ଗୁଜୁରାଟ ରପୂର୍ବ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଦିଗ୍ଗଜ ନେତା କେଶୁଭାଇ ପଟେଲଙ୍କ ନିଧନ ହୋଇଛି । ଗୁରୁବାର ସକାଳେ କେଶୁଭାଇ ପଟେଲଙ୍କୁ ଡାକ୍ତରଖାନା ନିଆଯାଇଥିଲା | ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କେଶୁଭାଇ ପଟେଲଙ୍କୁ 92 ବର୍ଷ ବୟସ ହୋଇଥିଲା।
ଏହାର କିଛି ସମୟ ପୂର୍ବରୁ, କେଶୁଭାଇ ପଟେଲ କରୋନା ପଜିଟିଭ ବୋଲି ଜଣାପଡିଥିଲେ | ଯଦିଓ ସେ କୋରୋନା ଙ୍କୁ ପରାସ୍ତ କରିଥିଲେ ମଧ୍ୟ ଜୀବନ ଯୁଧ୍ୟରେ ହାରିଯାଇଥିଲେ | ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କେଶୁଭାଇ ପଟେଲଙ୍କ ପରିବାର ସହ କଥା ହୋଇ ଦୁଃଖ ପ୍ରକାଶ କରିଛନ୍ତି । କେନ୍ଦ୍ରିୟ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେ ଲେଖିଛନ୍ତି, ‘ଗୁଜୁରାଟର ପୂର୍ବ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି | ଗୁଜୁରାଟର ପ୍ରଗତି ପଥରେ ଏବଂ ଦେଶରେ ବିଜେପି ର ସଂଗଠନ ଦୃଢ କରିବାରେ ତାଙ୍କର ଅବଦାନ କୁ ଚିର ଦିନ ପାଇଁ ସ୍ମରଣ କରାଯିବ | ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ | ଓଁ ଶାନ୍ତି |’
କେଶୁଭାଇଙ୍କ ପୁଅଙ୍କ ଅନୁସାରେ, କରୋନା କୁ ହରାଇଲା ପରେ ତାଙ୍କର ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା | କିନ୍ତୁ ଗୁରିବାର ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଲାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା | କିନ୍ତୁ ଚିକିତ୍ସା କଲା ପରେ ମଧ୍ୟ ତାଙ୍କଠାରେ କୌଣସି ପରିବର୍ତ୍ତନ ଦେଖା ଯାଇନଥିଲା |
ଦୁଇ ଥର ହୋଇଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ
କେଶୁଭାଇ ପଟେଲ ଦୁଇଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ପାଦ ସମ୍ଭାଳିଥିଲେ | ସେ 1995 ଏବଂ 1998 ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ | କିନ୍ତୁ 2001ରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା | ସେ ନିଜର କାର୍ଯ୍ୟକାଳ ପୁରଣ କରିପାରିନଥିଲେ | ଏହା ବ୍ୟତୀତ ସେ ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ପଦ ମଧ୍ୟ ସମ୍ଭାଳି ଥିଲେ | 2001 ରେ ସେ ଇସ୍ତଫା ଦେଲାପରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ |
କେଶୁଭାଇ ପଟେଲ 1982 ମସିହା ଜୁଲାଇ ମାସ 24 ତାରିଖରେ ଜୁନାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ | ଖୁବ କାମ ସମୟରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ରେ ଯୋଗଦେଇଥିଲେ | ଏହାପରେ ସେ ଜନସଂଘ ଏବଂ ବିଜେପି ସହ ଲମ୍ବା ସମୟ ଧରି ଜଡିତ ଥିଲେ |
ଗୁଜରାଟରେ ଭାରତୀୟ ଜନତା ଦଳର ନେତା
ଗୁଜୁରାଟର ଭାରତୀୟ ଜନତା ଦଳର ଦିଗ୍ଗଜ ନେତାଙ୍କ ମଧ୍ୟରେ କେଶୁଭାଇ ପଟେଲଙ୍କୁ ଗଣନା କରାଯାଇଛି। ରାଜ୍ୟରେ ବିଜେପି ପକ୍ଷରୁ କେଶୁଭାଇ ପଟେଲ ମଧ୍ୟ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କେଶୁଭାଇ ପଟେଲଙ୍କ ସହ ଦୀର୍ଘ କାଳ କାମ କରିଥିଲେ ଏବଂ ନରେନ୍ଦ୍ର ମୋଦୀ, କେଶୁଭାଇ ପଟେଲଙ୍କ ଆଶୀର୍ବାଦ ପାଇଁ ମଧ୍ୟ ଯାଉଥିଲେ।
ବିଜେପିରେ ଅସନ୍ତୁଳନ ଦେଖା ଯିବାରୁ ସେ 2012ରେ ଦଳରୁ ଅଲଗା ହୋଇ ନିଜର ଏକ ଦଳ ଗଠନ କରିଥିଲେ, ଯାହାର ନାମ ଗୁଜୁରାଟ ପରିବର୍ତ୍ତନ ପାର୍ଟି ରଖିଥିଲେ | 2014ରେ ପୁଣିଥରେ ନିଜ ପାର୍ଟି କୁ ଭାଙ୍ଗି ବିଜେପି ରେ ମିଶିଯାଇଥିଲେ |