2 ବର୍ଷ ପରେ ନିଜ ବିବାହକୁ ନେଇ ବଡ ଖୁଲାସା କରିଲେ Priynaka Chopda, କହିଲେ ଆମେ ଦୁହେଁ କରିବା …

ନିକଟରେ ଏକ ମାଗାଜିନର ସାକ୍ଷାତକାରରେ ପ୍ରିୟଙ୍କା ନିଜର କେତେକ ଅଭ୍ୟାସ ସମ୍ପର୍କରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି | ପ୍ରିୟଙ୍କା କହିଛନ୍ତି ଯେ, ସେ ମହତ୍ୱାକାଂକ୍ଷୀ ଅଟନ୍ତି | ଏମିତି ଏକ ସମୟଥିଲା ଯେ, ବିବାହ କରିବା ତାଙ୍କ ପାଇଁ ଅଜବ ଜିନିଷ ଲାଗୁଥିଲା |

ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ ଜବରଦସ୍ତ ପ୍ରେମ ହୋଇଥିଲା | ଯାହା ଫଳରେ ଉଭାୟ 2018 ମସିହା ଡିସେମ୍ବର 2 ତାରିଖରେ ବିବାହ କରିଥିଲେ | ଏହି ଦୁଇ ତାରକାଙ୍କ ଜୀବନ ଚର୍ଯ୍ୟା ଅନେକ ବ୍ୟସ୍ତବହୁଳ ଥାଏ | ତଥାପି ଉଭୟ ଉଭୟଙ୍କ ପାଇଁ ସମୟ ବାହାର କରିଥାନ୍ତି | ଏହାସହ ଉଭୟ ଏକତ୍ର ଭାବେ ଦୁନିଆ ଭ୍ରମଣ କରିଥାନ୍ତି |

କିଛି ଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା କରବା ଚୋୖଥ ଦିନର ଏକ ସୁନ୍ଦର ଫୋଟୋ ପୋଷ୍ଟ କରିଛନ୍ତି | ଯେଉଁଥିରେ ସେ ଦେଶୀ ଗାର୍ଲ ରୂପରେ ଦେଖିବାକୁ ମିଳୁଛନ୍ତି | ଏହା ବ୍ୟତୀତ ସେ ନିକଙ୍କ ସହ ଥିବା ଏକ ଫୋଟୋ ମଧ୍ୟ ପୋଷ୍ଟ କରିଛନ୍ତି |

କହିରଖୁଛୁ ଯେ, ପ୍ରିୟଙ୍କା ଏବଂ ନିକଙ୍କ ସାକ୍ଷାତ କ୍ଵଣ୍ଟିକ ଶୋ ସମୟରେ ଜଣେ ସହ କଳାକାରଙ୍କ ମାଧ୍ୟମରେ ହୋଇଥିଲା | ଏହାପରେ ଉଭୟଙ୍କ ମଧ୍ୟ ବନ୍ଧୁତ୍ୱର ସମ୍ପର୍କ ସ୍ଥାପନ ହୋଇଥିଲା | ବନ୍ଧୁତ୍ୱ ସମୟରେ ଉଭୟ ବହୁତ ମସ୍ତି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ପରସ୍ପର ଡେଟିଂ କରିବା ଆରମ୍ଭ କରିଦେଲେ |

ଏକ କାର୍ଯ୍ୟକ୍ରମ ରେ ନିକ ସ୍ୱୀକାର କରିଥିଲେ ଯେ, ଡେଟିଂ ପରେ ହିଁ ସେ ପ୍ରିୟଙ୍କାଙ୍କୁ ପ୍ରପୋଜ କରିଦେଇଥିଲେ | ପତ୍ନୀ ପ୍ରିୟାଙ୍କଙ୍କ ଠାରୁ ନିକ 10 ବର୍ଷ ଛୋଟ ଥିଲେ ମଧ୍ୟ ତାଙ୍କ ପ୍ରେମରେ ବୟସ କେବେ ବାଧା ଦେଇନାହିଁ |

ପ୍ରିୟଙ୍କା ଏବଂ ନିକ 2018 ମସିହା ଡିସେମ୍ବର 2 ତାରିଖରେ ଯୋଧପୁରର ଉମେଦ ଭବନରେ ବିବାହ କରିଥିଲେ | ବିଦେଶୀ ହୋଇଥିବାରୁ ହିନ୍ଦୁ ଧର୍ମ ଅନୁସାରେ ହୋଇଥିବା ନିଜର ବିବାହର ନିକ ଅନେକ ମଜା ଉଠାଇଥିଲେ |

Share Your Views In Comments Below

comments