ବାପାଙ୍କ ପରେ ଏବେ ନିଜ ଦମ ଦେଖାଇଲେ ପୁଅ ଅର୍ଜୁନ, ଏମିତି କରିଲେ ବୋଲିଙ୍ଗ ଦେଖିକି ସମସ୍ତେ କହିଲେ ଭାରତକୁ ମିଳିଗଲା ନୁଆ ଷ୍ଟାର

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ସିନିଅର ଦଳପଟୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ରେ ହରିୟାଣା ବିପକ୍ଷରେ ପଦାର୍ପଣ କରିଛନ୍ତି | ଏଥିସହିତ ସେ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ସିନିଅର ଦଳରେ ସୁଯୋଗ ପାଇଛନ୍ତି | ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ତାଙ୍କ ପାଇଁ ଆଇ.ପି.ଏଲ ପାଇଁ ବାଟ ଖୋଲିଦେଇଛି | ଏଥର ତାଙ୍କ ପାଖରେ ଆଇ.ପି.ଏଲ ଖେଳିବାର ସୁଯୋଗ ରହିଛି | କାରଣ ସେ ଆଇ.ପି.ଏଲ ଖେଳିବାର ଯୋଗ୍ୟତା ହାସଲ କରିଛନ୍ତି |

ଅର୍ଜୁନ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଖୁବ ଧୂରନ୍ଦର ଅଛନ୍ତି | ଯଦି ଆଗକୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ଭଲ ପ୍ରଦର୍ଶନ କରନ୍ତି ତେବେ ସେ ଆଇ.ପି.ଏଲ ଖେଳିବାର ସୁଯୋଗ ପାଇପାରିବେ | ଆସନ୍ତା ଫେବୃଆରୀ ମାସରେ ହେବାକୁ ଯାଉଥିବା ଆଇ.ପି.ଏଲ ନିଲାମୀରେ ସାମିଲ ହୋଇପାରନ୍ତି ଅର୍ଜୁନ | ଯଦି ଆଇ.ପି.ଏଲ ର କୌଣସି ଦଳ ତାଙ୍କୁ କିଣନ୍ତି ତେବେ 2021ରେ ତାଙ୍କର ଧୂଆଁଧାର ବୋଲିଂ ଦେଖିବାକୁ ମିଳିବ |

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ରେ ହରିୟାଣା ବନାମ ମୁମ୍ବାଇ ମ୍ୟାଚରେ ଅର୍ଜୁନଙ୍କୁ ଦେଖିବାକୁ ମିଳିଥିଲା | ଏହି ମ୍ୟାଚରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନଥିଲା | କିନ୍ତୁ ବୋଲିଂରେ ସେ ନିଜର ଭଲ ପ୍ରଦର୍ଶନ କରିଥିଲେ | ଏହି ମ୍ୟାଚରେ ସେ 3 ଓଭର ବୋଲିଂ କରି 34 ରନ ଦେଇ 1 ଉଇକେଟ ଅକ୍ତିଆର କରିଥିଲେ | ନିଜର ଦ୍ରୁତ ବୋଲିଂ ରେ ବ୍ୟାଟ୍ସମ୍ୟାନଙ୍କୁ ଚଖମା ଦେବାରେ ମାହିର ଅଛନ୍ତି ଅର୍ଜୁନ | ଜଣେ ଭଲ ଅଲରାଉଣ୍ଡର ଭାବେ ଭାରତୀୟ ଦଳ ତରଫରୁ ଖେଳିବାର ଆଶା ରଖିଛନ୍ତି ଅର୍ଜୁନ |

ଏଥିସହିତ ନିଜ ପିତାଙ୍କ ପରି ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ଦେଖାଇବା ଅର୍ଜୁନଙ୍କ ସ୍ବପ୍ନ ଅଛି | ତେବେ ଦେଖା ଯାଉ ସେ ତାଙ୍କର ସ୍ବପ୍ନ ପୂରଣ କରିପାରୁଛନ୍ତି କି ନାହିଁ | ଆମେ ଆଶା କରୁଛୁ ଯେ, ତାଙ୍କର ସ୍ଵପ୍ନ ଖୁବ ଶୀଘ୍ର ପୂରଣ ହେଉ |

Share Your Views In Comments Below

comments