ଏ ହେଉଛନ୍ତି ପାକିସ୍ତାନର ଏକମାତ୍ର ହିନ୍ଦୁ ରାଜପୁତ ପରିବାର, ଯାହାଙ୍କ ନା ଶୁଣିଲେ ଛାନିଆ ହେଇଯାଏ ପୁରା ପାକିସ୍ତାନ

ପାକିସ୍ତାନ ରେ ମଧ୍ୟ ଅନେକ ହିନ୍ଦୁ ଲୋକେ ରହିଛନ୍ତି କିନ୍ତୁ ତାଙ୍କ ଉପରେ ପାକିସ୍ତାନ ରେ କେଉଁପରି ସବୁ ଅତ୍ୟାଚାର ଘଟିଥାଏ ଏହା ତ ଆପଣ ଜାଣିଥିବେ | ପାକିସ୍ତାନ ରେ ଥିବା ହିନ୍ଦୁ ଙ୍କ ର ସ୍ତିତି ବହୁତ ଦୟନୀୟ ଅଟେ | କେତେବେଳେ ପାକିସ୍ତାନ ରେ ହିନ୍ଦୁ ଙ୍କୁ ହତ୍ୟା କରାଯାଇଥାଏ ତ କେତେବେଳେ ଧର୍ମ ପରିବର୍ତନ କରାଯାଇଥାଏ | ସର୍ବଦା ଆପଣ ଏହିପରି ଅନେକ ଅତ୍ୟାଚାର ର ଘଟଣା ଶୁଣିବା କୁ ପାଉଥିବେ |

ଏକ ସର୍ବେ ଅନୁସାରେ 50 ବର୍ଷ ହେବ 90 ପ୍ରତିସଦ ହିନ୍ଦୁ ଧର୍ମ ର ଲୋକେ ପାକିସ୍ତାନ ଛାଡି ଅନ୍ୟତ୍ର ଯାଇ ରହୁଛନ୍ତି | ପାକିସ୍ତାନ ରେ ଥିବା ହିନ୍ଦୁ ଙ୍କ ର ପୂଜା ସ୍ଥାନ ଆଦି ଆଜିକା ସମୟ ରେ ଲୁପ୍ତ ହେଇଯାଇଛି | କିନ୍ତୁ ଆଜି ଆମେ ଆପଣ ଙ୍କୁ ଜଣେ ଏପରି ହିନ୍ଦୁ ରାଜପୁତ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ପାକିସ୍ତାନ ରେ ବଡ଼ ଆଡମ୍ବର ସହକା ରେ ଜୀବନ ଅତିବାହିତ କରିଥାନ୍ତି | ଏବଂ ପୁରା ପାକିସ୍ତାନ ଏହି ହିନ୍ଦୁ ରାଜପୁତ ଙ୍କୁ ଡରିଥାନ୍ତି |

ଦେଶ ବିଭାଜନ ପରେ ଅନେକ ରାଜ ସାମ୍ରାଜ୍ୟ ର ମଧ୍ୟ ବିଭାଜନ ହେଇଯାଇଥିଲା | ଏବଂ ଏହି ପରି କିଛି ରାଜା ଙ୍କ ର ଗଡ଼ ରହିଯାଇଥିଲା ପାକିସ୍ତାନ ରେ | ପାକିସ୍ତାନ ର ସିନ୍ଧ ରେ ଉମରକୋଟରେ ଥିବା ଏକମାତ୍ର ରାଜପୁତ ପରିବାର ରହିଥାନ୍ତି | ତାଙ୍କ ର ଅନ୍ୟ କିଛି ପରିବାର ଲୋକେ ରାଜସ୍ତାନ ମଧ୍ୟ ଅସିଜାଇଥିଲେ | କିନ୍ତୁ ଉମରକୋଟ ର ରଣା ନିଜ ର ଜନ୍ମଭୂମି ଛାଡି ନ ଥିଲେ | ବର୍ତମାନ ଏହି ରିୟାସତ ର ରାଜା କରଣୀ ସିଂ ଅଟନ୍ତି |

ସେ ଆଜିକା ସମୟ ରେ ରାଜକୀୟ ଶୈଳୀ ରେ ପାକିସ୍ତାନ ରେ ରହିଥାନ୍ତି | ସୋସିଆଲ ମିଡ଼ିଆ ରେ ମଧ୍ୟ ସେ ବେଶ ସକ୍ରିୟ ରହିଥାନ୍ତି | ଅନେକ ସମୟ ରେ ଏହି ରାଜପୁତ ଲଜ୍ଜରି ଗାଡି ରେ ମଧ୍ୟ ବୁଲିଥାନ୍ତି | ଏବଂ ତାଙ୍କ ପାଖ ରେ ବନ୍ଧୁକଧାରି ବଡିଗାର୍ଡ ମଧ୍ୟ ସର୍ବଦା ରହିଥାନ୍ତି | ତାଙ୍କ ସୁରକ୍ଷ୍ୟା ରେ ଅଧିକାଂଶ ବଡିଗାର୍ଡ ମୁସଲିମ ଅଟନ୍ତି |

କରଣୀ ସିଂ ନିଜ ପିତା ହମାରି ସିଂ ଙ୍କ ର ସୋଢା ରିୟାସତ ର ରାଜା ଅଟନ୍ତି | ପାକିସ୍ତାନ ରାଜନୀତି ରେ ମଧ୍ୟ ହମିର ସିଂ ଙ୍କ ର ବିଶେଷ ଯୋଗଦାନ ରହିଥିଲା I କରାଣୀ ସିଂ ଙ୍କ ର ଦାଦା ରଣା ଚନ୍ଦ୍ର ସିଂ ପାକିସ୍ତାନ ପିପ୍ଲସ ପାର୍ଟି ର ସଂସ୍ଥାପକ ଅଟନ୍ତି | ସେ ଆଜିକା ସମୟ ରେ ମଧ୍ୟ ରାଜକୀୟ ଶୈଳୀ ରେ ଜୀବନ ଅତିବାହିତ କରିଥାନ୍ତି | ଏବଂ ସେ ପୂର୍ବ ପ୍ରଧାନମନ୍ତ୍ରୀ ଜୁଲ୍ଫିକର ଅଲ୍ଲୀ ଭୁଟେ ଙ୍କ ର ମଧ୍ୟ ନିକଟ ବନ୍ଧୁ ରହିଥିଲେ | ରଣା ଚନ୍ଦ୍ର 7 ଥର ସାଂସଦ ମଧ୍ୟ ରହିଥିଲେ | 2009 ମସିହା ରେ ରଣା ଚନ୍ଦ୍ର ଙ୍କ ର ଦେହାନ୍ତ ହେଇଥିଲା |

ଆପଣ ଜାଣି ଆଶ୍ଚଯ୍ୟ ହେବେ କି କରଣୀ ସିଂ ଙ୍କ ର ଦାଦା ଓଁ ଓ ତ୍ରିଶୂଳ ର ପତାକା ପାକିସ୍ତାନ ପରି ସ୍ଥାନ ରେ ଉଡ଼ାଇଥିଲେ | ରଣା ଚନ୍ଦ୍ର ସ୍ୱତନ୍ତ୍ର ରୂପେ ହିନ୍ଦୁ ପାର୍ଟି ର ଗଠନ କରିଛନ୍ତି | ଏବଂ ତାଙ୍କ ପାର୍ଟି ର ଚିହ୍ନ ରେ ଓଁ ଓ ତ୍ରିଶୂଳ ରହିଛି |

Share Your Views In Comments Below

comments