ବାହା ନ ହେଇକି Kiara Advani, Sidharth Malhotraଙ୍କ ସହ କରୁଛନ୍ତି ହନିମୁନ… ସାମ୍ନାକୁ ଆସିଲା ଏମିତି ଫୋଟୋ

ଟାଇଗର ଏବଂ ଦିଶାଙ୍କ ବ୍ୟତୀତ ଆଉ ଏକ ବଲିଉଡ ଯୋଡି ସିକ୍ରେଟ ହନିମୁନ ମାନିବା ପାଇଁ ମାଳଦ୍ଵୀପ ଯାଇଛନ୍ତି | ସେମାନେ ହେଲେ କିଆରା ଆଡ଼ଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା | ଉଭୟ ମାଳଦ୍ଵୀପରେ ଏବେ ଏକାସହିତ ଛୁଟି କାଟୁଛନ୍ତି | ଉଭୟ ନୂଆ ବର୍ଷକୁ ଖୁବ ଆନନ୍ଦ ସହକାରେ ସ୍ୱାଗତ ମଧ୍ୟ କରିଛନ୍ତି | କିଆରା ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ଛୁଟିଦିନର ଫୋଟୋ ଗୁଡିକ ସେୟାର କରିଛନ୍ତି | କିନ୍ତୁ ଉଭୟ ତାଙ୍କର ଏକାସହ ଫୋଟ ଏପର୍ଯ୍ୟନ୍ତ ସେୟାର କରିନାହାନ୍ତି | ଉଭୟଙ୍କୁ ମୁମ୍ବାଇ ଏଆରପୋର୍ଟରେ ଏକାସହିତ ମାଳଦ୍ଵୀପ ଯିବା ସମୟରେ ଏବଂ ସେଠାରୁ ଫେରିବା ସମୟରେ ମଧ୍ୟ ଦେଖାଯାଇଥିଲା |

ଫେରିଲା ବେଳେ ସିଦ୍ଧାର୍ଥ ହଳଦିଆ ରଙ୍ଗର ଏକ ସାର୍ଟ ଏବଂ ସବୁଜ ରଙ୍ଗର ପ୍ୟାଣ୍ଟ ପିନ୍ଧି ଥିଲେ | ଅନ୍ୟ ପଟେ କିଆରା ଗୋଲାପୀ ରଙ୍ଗର ଏକ ସାର୍ଟ ଏବଂ ଧଳା ରଙ୍ଗର ଏକ ଶର୍ଟ ପ୍ୟାଣ୍ଟ ପିନ୍ଧିଥିଲେ | କିନ୍ତୁ ଏହାପୂର୍ବରୁ କିଆରା ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ | ଯେଉଁଥିରେ ସେ ହଳଦିଆ ରଙ୍ଗର ଏକ ସାର୍ଟ ପିନ୍ଧି ଥିବାର ନଜର ଆସିଛନ୍ତି | ଏହାକୁ ଦେଖି ପ୍ରଶଂସକ ମାନେ କହୁଛନ୍ତି ଯେ, ଉଭୟ ଲୁଚି ଲୁଚି ହନିମୁନ ପାଳନ କରୁଛନ୍ତି ଏବଂ କିଆରା ସିଦ୍ଧାର୍ଥଙ୍କ ସାର୍ଟ ପିନ୍ଧି ଫୋଟଟି ଉଠାଇଛନ୍ତି |

କିଆରା ଏବଂ ସିଦ୍ଧାର୍ଥ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି | ତାଙ୍କୁ ଏକାଠି ଦେଖିଲେ ଲାଗୁଛି ଯେ, ଉଭୟ ଲିଭ ଇନ ରିଲେସନସିପରେ ରହୁଛନ୍ତି | କିଆରା ଆଡ଼ଭାନୀ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି | ସେ ନିଜର ଷ୍ଟାଇଲ ପାଇଁ ଜଣାଶୁଣା | ନିକଟରେ କିଆରା ମାଳଦ୍ଵୀପର ଅନେକ ଫୋଟୋ ସେୟାର କରିଛନ୍ତି | ଯେଉଁଥିରେ ସେ ବିଭିନ୍ନ ପୋଜ ରେ ଫୋଟୋ ଉଠାଇଛନ୍ତି | ତାଙ୍କର ଏହି ଫୋଟୋକୁ ପ୍ରଶଂସକ ମାନେ ବହୁତ ପସନ୍ଦ କରୁଛନ୍ତି |

ଧର୍ମା ପ୍ରଡକ୍ସନ ର ଆଗାମୀ ଚଳଚ୍ଚିତ୍ର ‘ଶେର ଶାହା’ ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ | ଏହା କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ | ଏହା ଜୁଲାଇ ମାସରେ ରିଲିଜ ହେବାର ଥିଲା କିନ୍ତୁ କରନା ପାଇଁ ଏହାର ରିଲିଜ ତାରିଖ ଆଗକୁ ଘୁଞ୍ଚାଇ ଦିଆ ଯାଇଛି |

Share Your Views In Comments Below

comments