ଚାକିରି କରୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖୁସି ଖବର: ବଦଳି ଗଲା ଏହି ନିୟମ, ସରକାର ଜାରିକରିଲେ ନିର୍ଦ୍ଧେଶ… ଜାଣିଲେ ଆପଣ ବି ନାଚି ଉଠିବେ…

ଚାକିରିଆ ମାନଙ୍କ ପାଇଁ ବହୁତ ବଡ ଖବର ଆସିଛି | ଶ୍ରମ ମନ୍ତ୍ରାଳୟ ଦ୍ୱାରା ନୂଆ ଗାଇଡ଼ଲାଇନ ଜାରିକରଯାଇଛି | ଏହି ପ୍ରସଙ୍ଗରେ ଶ୍ରମ ମନ୍ତ୍ରାଳୟ ର ସମ୍ବନ୍ଧିତ DGHS ଅର୍ଥାତ Directorate General of Health Services ସୁରକ୍ଷିତ କର୍ମସ୍ଥଳୀ ପାଇଁ ନୂଆ ଗାଇଡଲାଇନ ତିଆରି କରିଛନ୍ତି |

ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ସାମାଜିକ ଦୂରତା ଏବଂ କମ୍ପାନୀ ନିର୍ଦ୍ଦେଶାବଳୀ ପାଳନ କରିବା ବାଧ୍ୟତାମୂଳକ ହେବ । ସିସିଟିଭି ମାଧ୍ୟମରେ କର୍ମଚାରୀଙ୍କ ଉପରେ କଡା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ନିର୍ଦ୍ଦେଶ ପାଳନ ନକଲେ ମୂଲ୍ୟାଙ୍କନ ବନ୍ଦ ହୋଇପାରେ ।

ବେସରକାରୀ କମ୍ପାନୀ ମାନଙ୍କୁ ମଧ୍ୟ ନିର୍ଦେଶ

ବେସରକାରୀ କମ୍ପାନୀମାନଙ୍କୁ ମଧ୍ୟ ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ ରେ ନିର୍ଦ୍ଦେଶ ଦିଆଯାଇଛି | ଏଚଆର ପଲିସି ରେ ମଧ୍ୟ ପରିବର୍ତ୍ତନ କରିବାକୁ କୁହା ଯାଇଅଛି | ସମସ୍ତ ଶ୍ରମିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ବାଧ୍ୟତାମୂଳକ କରାଯିବା ଉଚିତ୍ ବୋଲି କୁହାଯାଇଛି |

ଏଥି ସହିତ କରନା ପାଇଁ Special Leave Policy ତିଆରି କରିବାପାଇଁ କମ୍ପାନୀ ମାନଙ୍କୁ କୁହାଯାଇଛି | ଏଥିପାଇଁ କମ୍ପାନୀ ମାନଙ୍କୁ ନିକଟସ୍ଥ ଡାକ୍ତରଖାନା ସହ ଯୋଗାଯୋଗ ରଖିବାକୁ କୁହାଯାଇଛି | ଗାଇଡଲାଇନ ଅନୁସାରେ କର୍ମଚାରୀ ମାନେ ନିଜର ଗାଡି କିମ୍ବା ସାଇକେଲ ବ୍ୟବହାର କରିବେ ବୋଲି ନିର୍ଦେଶ ରହିଛି |

ଜାରି ହୋଇଥିବା ଗାଇଡ଼ଲାଇନରେ ସିଡିର ବ୍ୟବହାର କରିବାକୁ ନିର୍ଦେଶ ରହିଛି | ଲିଫ୍ଟ ବ୍ୟବହାର ସମୟରେ ଏକା ଥରେ 2 ରୁ 4 ଜଣଙ୍କୁ ଅନୁମତି ଦେବା ଉଚ୍ଚିତ ନୁହେଁ |

ନିର୍ଦ୍ଦେଶାବଳୀରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ପାଞ୍ଚ ବର୍ଷରୁ କମ ବୟସର ପିଲାମାନଙ୍କର ପିତା ମାତା ଯଦି କାମ କରୁଛନ୍ତି , ତେବେ ସେମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯିବା ଉଚିତ୍ | 65 ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଘରୁ କାମ କରିବାକୁ ଉତ୍ସାହିତ କରାଯିବା ଉଚ୍ଚିତ |

ଏଥି ସହିତ ଅଫିସରେ ମାତ୍ରାଧିକ ଭାବରେ ହାଣ୍ଡ ସାନିଟାଇଜର ବ୍ୟବହାର ଏବଂ ଥର୍ମାଲ ସ୍କ୍ରିନିଙ୍ଗ କରିବା ବାଧ୍ୟତାମୂଳକ ହେବ ବୋଲି କୁହାଯାଇଛି | ଏଥିସହିତ ଯେଉଁ କର୍ମଚାରୀ ମାନଙ୍କୁ ପିକ ଏଣ୍ଡ ଡ୍ରପ ସୁବିଧା ମିଳିଥିଲା ସେମାନଙ୍କୁ ଏ.ସି ବସ କିମ୍ବା ଏକାଥରେ 30-40 ପ୍ରତିଶତ କର୍ମଚାରୀଙ୍କୁ ନେବାଆଣିବା ର କ୍ଷମତା ଥିବା ଗାଡିର ବ୍ୟବସ୍ଥା କରାଇବାକୁ ଗାଇଡଲାଇନ ରେ ନିର୍ଦ୍ଦେଶ ରହିଛି |

Share Your Views In Comments Below

comments