ଏହି ବଜାରରେ ଟଙ୍କା ଦେଇ କିଣନ୍ତୁ ନିଜ ମନ ପସନ୍ଦର କନିଆଁ, ଫୋଟୋ ଦେଖିକି ଆପଣ ବି ଖୁସି ହେଇଯିବେ…

ଆପଣ କେବେକେବେ ବଜାରକୁ ସଉଦା ଯାନ୍ତି କି ? ସେଠାରେ ସଉଦା ବଦଳରେ ମହିଳା ହେଉଥିବାର କେବେ ଦେଖିଛନ୍ତି କି ? କଥାଟା ଅଜବ ଲାଗୁଥିଲେ ମଧ୍ୟ ସତ | ଏପରି ଏକ ବଜାର ଅଛି ଯେଉଁଠାରେ କନ୍ୟା ମାନଙ୍କର କିଣାବିକା ହୋଇଥାଏ | ଏହା ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହେଇଯାଇଥିବେ ନିଶ୍ଚୟ | ତେବେ ଆସନ୍ତୁ ଜାଣିବା ଏହି ବଜାର କେଉଁଠି ବସିଥାଏ |

ଏକ ଇଂରାଜୀ ଖବର କାଗଜ ଡେଲି ମେଲ ଅନୁସାରେ ବୁଲଗେରିଆରେ ଏକ ସହର ଅଛି ଯେଉଁଠାରେ ସଉଦା ବଦଳରେ ସୁନ୍ଦର ସୁନ୍ଦର ମହିଳ ମାନେ ବିକ୍ରି ହୋଇଥାନ୍ତି | ବୁଲଗେରିଆ ର ଏହି ବଜାରକୁ ଷ୍ଟାରା ଜାଗର ନାମକ ସ୍ଥାନରେ ବସାଯାଇଥାଏ | ଏଠାକୁ ଝିଅମାନେ ସାଜସଜ୍ଜା ହୋଇ ନିଜ ପରିବାର ସହ ଅସିଥାନ୍ତି | ତାଙ୍କୁ କିଣିବା ପାଇଁ ବର ମଧ୍ୟ ବରଯାତ୍ରୀ ସହ ଆସିଥାଏ ଏବଂ ନିଜ ପସନ୍ଦର କନ୍ୟା କିଣି ସାଙ୍ଗରେ ନେଇଯାଆନ୍ତି |

ସୂଚନା ମିଳିଛି ଯେ, ଏହି ବଜାର ବର୍ଷକୁ ତିନିଥର ବସିଥାଏ | ଯେଉଁଥିରେ ପ୍ରତେକ ବର୍ଷ ବୟସ ବର୍ଗର ଝିଅ ମାନେ ଉପଲବ୍ଧ ଥାନ୍ତି | ବୃଦ୍ଧ ମାନେ ମଧ୍ୟ ଏଠାକୁ ଆସି ନିଜ ମନପସନ୍ଦର କନ୍ୟା କିଣି ନେଇଥାନ୍ତି | ଏହି ବଜାର ବସିବା ପଛରେ ଏକ ବିଶେଷ କାରଣ ରହିଛି | ଯେଉଁମାନେ ନିଜ ଝିଅ ମାନଙ୍କର ବିବାହ କରିବାକୁ ଅସମର୍ଥ ଥାନ୍ତି, ସେମାନଙ୍କ ପାଇଁ ଏହା ଲାଭଦାୟକ ହୁଏ | କେବଳ ଏତିକି ନୁହେଁ ବର କନ୍ୟା କିଣି ଘରକୁ ନେଲେ ମଧ୍ୟ ପିଲା ଘର ଲୋକ ତାଙ୍କୁ ବୋହୁ ଭାବରେ ଗ୍ରହଣ କରିଥାନ୍ତି |

Share Your Views In Comments Below

comments