ବୀରେନ୍ଦ୍ର ସେହବାଗ ଶିଖର ଧାୱନଙ୍କୁ ଜନ୍ମ ଦିନର ଏମିତି ଦେଲେ ଅଭିନନ୍ଦନ, ଦେଖିଲେ ଆପଣ ବି ହସି ହସି ଗଡ଼ି ଯିବେ, ଦେଖନ୍ତୁ

ବିରେନ୍ଦର ସେହୱାଗ ନିଜର ମଜାଳିଆ ସ୍ୱଭାବ ପାଇଁ ବେଶ ଜଣାଶୁଣା । ସେ ସବୁବେଳେ ଖେଳାଳିଙ୍କୁ ନେଇ ମଜାଳିଆ ମନ୍ତବ୍ୟ ଦେଉଥିବାର ନଜର ଆସନ୍ତି | ଶିଖର ଧାୱନଙ୍କ ଜନ୍ମ ଦିନ,ବୀରେନ୍ଦ୍ର ତାଙ୍କୁ ଏପରି ଭାବେ ଅଭିନନ୍ଦନ ଜଣାଇଥିଲେ ଯେ, ତାହା ଶିଖର ଧାୱନ କେବେବି ଭୁଲି ପାରିବେ ନାହିଁ | ।

ବିରେନ୍ଦର ସେହୱାଗ ଟ୍ୱିଟରରେ ଧୱନଙ୍କ ଭଳି ଦେଖାଯାଉଥିବା ଏକ ବ୍ୟକ୍ତିଙ୍କ ଫୋଟୋ ସେୟାର କରି ଲେଖିଛନ୍ତି ଶିଖର ଧାୱନଙ୍କୁ ଜନମବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା | ଶଶୁର ଘରେ ବାକି ମ୍ୟାଚ ଗୁଡିକରେ ପ୍ରଚୁର ରନ ସଂଗ୍ରହ କର | ମୁଁ ଇଛା କରୁଛି ଯେ, ତୁମକୁ ସେଲିବ୍ରେସନ କରିବାର ଏତେ ସୁଯୋଗ ମିଳୁ ଯେ, ଜଙ୍ଘ ଥାପୁଡ଼େଇ ଥାପୁଡ଼େଇ ଜଙ୍ଘ ଲାଲ ହେଇଯାଉ । ‘

ଏହା ନୁହେଁ ଯେ ଶିଖର ଧାୱନଙ୍କ ସହ ବିରେନ୍ଦ୍ର ସେହବାଗ ଏଭଳି ମଜା ପ୍ରଥମ ଥର ପାଇଁ କରିଛନ୍ତି । 2017 ମସିହାରେ, ସେ ସମାନ ଭାବରେ ଗବରଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ | ସେ ଟୁଇଟରରେ ଧୱନଙ୍କ ଭଳି ଦେଖାଯାଉଥିବା ଏକ ବ୍ୟକ୍ତିଙ୍କ ଫୋଟୋ ସେୟାର କରି ଲେଖିଛନ୍ତି ‘ଇଂରାଜୀ କୋମେଟିଟର ମାନେ ଯାହାକୁ ମୁଦ୍ରା ବୋଲି କହନ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା | ଆପଣ ଭାରତୀୟ ଦଳକୁ ଘଡ଼ିସନ୍ଧି ମୁହୂର୍ତ୍ତ ରୁ ରକ୍ଷା କରି ଭାରତକୁ ବିଜେତା କରିବାର ଅସ୍ତ୍ର ହୁଅ ‘ |

Share Your Views In Comments Below

comments