ଦୁଃଖଦ: ଏହି ପୂର୍ବ କ୍ରିକେଟ ଖେଳାଳି ଙ୍କର ହେଲା ନିଧନ, ଶୋକରେ ବୁଡ଼ିଲା ପୁରା କ୍ରିକେଟ ଜଗତ…

ପାକିସ୍ତାନ ମିଡ଼ିଆ ଅନୁସାରେ ମୋହମ୍ମଦ ମୁନଫ ମଙ୍ଗଳବାର 28 ଜାନୁୟାରୀକୁ ନେଦରଲ୍ୟାଣ୍ଡ ର ଏମଟଡ଼ମରେ ଚିର ବିଦାୟ ନେଇଛନ୍ତି | ମୋହମ୍ମଦ ମୁନଫ ପାକିସ୍ତାନ ପାଁଇ 4 ଗୋଟି ଟେଷ୍ଟ ମ୍ୟାଚ ଖେଳିବା ଛଡା 71 ଗୋଟି ଫାଷ୍ଟ କ୍ଲାସ ମ୍ୟାଚ ବି ଖେଳିଥିଲେ ଏହି ମ୍ୟାଚ ଗୁଡିକରେ ସେ ନିଜ ନାମରେ 128 ଗୋଟି ଵିକେଟ ବି ନେଇଥିଲେ | ମୁନଫ ଙ୍କ ନିଧନ ପରେ ପାକିସ୍ତାନ କ୍ରିକେଟ ବୋର୍ଡର ଚୟନକର୍ତ୍ତା ନିଜ ବୟାନରେ ଦୁଃଖ ପ୍ରକାଶ କରି କହିଲେ “ପାକିସ୍ତାନ କ୍ରିକେଟ ବୋର୍ଡଙ୍କୁ ମୁନଫ ଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ହେଲା|

ପାକିସ୍ତାନ ରାଷ୍ଟ୍ରୀୟ ଟିମ ପାଁଇ ମୋହମ୍ମଦ ମୁନ ଫ 1959 ରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ରେ ଡେବ୍ୟୁ କରିଥିଲେ | ଏବଂ 1959 ରେ ଅଷ୍ଟ୍ରେଲିଆ ବିପକ୍ଷ ରେ ଲାହୋର ରେ ଗଦାଫି ଷ୍ଟାଡିୟମ ରେ ନିଜ ର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ | ନିଜ କ୍ୟାରିୟର ରେ ସେ କେବଳ 4 ଗୋଟି ଟେଷ୍ଟ ମ୍ୟାଚ ହିଁ ଖେଳିଛନ୍ତି | ଏବଂ ଟେଷ୍ଟ କ୍ରିକେଟ ରେ 7 ଗୋଟି ମ୍ୟାଚ ରେ ମୋହମ୍ମଦ ମୁନଫ ମୋଟ 11 ଵିକେଟ ନେଇଛନ୍ତି | 1962 ରେ ମୋହମ୍ମଦ ମୁନଫ ଇଂଲଣ୍ଡ ଟିମ ବିପକ୍ଷ ରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ | ଏହା ପରେ ପାକିସ୍ତାନ ର ପିଆଇଏ କମ୍ପାନୀ ରେ ମଧ୍ୟ ମୋହମ୍ମଦ ମୁନଫ ଦୀର୍ଘ ଦିନ ଚାକିରୀ କରିଥିଲେ |

ମୋହମ୍ମଦ ମୁନଫ ଜଣେ ଆକ୍ରମକ ବୋଲର ରୂପେ ପରିଚିତ ଅଟନ୍ତି | ଏବଂ ସେ ସିନ୍ଧ ଇସ୍ଲାମ ସ୍କୁଲ ରେ ତାମିଲ ନେଇଥିଲେ | ଲିଟଲ ମାଷ୍ଟର ମୋହମ୍ମଦ ମଧ୍ୟ ଏହି ସ୍କୁଲ ରେ ପାଠ ପଢିଥିଲେ | ମୋହମ୍ମଦ ମୁନଫ ଙ୍କ ର ଜନ୍ମ 2 ନଭେମ୍ବର 1935 ରେ ବମ୍ବେ ରେ ହେଇଥିଲେ | ଦେଶ ବିଭାଜନ ହେବା ପରେ ସେ ପାକିସ୍ତାନ ଚାଲିଯାଇଥିଲେ |

Share Your Views In Comments Below

comments