ବାପାଙ୍କ ର ରିକ୍ସା ଜବତ ପରେ ଥାନା ରେ ପହଞ୍ଚିଲେ ଝିଅ, ସେଠାରେ ହେଲା କିଛି ଏପରି କି ଝିଅକୁ ମିଠା ଖୁଆଇ ପୁଲିସ ଛାଡିଲେ ରିକ୍ସା

ବିଗତ ଦିନ ରେ ସାରା ଦେଶ ରେ ଯାତାୟାତ ର ନିୟମ ରେ ଅନେକ ବଡ଼ ପରିବର୍ତନ ଆସିଛି | ବିଗତ ଦିନ ରେ ଜଣେ ବ୍ୟକ୍ତି ଙ୍କ ର ରିକ୍ସା କୁ ପୋଲିସ ଜବତ କରିଥିଲେ | ଏବଂ ପୋଲିସ ଉକ୍ତ ରିକ୍ସା କୁ ଥାନା କୁ ନେଇଯାଇଥିଲେ | ଯେତେବେଳେ ଏହି ବ୍ୟକ୍ତି ଙ୍କ ର ଝିଅ ଏହି ବିଷୟ ରେ ଜାଣିବା କୁ ପାଇଥିଲେ ତ ତୁରନ୍ତ ତାଙ୍କ ଝିଅ ଥାନା ରେ ପହଂଚିଥିଲେ | କିନ୍ତୁ ପୋଲିସ ଷ୍ଟେସନ ରେ ଯୁବତୀ କିଛି ଏପରି କରିଛନ୍ତି ଯାହା କୁ ନେଇ ସେ ବେଶ ଚର୍ଚା ରେ ରହିଛନ୍ତି |

ଏହି ଯୁବତୀ ଙ୍କ ର ପିତା ଵିଚପୁରି ର ନିବାସୀ ଅଟନ୍ତି | ତାଙ୍କର ପୁରା ନାମ ଭୁରା ଯାଦବ ଅଟେ | ଭୁରା ଯାଦବ ଅନେକ ବର୍ଷ ହେବ ରିକ୍ସା ଚଳାଉଥିଲେ | ତେବେ କିଛି ନିୟମ ରେ ଖିଲାପୀ କରିବା କୁ ନେଇ ପୋଲିସ ତାଙ୍କ ର ରିକ୍ସା କୁ ଜବତ କରିଥିଲା | ଭୁରା ଯାଦବ ତାଙ୍କ ଘର କୁ ଯାଇ ଝିଅ ଶୀତଳ ଙ୍କୁ ଏହି ବିଷୟ ରେ ସୂଚନା ଦେଇଥିଲେ | ଏହା ପରେ ଝିଅ ଶୀତଳ ତୁରନ୍ତ ଥାନା ରେ ପହଂଚିଥିଲେ | ଏବଂ ଥାନା କୁ ଯାଇ କହିଥିଲେ ଆଜି ତାଙ୍କ ର ଜନ୍ମଦିନ ଅଟେ | ତେଣୁ ତାଙ୍କ ପିତା ଙ୍କ ର ରିକ୍ସା ଛାଡିଦେବାକୁ ପୋଲିସ କୁ ଅନୁରୋଧ କରିଥିଲେ | ଶୀତଳ ଙ୍କ ର ଏହି କଥା ଶୁଣି ପୋଲିସ ଅଧିକାରୀ ନରେନ୍ଦ୍ର ଶର୍ମା ଟିକେ ନରମି ଯାଇଥିଲେ ଓ ରିକ୍ସା ଛାଡିଦେଲେ |

ଶୀତଳ ଙ୍କୁ ଦେଲେ ମିଠା

ପୋଲିସ ଅଧିକାରୀ ଶୀତଳ ଙ୍କ ର ପିତା ଙ୍କ ର ରିକ୍ସା ଛାଡ଼ିଦେବା ସହ ମିଠା ଖାଇବା କୁ ଦେଇଥିଲେ | ଏବଂ ଜନ୍ମ ଦିନ ର ଶୁଭ କାମନା ଦେଇଥିଲେ | ଏବଂ ନିଜ ପିତା ଙ୍କୁ ଯାତାୟାତ ର ନିୟମ ମଧ୍ୟ କହିଥିଲେ I ଏବଂ ନିଜ ପିତା ଙ୍କ ସହ ଥାନା ରୁ ରିକ୍ସା ନେଇ ଯାଇଥିଲେ |

ଏହି କାରଣ ରୁ ଜବତ ହେଇଥିଲା ରିକ୍ସା

ପୋଲିସ ଅନୁସାରେ ଭୁରା ଯାଦବ ବୁଧବାର ଲୋହମାଡ଼ି ଅଂଚଳ ରେ ନିଜ ର ଇ ରିକ୍ସା କୁ ନୋ ପର୍କିଙ୍ଗ ଜୋନ ରେ ଲଗାଇଥିଲେ | ଏବଂ ପୋଲିସ ଏହି ରିକ୍ସା କୁ ଜବତ କରିଥିଲା | ଏବଂ ଝିଅ ର ଅନୁରୋଧ ଅନୁସାରେ ପୋଲିସ ତାଙ୍କ ପିତା ଙ୍କ ର ରିକ୍ସା କୁ ଛାଡିଦେଇଥିଲା |

ଭୁରା ଯାଦବ ଙ୍କ ର ଝିଅ ଙ୍କ ଅନୁସାରେ ତାଙ୍କ ପରିବାର ଏହି ରିକ୍ସା ଟଙ୍କା ରେ ହିଁ ଚାଲିଥାଏ | ଏବଂ ପୋଲିସ ଏହି ରିକ୍ସା ଜବତ କରିବା ପରେ ତାଙ୍କ ପରିବାର ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲା I ତେଣୁ ପୋଲିସ ଏହି ରିକ୍ସା ଫେରାଇଦେବା ପରେ ଶୀତଳ ମଧ୍ୟ ଜଣାଇଛନ୍ତି |

Share Your Views In Comments Below

comments