2 ଥର MLA ଓ ଥରେ କ୍ୟାବିନେଟ ମନ୍ତ୍ରୀ ରହିସାରିଥିବା କେବଳ ସିଂ, ଆଜିବି ଚାଲ ଘରେ ରହୁଛନ୍ତି ଚାଷ କାମ କରି ପେଟ ପୋଷୁଛନ୍ତି

ଆଜିକା ସମୟ ରେ କିଏ ଥରେ କୌଣସି ମନ୍ତ୍ରୀ ହେଇଗଲେ ତାଙ୍କ ଚାଲି ଚଳଣି ସମ୍ପୂର୍ଣ ବଦଳି ଯାଇଥାଏ I MLA ହେଇଗଲେ ତ କିଛି ଲୋକେ ନିଜ କୁ ରାଜା ବୋଲି ଭାବିଥାନ୍ତି I ତେବେ ହିମାଞ୍ଚଳ ପ୍ରଦେଶ ର କେବଳ ସିଂ 2 ଥର ବିଧାୟକ ଓ ଥରେ କ୍ୟାବିନେଟ ମନ୍ତ୍ରୀ ରୂପେ ବିଜେତା ହେଇଥିଲେ ଓ ଆଜି ମଧ୍ୟ ସେ ତାଙ୍କ ପତ୍ନୀ ଙ୍କ ସହ ଏକ ଛୋଟ କୁଡ଼ିଆ ଘରେ ରହୁଛନ୍ତି I

1937 ରେ ଜନ୍ମ ଗ୍ରହଣ କରିଥିଲେ କେବଳ ସିଂ I ପଠାନୀୟ ରେ 2 ଥର ବିଧାୟକ ଓ 1 ଥରେ କ୍ୟାବିନେଟ ମନ୍ତ୍ରୀ ରହିଥିଲେ I କିନ୍ତୁ ଆଜି ମଧ୍ୟ ସେ ଏକ ପୁରୁଣା ଘରେ ରହୁଛନ୍ତି ଓ ଚାଷ କରି ନିଜ ଜୀବିକା ନିର୍ବାହ କରୁଛନ୍ତି I ଆଜି ମଧ୍ୟ ସେ ନିଜ ପତ୍ନୀ ଶକୁନ୍ତଳା ଦେବୀ ଙ୍କ ସହ ହଳଦୀ ଫସଲ କରନ୍ତି I ସକାଳୁ 6 ଘଟିକା ସମୟ ରେ ଉଠନ୍ତି ଓ 10 କିମି ପାଦ ରେ ଚାଲି ଚାଲି ଯାନ୍ତି ଚାଷ କରିବାକୁ I

କେବଳ ସିଂ ଙ୍କ କହିବା ଅନୁସାରେ ତାଙ୍କୁ ସାଧାରଣ ଜନତା ଙ୍କ ମଧ୍ୟ ରେ ସାଧା ସିଧା ଜୀବନ ଅତିବାହିତ କରିବାକୁ ବେଶ ପସନ୍ଦ ଅଟେ I କେବଳ ସିଂ କଂଗ୍ରେସ ପରିବାର ରୁ ହେଇ ମଧ୍ୟ ନୀରଦଳୀୟ ରୂପେ ନିର୍ବାଚନ ଲଢ଼ିଥିଲେ I 1968 ରେ କେବଳ ସିଂ ପଠାନୀୟ ରୁ ପ୍ରଥମ ଥର ବ୍ଲକ ସମିତି ର ଅଦକ୍ଷ ରୂପେ ନିର୍ବାଚିତ ହେଇଥିଲେ I

ସେହି ସମୟ ରେ ମହାଜନ ଙ୍କୁ ହରାଇବା ପରେ ତାଙ୍କୁ କଂଗ୍ରେସ ପାରିତ ସାମିଲ କରି ନ ଥିଲା I ଏହା ପରେ 1977 ରେ ଜନତା ପାର୍ଟି ଓ 1982 ରେ ଅଜାଦ ପ୍ରତ୍ୟାଶୀ ରୂପେ ସତ ମହାଜନ ନିର୍ବାଚନ ହାରିଥିଲେ I 1985 ରେ ବୀରଭଦ୍ର ଙ୍କ କହିବା ଅନୁସାରେ ନିର୍ବାଚନ ଲଢ଼ି ନ ଥିଲେ I ଏବଂ କେବଳ ସିଂ ପୁଣି ଥରେ କଂଗ୍ରେସ ଛାଡି ଜନତା ଦଳ ରେ ଯୋଗ ଦେଇଥିଲେ I

ଏହା ପରେ 1993 ରେ ଜନତା ଦଳ ର ବିଲେ କଂଗ୍ରେସପର୍ତ୍ତି ରେ ପଥନୀୟ ର ଜ୍ୱାଳାମୁଖୀ ରୁ ନିର୍ବାଚନ ଜିତିଥିଲେ I 1998 ରେ ଜ୍ୱାଳାମୁଖୀ ରୁ କେବଳ ସିଂ ହାରିଯାଇଥିଲେ I

Share Your Views In Comments Below

comments