ତୁମେ ନାରୀ ହେବାର ଫାଇଦା ଉଠାଉଛ ବର୍ଷା, ଅନୁଭବ ପୁଣି ଖୋଲିଲେ ମୁଁହ…

ନମସ୍କାର ବନ୍ଧୁଗଣ ହସ୍ପିଟାଲ୍ ରୁ ଫେରି ପୁଣିଥରେ ଆଉ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି ଆଉ ଅନୁଭବ ମହାନ୍ତି ଏଥିରେ କହିଛନ୍ତି କି ମୁଁ ହସ୍ପିଟାଲ୍ ରୁ ଫେରିଛି ଆଉ ମୁଁ ସବୁବେଳେ ନାରୀମାନଙ୍କ ସଶକ୍ତିକରଣ ପାଇଁ ଆଗରେ ଠିଆ ହୋଇଥାଏ କିନ୍ତୁ ଏମିତି ନାରୀ ଯେଉଁମାନେ କି ନିଜର ଫାଇଦା ଉଠାଇଥାନ୍ତି ସେମାନଙ୍କ ସପକ୍ଷରେ ମୁଁ କେବେବି ହେଲେ ନାହିଁ |

ସେ ନାରୀ ହୁଅନ୍ତୁ ବା ପୁରୁଷ ଯେଉଁମାନେ ଖରାପ କାମ କରନ୍ତି ବା ଯେଉଁମାନେ ନିଜ ଶକ୍ତିକୁ ଖରାପ ବ୍ୟବହାର କରନ୍ତି ସେମାନଙ୍କ ସାଥିରେ ମୁଁ କେବେବି ହେଲେ ନାହିଁ ବୋଲି କହିଛନ୍ତି ଅନୁଭବ ମହାନ୍ତି। ତେବେ ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତିଙ୍କ ବାପାଙ୍କ ଦେହ ବୋହୁତ ଖରାପ ରହିଛି ଆଉ ଏହି କାରଣରୁ ତାଙ୍କୁ ହସ୍ପିଟାଲ୍ ର ଆଇସିୟୁରେ ଭର୍ତ୍ତି କରାଯାଇଛି ତାହେଲେ ଅନୁଭବ ମହାନ୍ତି ନିଜ ବାପାଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରି ଏକ ପୋଷ୍ଟ କରିଥିଲେ |

ସୋସିଆଲ ମିଡିଆ ପୋଷ୍ଟରେ ସେ ଲେଖିଥିଲେ କି ବର୍ଷା ଆମେ ଶୀଘ୍ର ଅଲଗା ହୋଇଯିବା କାରଣ ମୁଁ ମୋ ବାପାଙ୍କୁ ବୋହୁତ ଭଲପାଏ ଆଉ ମୋ ବାପାଙ୍କ ଶେଷ ସମୟରେ ମୁଁ ତାଙ୍କୁ ଖୁସୀ ଦେବାକୁ ଚାହେଁ ଆଉ ଆମେ ଯେତେ ଶୀଘ୍ର ଅଲଗା ହୋଇଗଲା ଆମ ଘରଲୋକ ମାନେ ବୋହୁତ ଖୁସୀ ହେବେ ମୋ ବାପାଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ ଏହିଭଳି ସୋସିଆଲ ମିଡ଼ିଆ ପୋଷ୍ଟ କରିଥିଲେ |

ଅନୁଭବ ମହାନ୍ତି ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଅନୁଭବ କିନ୍ତୁ ବର୍ଷାଙ୍କ ଠାରୁ କୌଣସି ଉତ୍ତର ମିଳିନଥିଲା ତେବେ ପୁଣିଥରେ ଅନୁଭବ ମହାନ୍ତି ଏବେ ଆଉ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ହସ୍ପିଟାଲ୍ ରୁ ମୁଁ ଆସି ଯାଇଛି ଆଉ ମୁଁ ଏମିତି ନାରୀ ମାନଙ୍କୁ କେବେବି ହେଲେ ସପୋର୍ଟ କରେନାହିଁ ଯେଉଁମାନେ ନିଜ ଶକ୍ତିର ଅପବ୍ୟବହାର କରିଥାନ୍ତି।

ତାହେଲେ ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଦୁହେଁ ପରସ୍ପରକୁ ୨୦୧୪ ମସିହାରେ ବିବାହ କରିଥିଲେ କିନ୍ତୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବା କାରଣରୁ ଅନୁଭବ ମହାନ୍ତି ବର୍ଷାଙ୍କୁ ଛାଡ଼ପତ୍ର ଦେବାପାଇଁ କୋର୍ଟରେ ହାଜର ହୋଇଥିଲେ ଯାହାକି ଏବେ କୋର୍ଟରେ ପେଣ୍ଡିଙ୍ଗ ରହିଛି ତାହେଲେ ଅନୁଭବ ମହାନ୍ତି କୋର୍ଟରେ ଠିକ୍ ସମୟରେ ହାଜର ହେଉଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ କିନ୍ତୁ ଏହି ପ୍ରୋସେଶକୁ ଟିକେ ଟାଣୁଛନ୍ତି।

Share Your Views In Comments Below

comments