OMG ! ବାହାଘରର ତିନି ମାସ ପର୍ଯ୍ୟନ୍ତ କନିଆଁ ସମ୍ବନ୍ଧ ରଖିବାକୁ ଦେଲେ ନାହିଁ, ସ୍ଵାମୀ ଜିଦି କରିବାରୁ କରିଦେଲେ ଏମିତି କାମ କି ସାରା ଜୀବନ ଭୁଲି ପାରିବେ ନାହିଁ ସ୍ୱାମୀ

ସେହି କନିଆଁ ଥିଲେ ଜଣେ ଲୁଟେରୀ କନିଆଁ | ବିବାହ ନାମରେ ଲୋକ ଙ୍କୁ ଧୋକା ଦେଉଥିଲେ | ଏବଂ ଘରୁ ସୁନା ଗହଣା ଆଦି ଚୋରି କରି ନେଇଯାଉଥିଲେ | ଯେ କେହି ଏହି ଦୁଲହନ ଙ୍କ ର କଥା ଶୁଣୁଛନ୍ତି ଆଶ୍ଚଯ୍ୟ ହେଇଯାଉଛନ୍ତି | କାରଣ ଏହି ଦୁଲହନ ବେଶ ଚତୁରତା ର ସହ ଲୋକ ଙ୍କୁ ନିଜ ର ପ୍ରେମ ରେ ଫସାଇ ଲୁଟ ପରି ଘଟଣା ଘଟାଇଥାନ୍ତି | ଏହି ଲୁଟେରୀ ଦୁଲହନ ଙ୍କ ବାବଦ ରେ ରାଜସ୍ତାନ ର ଉଦୟପୁର ଥାନା ରେ ମାମଲା ରୁଜୁ ହେଇଥିଲା |

କୁରାବାଦ ପୋଲିସ କହିଛି ଯେ ଗୁଦଲିର ବାସିନ୍ଦା ମୁକେଶ ପୁତ୍ର ଶାନ୍ତିଲାଲ ସେଥିଆ ଜଣେ ଦଲାଲଙ୍କ ମାଧ୍ୟମରେ ମୁସାଖେଡି (ଇନ୍ଦୋର) ବାସିନ୍ଦା ସପନା ମିଶ୍ରଙ୍କୁ 5 ଲକ୍ଷ ଟଙ୍କା ଦେବା ପରେ ସେ ଜୈନ ମନ୍ଦିରରେ ବିବାହ କରିଥିବା ସୂଚନା ଦେଇଛନ୍ତି। ସୀମା ମୁକେଶ ସେଥିଆଙ୍କ ସହିତ ପ୍ରାୟ ତିନିମାସ ରହିଥିଲେ | ଏହି ସମୟ ମଧ୍ୟରେ ସେ ପତ୍ନୀ ଧର୍ମ ପାଳନ କରିନଥିଲେ। ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା | ଏହି ସମୟ ମଧ୍ୟରେ ସେ ୫ ଥର ନିଜ ଘରକୁ ଯାଇଥିଲେ | ସେ ଦଲାଲଙ୍କ ସହ ମୋବାଇଲରେ ଗୁପ୍ତ ଭାବରେ ଚାଟ୍ କରୁଥିଲେ ଏବଂ ଏଠାରୁ ସବୁକିଛି ଲୁଟି ନେଇ ପଳାଇବାକୁ ଯୋଜନା କରିଥିଲେ।

3 ମାସ ପରେ ସେ ଘରେ ରଖାଯାଇଥିବା ଅଳଙ୍କାର ଏବଂ ଟଙ୍କା ନେଇ ଫେରାର ହେଇଯାଇଥିଲେ | ଯେତେବେଳେ ମୁକେଶ ସେଥିଆ ତାଙ୍କୁ ଖୋଜିବା ଆରମ୍ଭ କଲେ, ସେତେବେଳେ ଜଣା ପଡିଲା କି କନିଆଁ ଜଣଙ୍କ ନକଲି ଏବଂ ଡକାୟତ ଥିଲେ । ସେ ଏକ ଗ୍ୟାଙ୍ଗର ସାହାଯ୍ୟରେ ଏହି କାର୍ଯ୍ୟ କରୁଥିଲେ। ଏହା ଉପରେ ମୁକେଶ ଉଦୟପୁର ଏସପି ଅଭିଯୋଗ କରି ନ୍ୟାୟ ପାଇଁ ନିବେଦନ କରିଥିଲେ। କୁରାବାଦ ପୋଲିସର ଏଏସଆଇ ଗୁଲାବ ସିଂ କହିଛନ୍ତି ଯେ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଏହି ଅନୁସନ୍ଧାନ ଆରମ୍ଭ କରିଛି |

Share Your Views In Comments Below

comments