ଦୁନିଆ ଛାଡି ଯାଇସାରିଛନ୍ତି ପ୍ରଦୀପ ମହାରଥୀ, ଲୋକଙ୍କ ପାଇଁ ଏକଥା ବିଶ୍ୱାସ କରିବା କଷ୍ଟ ହେଲେ ମଧ୍ୟ ସତ୍ୟ କୁ ଆପଣେଇବାକୁ ପଡିଥାଏ | ଲୋକେ ଝୁରୁଛନ୍ତି ତାଙ୍କ ସେ ଡାଇଲଗକୁ ଯାହା ଆଉ ଶୁଣିବାକୁ ମିଳିବ ନାହିଁ | ତେବେ ବର୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି, ଯାହା ଥିଲା ତାଙ୍କ ଶେଷ ଭିଡିଓ | ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ପ୍ରଦୀପ ମହାରଥୀ ତାଙ୍କ ଶେଷ ଭିଡିଓ ରେ ଏବଂ କଣ ଥିଲା ତାଙ୍କ ଶେଷ ଇଛା ଯାହା ଅଧୁରା ରହିଗଲା |
ମଣିଷ ତା ଜୀବନରେ ଅନେକ ସ୍ବପ୍ନ ଦେଖିଥାଏ |ତାର ଅନେକ ଇଛା ଥାଏ ଯାହାକୁ ସେ ପୁରା କରିବାକୁ ଚାହେଁ କିନ୍ତୁ ଆପଣ ଶୁଣିଥିବେ, କଥାରେ ଅଛି ମଣିଷର ସବୁବେଳେ ସ୍ବପ୍ନ ପୁରା ହୋଇନଥାଏ | ଠିକ ସେହିଭଳି ପ୍ରଦୀପ ମହାରଥୀଙ୍କର ମଧ୍ୟ ଏକ ସ୍ବପ୍ନ ଥିଲା | ଯାହାକୁ ସେ ଲକ ଡାଉନ ପରେ ପୁରା କରିବାକୁ ଚାହୁଁ ଥିଲେ କିନ୍ତୁ ସ୍ବପ୍ନ ପୁରା ହେବା ପୂର୍ବରୁ ଦୁନିଆରୁ ନେଇଥିଲେ ସେ ଚୀର ବିଦାୟ |
ଆପଣ ସମସ୍ତେ ଜାଣି ଥିବେ ପ୍ରଦୀପ ମହାରଥୀଙ୍କ ଗୋଟେ ପୁଅ ଏବଂ ଗୋଟେ ଝିଅ ଅଛନ୍ତି, ଯାହାଙ୍କ ବିବାହ ସେ କରିସାରିଛନ୍ତି | ନିକଟରେ ତାଙ୍କ ପୁଅ ଗୋଟେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ | କହିବାକୁ ଗଲେ ମହାରଥୀ ତାଙ୍କ ସମସ୍ତ ପାରିବାରିକ ଦାୟିତ୍ୱ ସମ୍ପୂର୍ଣ କରିସାରିଛନ୍ତି |
ଏକ ସାକ୍ଷାତକାରରେ ମହାରଥୀ କହିଥିଲେ ଯେ ସେ ତାଙ୍କ ଯାତ୍ରା ପାର୍ଟି ଅର୍ଥାତ କଳିଙ୍ଗ ଗଣନାଟ୍ୟରେ ଏକ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି | ଲକ ଡାଉନ ପରେ ସ୍ଥିତି ସ୍ୱାଭାବିକ ହେବା ପରେ ସେ ଅଭିନୟ କରିବେ ବୋଲି କହି ଥିଲେ | ସ୍ଥିତି ସ୍ୱାଭାବିକ ହୋଇଗଲା ଅନଲକ ମଧ୍ୟ ଆରମ୍ଭ ହୋଇଗଲା କିନ୍ତୁ ଅଧୁରା ରହିଗଲା ମହାରଥୀଙ୍କ ସ୍ବପ୍ନ |
ପ୍ରଦୀପ ମହାରଥୀଙ୍କୁ ନେଇ ଅନେକ ଯାତ୍ରା ହୋଇଛି, ଯାହା ସଫଳ ମଧ୍ୟ ହୋଇଛି, ତାହା ” ଶହେ ଘୋଡା କୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ ” ହେଉ ଅବା ” ହାରି ନାହିଁ ମହାରଥୀ ସରି ନାହିଁ ରାଜନୀତି ” ହେଉ | ସବୁ ଯାତ୍ରା କଳିଙ୍ଗ ଗଣନାଟ୍ୟର ହିଟ ହୋଇଛି | ଆଉ ଖଳନାୟକ ଭୂମିକାରେ ଅଭିନୟ କରିପାରିଲେ ନାହିଁ ମହାରଥୀ, ଅଧୁରା ରହିଗଲା ତାଙ୍କ ଭିଲିଆନ ଡାଇଲଗ କହିବା ସ୍ବପ୍ନ |
ଭଗବାନ ଜଗନ୍ନାଥଙ୍କ ନିକଟରେ ଆମେ ତାଙ୍କ ଆତ୍ମାର ସଦଗତିକୁ ନେଇ ପ୍ରାର୍ଥନା କରୁଛୁ | ଜୟ ଜଗନ୍ନାଥ…