ଅନୁଭବ ଏଲିନାଙ୍କ ସହ ମିଶିବା ବର୍ଷା ଦେଲେ ଏମିତି ପ୍ରତିକ୍ରିୟା, ଦେଖନ୍ତୁ ଭିଡ଼ିଓ

ଗତ କିଛି ଦିନ ହେଲାଣି ଅନୁଭବ ଏବଂ ବର୍ଷ ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି | ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରିପାରୁ ନାହିଁ | ବର୍ଷା, ଅନୁଭବଙ୍କ ନାମରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ କରିଥିଲେ | ଅନ୍ୟପଟେ ଅନୁଭବ ମଧ୍ୟ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡପତ୍ର ନେବାକୁ ଅଭିଯୋଗ ମଧ୍ୟ କରିଥିଲେ |

ଇତି ମଧ୍ୟରେ ଅଭିନେତା ତଥା ବିଜେଡି ନେତା ଅନୁଭବ ଏବଂ ବର୍ଷାଙ୍କ ମଧ୍ୟରେ ବିବାଦ ଆଗକୁ ବଢି ଚାଲିଥିଲା | ନିକଟରେ ଅନୁଭବ ବର୍ଷାଙ୍କ ଅଭିଯୋଗ କ୍ରମେ କୋର୍ଟ ରେ ହାଜର ହୋଇଥିଲେ ଏବଂ ବର୍ଷାଙ୍କ ଅଭିଯୋଗ କୁ ଗୁରୁତ୍ୱ ଦେଇଥିଲେ | ଅନୁଭବ ତାଙ୍କର ଓକିଲଙ୍କ ମାଧ୍ୟମରେ ସତ୍ୟପାଠ ମଧ୍ୟ କରିଥିଲେ | ମହିଳା କମିଶନ ବର୍ଷାଙ୍କ ଅଭିଯୋଗର ସତ୍ୟତା ଅନୁସନ୍ଧାନ କରୁଛି | ଉଭୟ ପକ୍ଷଙ୍କୁ ଆପୋଷ ବୁଝାମଣା କରିବଲକୁ ମଧ୍ୟ ଚେଷ୍ଟା କରାଯାଇଥିଲା | କିନ୍ତୁ ତାହା କାମ ଦେଇନଥିଲା |

ନିକଟରେ ଅନୁଭବ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ନେଇ ଏକ ଅପପ୍ରଚାର ହୋଇଥିଲା | କିନ୍ତୁ ତାଙ୍କ ମଧ୍ୟରେ ସେପରି କିଛି ନାହିଁ | ଏହା ସମ୍ପୂର୍ଣ୍ଣ ମିଥ୍ୟା ଅପପ୍ରଚାର ଅଟେ |

Share Your Views In Comments Below

comments