ଅଶ୍ଳୀଳ ଭିଡ଼ିଓ ଦେଖି ସବୁଦିନ ସମ୍ବନ୍ଧ ରଖୁଥିଲେ ସ୍ୱାମୀ, 2 ମାସ ପରେ ଆଉ ସହି ପାରିଲେନି ନାହିଁ ସ୍ତ୍ରୀ, କରିଦେଲେ ଏପରି କାମ

ପୋର୍ଣ୍ଣ ଭିଡ଼ିଓ ଦେଖିବା ଅଭ୍ୟାସ ହେଲା ପରେ ଜଣେ ନୌସେନା ର କମାଣ୍ଡର ନିଜ ପତ୍ନୀଙ୍କ ଆପତ୍ତିଜନକ ଫୋଟୋ ସୋସିଆଲ ମିଡିଆରେ ଭାଇରଲ କରିଦେଇଥିଲେ | ସୂଚନା ଅନୁସାରେ ପୀଡିତା ପତ୍ନୀ ଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ନୌସେନା କମାଣ୍ଡରଙ୍କ ବିରୋଧରେ ମକର୍ଦ୍ଦମା ରଜ୍ଜୁ କରିଛି |

ପୁନେରେ ରହୁଥିବା ଏହି ଅଭିଯୁକ୍ତ ନୌସେନା ଅଧିକାରୀ ଜଣକ ନିଜ ପତ୍ନୀଙ୍କର କିଛି ଆପତ୍ତିଜନକ ଫୋଟୋ ଏକ ଅନଲାଇନ ଫୋଟୋ ଆପ୍ସ ରେ ଅପଲୋଡ଼ କରିଦେଇଥିଲେ | ଯେଉଁ ଫୋଟୋ ଗୁଡିକରେ ତାଙ୍କ ପତ୍ନୀଙ୍କର ବ୍ୟକ୍ତିଗତ ଅଙ୍ଗ ଗୁଡିକ ଭଲ ଭାବେ ଦେଖା ଯାଉଛି | ପୀଡିତା କହିଛନ୍ତି ଯେ ସେ ମଧ୍ୟ ସେନାବାହିନୀ ର ଜଣେ ଅବସର ପ୍ରାପ୍ତ ଅଫିସର ଅଟନ୍ତି | ସେ ନିଜ ଅଭିଯୋଗରେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ପ୍ରୋନୋଗ୍ରାଫି ର ସଉକ ହେଇଯାଇଥିବାରୁ ସେ ତାଙ୍କୁ ବହୁତ ହଇରାଣ କରନ୍ତି | ତାଙ୍କ ସ୍ୱାମୀଙ୍କର ଏପରି କାର୍ଯ୍ୟକଳାପ ଯୋଗୁଁ ବିରକ୍ତ ହୋଇ ନିଜ ପିଲାମାନଙ୍କୁ ନେଇ ଅନ୍ୟତ୍ର ରହୁଛନ୍ତି |

ପୀଡିତା ଜଣକ କହିଛନ୍ତି ଯେ, ସେ ନିଜ ପତିଙ୍କ ଥେଉ ଅଲଗା ହୋଇ ଦିଲ୍ଲୀରୁ ପୁନେ ଆସିବା ବେଳେ ତାଙ୍କ ସ୍ୱାମୀଙ୍କର ମୋବାଇଲ ଫୋନ କୁ ମଧ୍ୟ ସାଙ୍ଗରେ ନେଇ ପଳେଇ ଆସିଥିଲେ |ପରବର୍ତ୍ତୀ ସମୟରେ ସେ ତାଙ୍କ ସ୍ୱାମୀଙ୍କ ମୋବାଇଲ କୁ ତନାଘନା କଲାପରେ ଦେଖିଲେ ଯେ, ତାଙ୍କର ଏବଂ ଅନ୍ୟ ମହିଳା ମାନଙ୍କର ମଧ୍ୟ ଆପତ୍ତିଜନକ ଫୋଟୋ ଏକ ଅନଲାଇନ ଫୋଟୋ ଆପ୍ସ ରେ ଉପଲୋଡ଼ କରାହେଇଛି | ଏହାପରେ ସେ ପୋଲିସ ପାଖରେ ତାଙ୍କ ସ୍ୱାମୀଙ୍କ ବିରୋଧ ରେ ଅଭିଯୋଗ କରିଛନ୍ତି |

Share Your Views In Comments Below

comments