | ଯାହାର ଅନେକ ଫଟୋ ମଧ୍ୟ ଇଣ୍ଟେର୍ନେଟରେ ଭାଇରଲ ହୋଇଥିଲା |

ନିକଟରେ ଏକ ଖବର ଆସିଥିଲା ଯେ ଅମ୍ଲାନଙ୍କ ପତ୍ନୀ ଭୂମିକାଙ୍କୁ କଟକ ସ୍ଥିତ ଏକ ବନ୍ଧରେ କେହି ଠେଲି ଦେଇଛି ଏବଂ ତାଙ୍କୁ ପାଣି ରେ ବୁଡୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି | ଏହି ଖରାବ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା | ତେବେ ଭୂମିକାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତାଙ୍କର ଡାକ୍ତରୀ ଚିକିତ୍ସା ପରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ ସେ ସୁସ୍ଥ ଅଛନ୍ତି | କିନ୍ତୁ ତାଙ୍କୁ ଡାକ୍ତରଖାନାରୁ ଘରକୁ ନନିଆଯାଇ ନିଆ ଯାଇଥିଲା ପୋଲିସ ଷ୍ଟେସନ | ତାଙ୍କୁ ପୋଲିସ ଷ୍ଟେସନ ନିଆ ଯିବାର ଏକମାତ୍ର କାରଣ ଥିଲା ସେ କିପରି ପାଣି ରେ ପଡିଲା ତାହା ଜାଣିବା |

ଭୂମିକା ପୋଲିସ ନିକଟରେ ପ୍ରକାଶ କରିଥିଲେ ଯେ ପାଦ ଖସି ଯିବାରୁ ସେ ପାଣି ରେ ପଡି ଯାଇଥିଲେ | କିନ୍ତୁ ଭୂମିକା ଏହା ସତ କହିଥିଲେ ନା କୌଣସି ଚାପରେ କହିଥିଲେ ତାହା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ଅନେକ ଆଲୋଚନା ଆରମ୍ଭ କରିଥିଲେ |

କିନ୍ତୁ ବର୍ତମାନ ସମସ୍ତ ପ୍ରଶ୍ନର ଅନ୍ତ ହୋଇଯାଇଛି | ନିକଟରେ ଭୂମିକା ଏକ ଭିଡିଓ କରି ସମସ୍ତ ସତ୍ୟ ପ୍ରକାଶ କରିଥିଲେ | ତେବେ କଣ କହି ଥିଲେ ଭୂମିକା ଏହି ଭିଡିଓରେ ଆସନ୍ତୁ ଜାଣିବା |

ଭୂମିକା ଏକ ଭିଡିଓ କରି ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲେ ଯାହା ବର୍ତମାନ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓରେ ଭୂମିକା କହିଥିଲେ ଯେ ” ସେ ବ୍ରତ କରିଥିବାରୁ ଓପାସ କରିଥିଲେ, ଯାହା ପାଇଁ ସେ ଦୁର୍ବଳ ଅନୁଭବ କରୁଥିଲେ | ବ୍ରତ ସାମଗ୍ରୀ ପାଣି ରେ ପକାଇବା ପାଇଁ ସେ ବନ୍ଧକୁ ଯାଇଥିଲେ ଏବଂ ସେ ହାଇ ହିଲ ପିନ୍ଧି ଥିଲେ | ବନ୍ଦରେ ଦୁର୍ବଳତା ହେତୁ ତାଙ୍କ ମୁଣ୍ଡ ବୁଲାଇ ଥିଲା ଏବଂ ହାଇ ହିଲ ପିନ୍ଧିଥିବାରୁ ଗୋଡ଼ ମୋଡି ହୋଇଯିବାରୁ ସେ ପାଣି ରେ ପଡି ଯାଇଥିଲେ ” | ଏହା ବ୍ୟତୀତ ଭୂମିକା ଏହା ମଧ୍ୟ କହିଥିଲେ ଯେ, ତାଙ୍କୁ ପାଣିରେ ପେଲି ଦିଆ ଯାଇଥିବା ନେଇ ଯେଉଁ ଅପପ୍ରଚାର ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ଯେଉଁ ଦୋଷ ଲଦା ଯାଉଛି ତାହାକୁ ନେଇ ସେ ଦୁଃଖିତ ଏବଂ ମାନସିକ ସ୍ତରରେ ଅନେକ ଯନ୍ତ୍ରଣା ପାଉଛନ୍ତି | ଏହାକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ |

Share Your Views In Comments Below

comments