ବିବାହ ପରେ ପ୍ରଥମ ଥର ପାଇଁ ନିଜ ସ୍ତ୍ରୀଙ୍କ ସହ ସୁଟିଂ ସେଟରେ ପହଞ୍ଚିଲେ ଓଡ଼ିଆ ଅଭିନେତା ଅମ୍ଲାନ, ତାପରେ କରିଲେ ଏମିତି କାମ…

ଓଡ଼ିଆ ଅଭିନେତା ଅମ୍ଲାନଙ୍କ ବର୍ତ୍ତମାନ ଆଗାମୀ ଚଳଚ୍ଚିତ୍ର ଗୁପଚୁପର ସୁଟିଂ ଚାଲିଛି | ଏହି ଗୁପଚୁପ ଚଳଚ୍ଚିତ୍ରର ସୁଟିଂ ସେଟକୁ ପ୍ରଥମ ଥର ପାଇଁ ନିଜ ପତ୍ନୀ ଭୂମିକାଙ୍କୁ ସାଥିରେ ନେଇ ଯାଇଛନ୍ତି ଅମ୍ଲାନ | ସେଠାରେ ସେ ତାଙ୍କୁ ବୁଲାଇବା ସହ ସୁଟିଂ କିପରି କରାଯାଏ ତାହା ଦେଖାଇଛନ୍ତି |


ଅମ୍ଲାନ ଏବେ ଏକ ଆକ୍ସନ ଧର୍ମୀ ଚଳଚ୍ଚିତ୍ର ଗୁପଚୁପ ର ସୁଟିଂ କରୁଛନ୍ତି | ଏଥିରେ ସେ ଏକ ଭିନ୍ନ ଅବତାରରେ ଦେଖାଯିବେ ବୋଲି ସୂଚନା ମିଳିଛି | ସେ ନିଜ ପତ୍ନୀଙ୍କୁ ଆକ୍ସନ ଦୃଶ୍ୟ ସମେତ ଅନ୍ୟାନ୍ୟ ଦୃଶ୍ୟ ସୁଟିଂ କିପରି ହୁଏ ତାହା ଦେଖାଇବା ପାଇଁ ସାଥିରେ ନେଇ ଯାଇଥିଲେ |


ଏହି ଚଳଚ୍ଚିତ୍ର ଟି ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି | ଏଥିରେ ଅମ୍ଲାନଙ୍କ ସହ ସମୀରା ଏବଂ ନାଗେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ | ଏହା ଏକ ନୂଆ ଧରଣର ଚଳଚ୍ଚିତ୍ର ହେବାକୁ ଯାଉଛି ଏବଂ ଏହାକୁ ଲୋକମାନେ ପସନ୍ଦ କରିବେ ବୋଲି ଅମ୍ଲାନ ଆଶା ରଖିଛନ୍ତି |

ଲୋକମାନେ ଅମ୍ଲାନଙ୍କ ଟାର୍ଗେଟ ଚଳଚ୍ଚିତ୍ର ରୁ ଆରମ୍ଭ କରି ଅନ୍ୟାନ୍ୟ ଚଳଚ୍ଚିତ୍ରକୁ ଖୁବ ପସନ୍ଦ କରିଛନ୍ତି | ବାପା ମିହିର ଦାସଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରନ୍ତି ପୁଅ ଅମ୍ଲାନଙ୍କ ଅଭିନୟକୁ ମଧ୍ୟ ଲୋକେ ସେତିକି ପସନ୍ଦ କରନ୍ତି | ଅମ୍ଲାନ ଙ୍କ ଆଗାମୀ ଚଳଚ୍ଚିତ୍ର ଗୁପଚୂପ କୁ ମଧ୍ୟ ଲୋକେ ସେତିକି ଭଲ ପାଇବା ଦେବେ ବୋଲି ଆଶା କରାଯାଉଛି |

Share Your Views In Comments Below

comments