ଆଜିର ରାଶିଫଳ; 26 ନଭେମ୍ବର 2020 ଗୁରୁବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ ।

ବୃଷ

ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ ।

ମିଥୁନ

ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ ।

କର୍କଟ

ଅନ୍ୟମାନଙ୍କର ଅଭିଯୋଗ ସମାଲୋଚନାକୁ ଖାତିର ନ କରି ଦିନ କଟାଇବେ ଏବଂ ଅନ୍ୟମାନଙ୍କ ସମାଲୋଚନା ଦ୍ୱାରା ନିଜେ ପ୍ରଭାବିତ ହେବେ ନାହିଁ । ପରିଶେଷରେ ଅନ୍ୟମାନେ ଆପଣଙ୍କୁ ଗ୍ରହଣ କରିବେ ।

ସିଂହ

ବୃଥାରେ କୌଣସି କାଥାବାର୍ତ୍ତା କରନ୍ତୁ ନାହିଁ ବରଂ ସମ୍ପର୍କ ସଜବୁତ କରିବା ପାଇଁ ଚେଷ୍ଚା କରନ୍ତୁ । କୌଣସି ବ୍ୟକ୍ତି ସହ କଥାବାର୍ତ୍ତା ବେଳେସମାନ୍ୟ କଟୁ କଥା ନ କହିବା ପାଇଁ ଧ୍ୟାନ ଦିଅନ୍ତୁ ।

କନ୍ୟା

ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।

ତୁଳା

ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ହୋଇପାରେ । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।

ବିଛା

ବିଦେଶ ସହ ସଂଯୋଗ କରୁଥିବା ଯେକୌଣସି କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳିପାରେ । ଯଦି ଆପଣ କୌଣସି ବିଦେଶୀ ବନ୍ଧୁଙ୍କ ପାଖରୁ ଚାକିରିର ସାହାଯ୍ୟ ପାଇବା ପାଇଁ ଆଶା କରୁଥାନ୍ତି , ତେବେ ଆପଣ ସଫଳ ହେବେ କିମ୍ବା କୌଣସି ଆନ୍ତର୍ଜାତିକ ଚୁକ୍ତି ହୋଇପାରେ ।

ଧନୁ

ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ ।

ମକର

ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।

କୁମ୍ଭ

ଆଜି ଆପଣଙ୍କୁ କ୍ରୋଧ ଲାଗିବ । ଆଜି ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ ।କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ ।

ମୀନ

ଏହିସମୟରେ ଆପଣଙ୍କୁ କିଛି ବଦଳାଇବାକୁ ପଡ଼ିବ ଯାହା ପାଇଁ ଆପଣ କିଛି ଚ଼ିନ୍ତାରେ ରହିବେ, କିନ୍ତୁ ମନେରଖନ୍ତୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କିଛି ନୂଆ ସୁଯୋଗ ଆଣିଦେବ ଏବଂ ଆପଣଙ୍କର ଚ଼ିନ୍ତାଧାରାକୁ ବଢ଼ାଇବାରେ ସହାୟକ ହେବ ।

Share Your Views In Comments Below

comments