ଅଙ୍କିତା ଲଖଣ୍ଡେ ନିଜ ପ୍ରେମିକ ସହ ପାଳିଲେ ଦୀପାବଳି ଆଉ ଛାଡିଦେଲେ ଏମିତି ଫୋଟୋ, ଲୋକ କହିଲେ, ସୁଶାନ୍ତଙ୍କ ସହ କାହିଁକି…

ମୁମ୍ବାଇ: ଟିଭି ଠାରୁ ଆରମ୍ଭ କରି ବୋଲିଉଡ଼ ପର୍ଯ୍ୟନ୍ତ ନିଜର ଚମତ୍କାର ଅଭିନୟ ପାଇଁ ଅଙ୍କିତା ଲଖଣ୍ଡେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି | କିଛି ଦିନ ହେଲାଣି ନିଜର କିଛି ଫୋଟୋ କୁ ନେଇ ଅଙ୍କିତା ଚର୍ଚ୍ଚାରେ ଅଛନ୍ତି | ଏହି ଫୋଟୋ ଗୁଡିକ ତାଙ୍କର ଦୀପାବଳି ପାଳନ କରୁଥିବା ସମୟର ଫୋଟୋ | ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି | ସେ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟ ରେ କିଛି ଫୋଟୋ ସେୟାର କରିଛନ୍ତି | ଯେଉଁଥିରେ ସେ ଏକ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି |

ଅସଲ କଥା ହଉଚି ସେ ଏହି ଫୋଟୋ ଗୁଡିକରେ ତାଙ୍କର ପ୍ରେମିକ ବିକି ଜୈନ ମଧ୍ୟ ନଜରକୁ ଆସିଛନ୍ତି | ଅର୍ଥାତ ଅଙ୍କିତା ନିଜ ପ୍ରେମିକ ସହ ଦୀପାବଳି ପାଳନ କରିଛନ୍ତି | ଏହି ଫୋଟୋରେ ବିକି ଘିଅ ରଙ୍ଗର କୁର୍ତା ପିନ୍ଧିଥିବାର ଦେଖିବାକୁ ମିଳୁଛି | ଉଭୟ ଏକ ସହ ବିଭିନ୍ନ ପ୍ରକାର ଶୈଳୀରେ ଫୋଟ ଉଠାଇଛନ୍ତି | ଫୋଟୋ ଗୁଡିକରେ ଉଭୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି | ଅଙ୍କିତା ଏହି ଫୋଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି , ‘ମୋର,ତୁମର ଏବଂ ସମସ୍ତଙ୍କ ପାଇଁ ଶୁଭ ଦୀପାବଳି |’

ଅନେକ ଇନଷ୍ଟାଗ୍ରାମ ୟୁଜର ଅଙ୍କିତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି | କେହି ତାଙ୍କୁ ଦୀପାବଳି ର ଶୁଭକାମନା ଜଣାଉ ଥିବାବେଳେ କେହି କେହି କ୍ଷୁଧା ପ୍ରକାଶ କରୁଛନ୍ତି | ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକ ମାନେ, ଅଙ୍କିତା ବିକି ଜୈନଙ୍କ ସହ ଦୀପାବଳି ପାଳନ କରିବାକୁ ନେଇ ନାରାଜ ଅଛନ୍ତି ଏବଂ ସୁଶାନ୍ତଙ୍କୁ ନେଇ କମେଣ୍ଟ ମଧ୍ୟ କରୁଛନ୍ତି |

ଜଣେ ୟୁଜର ଅଙ୍କିତାଙ୍କ ପୋଷ୍ଟରେ କମେଣ୍ଟ କରି ପଚାଇଛନ୍ତି ଯେ, “କଣ ଆପଣ ସୁଶାନ୍ତଙ୍କୁ ଭୁଲି ଗଲେ ?” ଅନ୍ୟ ପଟେ ଆଉ ଜଣେ ୟୁଜର ଲେଖିଛନ୍ତି, “ଜଷ୍ଟିସ ଫର ସୁଶାନ୍ତ ସିଂ ରାଜପୁତ ର କଣ ହେଲା ?” ଏହିପରି ୟୁଜର ମାନେ ଲଗାତାର ସୁଶାନ୍ତଙ୍କୁ ନେଇ ଅଙ୍କିତାଙ୍କୁ ପ୍ରଶ୍ନ କରିଛନ୍ତି | ଆପଣଙ୍କୁ କହିରଖୁଛୁ ଯେ, ନିକଟରେ ଅଙ୍କିତା ବିକି ଜୈନଙ୍କ ପାଇଁ ଏକ ପୋଷ୍ଟ କରିଥିଲେ | ଯେଉଁଥିରେ ସେ ବିକି ଜୈନଙ୍କୁ କ୍ଷମା ପ୍ରର୍ଥନା କରିଥିଲେ |

Share Your Views In Comments Below

comments