ଦୁଖଃଦ ଖବର: ଏବେ ଏବେ ଭାରତୀୟ Cricket ଦଳରେ ଖେଳି ଗଲା ଦୁଃଖର ଲହରୀ, ପୁର୍ବତ୍ତନ ଅଧିନାୟକ କପିଳ ଦେବଙ୍କର ହେଲା…

ଭାରତର ପୂର୍ବତ୍ତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କୁ ହୃଦଘାତ ହୋଇଥିବାର ଖବର ସାମ୍ନାକୁ ଆସିଛି | ଏହାପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି | ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାର ଜଣା ପଡିଛି ଏବଂ ସେ ବିପଦରୁ ମୁକ୍ତ ଅଛନ୍ତି |

ଏହି 61 ବର୍ଷୀୟ ପୂର୍ବତ୍ତନ କ୍ରିକେଟରଙ୍କ ନେତୃତ୍ୱରେ ଭାରତ 1983 ମସିହାରେ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା | ତାଙ୍କ ପ୍ରଶଂସକ ନିକଟକୁ ଏହି ଖବର ପହଁଚିଲା ପରେ ସମସ୍ତେ ସେ ଶୀଘ୍ର ଆରୋଗ୍ୟ ହେବାପାଇଁ ପ୍ରାଥନା କରିଥିଲେ | କପିଳ ଦେବଙ୍କ ବନ୍ଧୁ ମଦନଲାଲ ସୋସିଆଲ ମିଡିଆରେ କହିଛନ୍ତି ଯେ, କପିଳ ଶୀଘ୍ର ସୁସ୍ଥ ହେବାପାଇଁ ପ୍ରାଥନା କରିବାରେ ଆପଣମାନେ ମୋତେ ସାହାଯ୍ୟ କରନ୍ତୁ | କପିଳ ଅସ୍ଥିରତା ଅନୁଭବ କରୁଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି | ଡାକ୍ତରଙ୍କ ଅନୁସାରେ ତାଙ୍କର ଚିକିତ୍ସା ସଫଳ ହୋଇଛି ଏବଂ ସେ ଅତି ଶୀଘ୍ର ଘରକୁ ଫେରିବେ |

କପିଳ ଦେବ ବର୍ତ୍ତମାନ ଜଣେ କୋମେଟିଟର ଭାବେ ସକ୍ରିୟ ଅଛନ୍ତି | କ୍ରିକେଟ୍ର ଏହି ମହାନ ଖେଳାଳି ଗଲ୍ଫ ମାଧ୍ୟ ଖେଳନ୍ତି ଏବଂ ଅନେକ ସଫଳତା ମଧ୍ୟ ପାଇଛନ୍ତି | ଗଲ୍ଫ ତାଙ୍କର ନିଶା ପାଲଟି ଯାଇଛି | ଜଣେ ବରିଷ୍ଠ ଗଲ୍ଫ ଖେଳାଳି ଭାବେ କପିଳ 2019ରେ ପୁନେ ରେ ଆୟୋଜିତ ହୋଇଥିବା ଏକ ପ୍ରତିଯୋଗିତାରେ ସେ 60-64 ବର୍ଷ ବିଭାଗର ବିଜେତା ହୋଇଥିଲେ |

କପିଳ ଦେବ ଅନ୍ତରାଷ୍ଟ୍ରୀୟ କ୍ୟାରିୟର ରେ 131 ଟି ଟେଷ୍ଟ ଏବଂ 225ଟି ୱାନଡେ ମ୍ୟାଚ ଖେଳିଛନ୍ତି | ସେ ଟେଷ୍ଟରେ 5248 ରନ ସହ 434 ଟି ଉଇକେଟ ସଂଗ୍ରହ କରିଥିବାବେଳେ ୱାନଡେ ରେ 3783 ରନ ସହ 253ଟି ଉଇକେଟ ସଂଗ୍ରହ କରିଛନ୍ତି | ସେ 1994 ରେ ୱେଷ୍ଟଇଣ୍ଡିଜ ବିରୋଧରେ ଶେଷ ମ୍ୟାଚ ଖେଳିଥିଲେ |

Share Your Views In Comments Below

comments