ଛାଡପତ୍ର ନେବାପାଇଁ Court କୁ ଆସିଥିଲେ ସ୍ୱାମୀ-ସ୍ତ୍ରୀ, କିନ୍ତୁ ସେଠି ଜଜ କରିଦେଲେ ଏମିତି କାମ କି ଦୁହେଁ ଦୁହିଁଙ୍କୁ ବରମାଳା ପିନ୍ଧାଇ ଆଉ ଥରେ ହେଇଗଲେ ବାହା…

ଆଜିକା ସମାଜ ରେ ବିବାହ ଠାରୁ ଅଧିକ ଛାଡପତ୍ର ର ଘଟଣା ଘଟିଥାଏ | ପତି ପତ୍ନୀ ଆଜିକା ସମୟ ରେ ସାମାନ୍ୟ କଥା କୁ ନେଇ ଛାଡପତ୍ର ପର୍ଯ୍ୟନ୍ତ ପହଂଚି ଯାଇଥାନ୍ତି | ପତି ପତ୍ନୀ ଙ୍କ ମଧ୍ୟ ରେ ଛାଡପତ୍ର ହେଲେ ଏହା ର ଅଧିକ ପ୍ରଭାବ ପିଲା ଙ୍କ ଉପରେ ରହିଥାଏ | ଛାଡପତ୍ର ପରେ ପିଲାମାନେ ପିତାମାତା ଙ୍କ ର ସ୍ନେହ ରୁ ବଂଚିତ ହେଇଥାନ୍ତି | ଯଦି ଅଯଥା କଥା ରେ ଘରେ କଳି ଝଗଡା ନ ହେବ ତେବେ ବୈବାହିକ ଜୀବନ ରେ ସମସ୍ୟା ହିଁ ଆସିବ ନାହିଁ |

ବିଗତ ଶନିବାର ରେ ଗୱାଳିୟାର ରେ ଫ୍ୟାମିଲି କୋର୍ଟ ରେ ପହଂଚିଥିଲେ ଏକ ଦମ୍ପତି | ଏହି ପତି ପତ୍ନୀ ପାରସ୍ପରିକ ଭୁଲ ବୁଝାମଣା କୁ ନେଇ ଅଲଗା ରହୁଥିଲେ | ପିତା ଙ୍କ ର ଦାବି ରହିଥିଲା କି ସେ ନିଜ ପୁଅ କୁ ପାଖ ରେ ରଖିବା କୁ ଚାହୁଁଥିଲେ | କିନ୍ତୁ ପୁଅ ଟି ମା ପାଖ ରେ ରହୁଥିଲା | ଏହି ମାମଲା କୁ ନେଇ ପତି ପତ୍ନୀ ଙ୍କୁ ଜଜ କାଉନ୍ସିଲ କରିଥିଲେ | ଏବଂ ଶେଷ ରେ ପୁରାଘାତଣା ପରିବର୍ତନ ହେଇଯାଇଥିଲା |

ଜଜ ହିତେନ୍ଦ୍ର ସିଂ ଉଭୟ ପତି ପତ୍ନୀ ଙ୍କୁ ଏହି ମାମଲା ରେ ଉଭୟ ଙ୍କୁ ଏପରି କଥା କହିଥିଲେ କି ଦୁହିଁଙ୍କ ର ମୁଣ୍ଡ ରୁ ଛାଡପତ୍ର ର ଭୁତ ଓଲ୍ହାଇ ଯାଇଥିଲା | ଏବଂ ଜଜ ଏହା ମଧ୍ୟ କହିଛନ୍ତି ପତି ପତ୍ନୀ ଉଭୟ ଏକାଠି ରହିବେ | ଜଜ ଏହା କହିଥିଲେ କି ଆପଣ ଦୁହିଁଙ୍କ ର କଳି ଝଗଡା ର ପ୍ରଭାବ ସିଧା ପିଲା ଟି ଉପରେ ପଡୁଛି | ଏକ ପିଲାଟି କୁ ଉଭୟ ମା ଓ ବାପା ର ଆବଶ୍ୟକ ରହିଥାଏ | ଏହା ପରେ ପତି ପତ୍ନୀ ଉଭୟ ଙ୍କ ମଧ୍ୟ ରେ ଥିବା ମତ ଭେଦ ଦୂର ହେଇଥିଲା |

ଜଜ ଙ୍କ କଥା ଶୁଣିବା ପରେ ପତି ପତ୍ନୀ ଉଭୟ ଭାବୁକ ହେଇଯାଇଥିଲେ ଓ ଦୁହେଁ କାନ୍ଦି ପକାଇଥିଲେ | ଏହା ପରେ ଦୁହେଁ ନିଷ୍ପତି ନେଇଥିଲେ କି ଦୁହେଁ ଏକାଠି ରହିବେ | ପତି ପତ୍ନୀ ଦୁହେଁ ପରସ୍ପର କୁ ଭୁଲ ମାଗିଥିଲେ ଏବଂ ଫୁଲ ମାଳ ପିନ୍ଧାଇଥିଲେ | ଜଜ ଙ୍କ ସମୁଖ ରେ ଶପଥ ମଧ୍ୟ କରିଥିଲେ କି ଦୁହେଁ କେବେ ହେଲେ ଝଗଡା କରିବେ ନାହିଁ |

ଏହିପରି ଜଜ ଙ୍କ ର ଜ୍ଞାନ କୌଶଳତା କୁ ନେଇ ଏକ ବିବାହ ବନ୍ଧନ ଭାଙ୍ଗୁ ଭାଙ୍ଗୁ ରହି ଯାଇଥିଲା | ଏବଂ ପିଲାଟି ର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିଥିଲା | ଆଜିକା ସମୟ ରେ ପତି ପତ୍ନୀ ଙ୍କ ମଧ୍ୟ ରେ ଝଗଡା ଏକ ସାଧାରଣ କଥା ଅଟେ | କିନ୍ତୁ ଏହା କୁ ନେଇ ପରସ୍ପର କୁ ଛାଡପତ୍ର ଦେବା ଏହା ଉଚିତ କଥା ନୁହେଁ | ତେବେ ଏହି ମାମଲା ଟି ରେ ଆପଣ ଙ୍କ ର ମତାମତ କଣ ରହିଛି କମେନ୍ଟ ମାଧ୍ୟମ ରେ ଜଣାଇବେ |

Share Your Views In Comments Below

comments