ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟ ଦେଲେ ଏମିତି ନୋଟିସ, ଅନୁଭବ କହିଲେ ଏମିତି କଥା, ଶୁଣିବା ପରେ ଆପଣ ବି କହିବେ ହଁ ଠିକ …

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ସମସ୍ତେ ଜାଣନ୍ତି| ବିବାହ ପରେ ଉଭୟ ଦମ୍ପତିଙ୍କ ମଧ୍ୟରେ ଅନେକ ବିବାଦ ଦେଖା ଦେଇଥିଲା | ଯାହା ପରେ ବର୍ଷା ଅନୁଭବଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଛାଡପତ୍ର ମାଗିଥିଲେ |

ବର୍ଷା ବୁଝାମଣା ପରେ ଅନୁଭବଙ୍କ ସହ ପୁନଃ ରହିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଅନୁଭବ ଅନେଇ ମନା କରିଦେଇଛନ୍ତି | ନିକଟରେ ଅନୁଭବ ନିଜ ଓକିଲଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ ଏବଂ କ୍ୟାସନରେ ଲେଖି ଥିଲେ ଯେ ସତ୍ୟର ଜୟ ହେବ, ସତ୍ୟ ସର୍ବଦା ମୋ ସହ ଅଛି | ସେ ଏଭଳି କଣ ପାଇଁ କହିଥିଲେ ସେ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ |

ଅନୁଭବ ଏହି ମାମଲା ଦିଲ୍ଲୀ କୋର୍ଟରେ ଦାୟର କରିଥିଲେ, ଯାହାର ଶୁଣାଣି ହୋଇଥିଲା ଏବଂ ଦିଲ୍ଲୀ କୋର୍ଟ ବର୍ଷାଙ୍କୁ ଡିସେମ୍ବର 10ରେ ନିଜର ପକ୍ଷ ରଖିବାକୁ ନୋଟିସ ଦେଇଛନ୍ତି | ବର୍ଷା ଏହି ମାମଲାକୁ କଟକ ଘରୋଇ କୋର୍ଟକୁ ସ୍ଥାନାନ୍ତରିତ କରିବା ପାଇଁ ଆବେଦନ କରିଥିଲେ ମଧ୍ୟ ଦିଲ୍ଲୀ କୋର୍ଟ ଏହାକୁ ଖାରଜ କରିଦେଇଥିଲେ, ଏବଂ ବର୍ଷାଙ୍କୁ 10 ଡିସେମ୍ବରରେ ନିଜର ପକ୍ଷ ରଖିବାକୁ କହିଥିଲେ | ଯେଉଁଥି ପାଇଁ ଅନୁଭବ ଖୁସି ହୋଇ ନିଜର ଏବଂ ନିଜ ଓକିଲଙ୍କ ଫଟୋ ପୋଷ୍ଟ କରିଥିଲେ |

ତେବେ ଅନେଇ ବର୍ତ୍ତମାନ ସୁଦ୍ଧା ଏହି ବିଷୟରେ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, କିନ୍ତୁ ଏହା ନିଶ୍ଚିତ ଯେ ବର୍ଷାଙ୍କୁ 10 ଡିସେମ୍ବରରେ ଦିଲ୍ଲୀ କୋର୍ଟରେ ବର୍ଷାଙ୍କୁ ନିଜର ପକ୍ଷ ରଖିବାକୁ ପଡିବ | ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଆଗକୁ ଏହି ମାମଲାରେ କଣ ଘଟୁଛି |

Share Your Views In Comments Below

comments