ବରଯାତ୍ରୀ ମାନଙ୍କ ସହ ଟ୍ରେନରେ ଯାଉଥିଲେ କନିଆଁ, ସକାଳ ହେବା ମାତ୍ରେ ଏପରି କିଛି ଦେଖିବା କୁ ମିଳିଲା କି ଉଡ଼ିଗଲା ସମସ୍ତଙ୍କ ହୋସ

ଯେତେବେଳେ ବିବାହ ପରେ ଝିଅ ଚାଲିଯାଏ, ସେତେବେଳେ ପୁରା ଘର ଖାଲି ଖାଲି ଲାଗେ| ଏଥି ସହିତ, ଯେତେବେଳେ ବର ଘରକୁ କନିଆ ଆସେ ସେତେବେଳେ ସାରା ଘରେ ଖୁସିର ବାତାବରଣ ଦେଖାଯାଏ| ସମସ୍ତେ ଉତ୍ସାହର ସହିତ କନିଆ ଆଗମନକୁ ଅପେକ୍ଷା କରନ୍ତି|ଘରର ମହିଳାମାନେ ଅନେକ ରୀତିନୀତି ପାଇଁ ପ୍ରସ୍ତୁତ ହୋଇ ବାରାତି ସହିତ କନିଆ ର ଆସିବା ପାଇଁ ଅପେକ୍ଷା କରନ୍ତି | କିନ୍ତୁ ନିକଟରେ ଏଭଳି ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଝିଅ ବିଦା ହେଲା, କିନ୍ତୁ ବର ଘରେ ପହଞ୍ଚିଲା ନାହିଁ |ବରର ସାମାନ୍ୟ ଭୁଲ କେତେ ମହଙ୍ଗା ପଡିଲା ଏହା ଅନୁମାନ କରିପାରିବେ ନାହିଁ|

ପାଟାଲିପୁତ୍ରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ପାଟାଲିପୁତ୍ର-ଲୋକମାନିଆ ତିଲକ ଏକ୍ସପ୍ରେସରେ ଏହି ଘଟଣା ଘଟିଛି। ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରୁ ସୁପର ଫାଷ୍ଟ ଟ୍ରେନର ଏସି ରୁମ ରୁ ରହସ୍ୟମୟ ଅବସ୍ଥାରେ ଦୁଲହନ ନିଖୋଜ ହୋଇଯାଇଥିଲେ। ବର ଏବଂ ବାରାତି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା। ଖଣ୍ଡୱା ଜଙ୍କସନରେ ସମ୍ପର୍କୀୟଙ୍କ ସୂଚନା ପରେ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଖୋଜି ଖୋଜି ବର ଖଣ୍ଡୱା ଠାରୁ ଇଟାରସିରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ GRP ରେ ପଞ୍ଜୀକରଣ କରିବା ପରେ ଷ୍ଟେସନରେ ସିସିଟିଭି ଫୁଟେଜ ଲଗାଯାଇଥିବା ମଧ୍ୟ ଦେଖିଥିଲେ, କିନ୍ତୁ କୌଣସି ସୂଚନା ମିଳି ନଥିଲା। କନିଆ ନିଜେ ଯାଇଛନ୍ତି ନା ତାଙ୍କ ସହ କିଛି ଅଘଟଣ ଘଟିଛି ତାହା ମଧ୍ୟ ଜଣା ପଡି ନାହିଁ। କୁହାଯାଉଛି ଯେ ବାରାତୀ ମାନଙ୍କୁ କଲ୍ୟାଣ ଜଙ୍କସନକୁ ଯିବାକୁ ଥିଲା ଏବଂ ରାତି ହେତୁ ସମସ୍ତ ବାରାତୀ ଏବଂ ବର କନିଆ ଟ୍ରେନରେ ଶୋଇଥିଲେ। କିନ୍ତୁ ଯେତେବେଳେ ବରର ବଡ ଭାଇ ସକାଳେ ଉଠିଲେ, ସେ ଦେଖିଲେ ଯେ କନିଆ ତାଙ୍କ ଜାଗା ରେ ନାହିଁ,ଏହା ପରେ ସେ ତାଙ୍କୁ ସବୁଆଡେ ଖୋଜିଲେ|

ବରର ଭାଇ କହିଛନ୍ତି ଯେ ଏହି ଘଟଣା ପରେ ସମସ୍ତ ଙ୍କ ହୋସ ଉଡିଯାଇ ଥିଲା କାରଣ ଏହା ବହୁତ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ​​|ଏହି ପରି କନିଆ ପଳେଇବା ଘଟଣା ଆଗରୁ କେବେ ସାମ୍ନା କୁ ଆସି ନଥିଲା। ଉଭୟ ପୁଅ ଏବଂ ଝିଅ ନିଜ ମଧ୍ୟରେ ବହୁତ ଭଲ କଥା ହେଉଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଟ୍ୟୁନିଂ ମଧ୍ୟ ଭଲ ଥିଲା, କିନ୍ତୁ ମଝି ବାଟରୁ ହଠାତ୍ ଏଭଳି ଗାୟବ ହେଇଯିବl ଅନେକ ପ୍ରଶ୍ନ ସୃଷ୍ଟି କରୁଥିଲା|ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ଟ୍ରେନରେ ଉପସ୍ଥିତ ଥିବା ଲୋକଙ୍କ ସହ କଥା ହୋଇଥିଲେ ସେତେବେଳେ ଜଣେ ବ୍ୟକ୍ତି କହିଥିଲେ ଯେ ସେ ଇଟ୍ରାସୀ ଷ୍ଟେସନ ନିକଟରେ କନିଆ ଙ୍କୁ ଓହ୍ଲାଉଥିବାର ଦେଖିଛନ୍ତି।

ଏଥି ସହିତ, ଝିଅ ର ପିତା କହିଛନ୍ତି ଯେ, ବିବାହ କୁ ନେଇ ଝିଅ ଉପରେ କୌଣସି ଚାପ ନଥିଲା| ଉଭୟ ପୁଅ ଏବଂ ଝିଅ ପରସ୍ପରକୁ ପସନ୍ଦ କରୁଥିଲେ| ବିବାହ ବନ୍ଧନରେ ଆବଦ୍ଧ ହେବା ସମୟରେ ଉଭୟ ମଧ୍ୟ ବହୁତ ଖୁସି ଥିଲେ|ଦୁହେଁ ଏକାଠି ଖିଆ ପିଆ ବୁଲା ବୁଲି ମଧ୍ଯ କରିଥିଲେ।ଝିଅ ର ବାପା କହିଛନ୍ତି ମୋର ଦୁଇଟି ଝିଅ ଅଛନ୍ତି ତାଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ସେ ଭୁଲ କାମ କରିପାରିବେ ନାହିଁ| ବିବାହରେ ଆଠ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାତିରେ ଝିଅ ର ଫୋନ୍ ମଧ୍ୟ ଆସିଥିଲା। ଆମେ ନିଜେ ବୁଝି ପାରୁନୁ ଯେ ସେ ନ ଜଣାଇ କୁଆଡେ ଗଲା|

Share Your Views In Comments Below

comments