ଏହି ଚମତ୍କାରୀ ହନୁମାନ ମନ୍ଦିର ପାଖରେ ଟ୍ରେନ ର ଗତି ଆପେ ଆପେ ଧୀର ହେଇଯାଇଥାଏ !

ଭାରତ ଦେଶ ଦେଖିବାକୁ ଗଲେ ବହୁତ ଚମତ୍କାରୀ କୀର୍ତି ରେ ପରିପୂର୍ଣ ଅଟେ | ଏହା ଧର୍ମ ର ଦେଶ ଓ ଏଠାରେ ପ୍ରତି ସ୍ଥାନ ରେ ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ | ଏହିପରି ଏକ ଚମତ୍କାରୀ ମନ୍ଦିର ମଧ୍ୟପ୍ରଦେଶ ର ସାହଜପୁର ଜିଲ୍ଲା ରେ ରହିଛି , ଯାହା କି 600 ବର୍ଷ ପୁରୁଣା ଅଟେ | ଏବଂ ଏହି ମନ୍ଦିର ପାଖ ଦେଇ ଯେଉଁ ଟ୍ରେନ ବି ଯାଏ ତାର ଗତି ଧୀର ହେଇଯାଇଥାଏ | ସହଜପୁର ଜିଲ୍ଲା ର ବୋଲାଇ ଗ୍ରାମର ଶ୍ରୀ ସିଦ୍ଧେଶ୍ୱର ଖେଡାପାତି ହନୁମାନ ମନ୍ଦିର କୁ ଦର୍ଶନ କରିବା କୁ ପୁରା ଦୁନିଆ ରୁ ଲୋକେ ଏଠାକୁ ଆସିଥାନ୍ତି |

ଶ୍ରୀ ସିଦ୍ଧେଶ୍ୱର ଖେଡାପାତି ହନୁମାନ ମନ୍ଦିର

ଶ୍ରୀ ସିଦ୍ଧେଶ୍ୱର ଖେଡାପାତି ହନୁମାନ ମନ୍ଦିରରତମଲ ଭୋପାଲ ରେଳବାଇ ଟ୍ରାକ ମଧ୍ୟ ରେ ବୋଲି ଷ୍ଟେସନ ପାଖରୁ 1 କି.ମି. ଦୂର ରେ ରହିଛି | ପୂଜାରୀ ପଣ୍ଡିତ ନାରାୟଣ ପ୍ରସାଦ ଉପାଦେୟ ଙ୍କ କହିବା ଅନୁସାରେ ଏହି ମନ୍ଦିର ପାଖାପାଖି 600 ବର୍ଷ ପୁରୁଣା ଅଟେ |

ହନୁମାନ ଙ୍କ ର ବାମ ପଟେ ସିଦ୍ଧି ବିନାୟକ ଗଣେଶ ଙ୍କ ର ପ୍ରତିମା ରହିଛି

ହନୁମାନ ଙ୍କ ପ୍ରତିମାର ବାମ ପଟେ ଶ୍ରୀ ସିଦ୍ଧି ବିନାୟକ ଗଣେଶ ବିରାଜମାନ ଅଛନ୍ତି ଗୋଟେ ପ୍ରତିମା ର ଦୁଇ ଜଣ ଭଗବାନ ଥିବା ରୁ ଏହି ପ୍ରତିମା ବହୁତ ପବିତ୍ର ଅଟେ |

କେହି ପାଇଲଟ ଙ୍କୁ ଟ୍ରେନ କୁ ଧୀର କରିବାକୁ କହିଥାନ୍ତି

ମନ୍ଦିର ର ପୂଜାରୀ ଙ୍କ କହିବା ଅନୁସାରେ ଟ୍ରେନ ଯେତେବେଳେ ବି ସେହି ବାଟ ଦେଇ ଯାଇଥାଏ ସତେ ଯେମିତି ଆଗରୁ ଟ୍ରେନ ଡ୍ରାଇଭର କୁ କେହି ନିର୍ଦେଶ ଦିଅନ୍ତି କି ଟ୍ରେନ ଧୀରେ ନେବା ପାଁଇ |

କିଛି ସମୟ ପୂର୍ବ ରୁ ହେଇଥିଲା ଦୁର୍ଘଟଣା

ଯଦି କେହି ଡ୍ରାଇଭର ଏହି ସ୍ଥାନ କୁ ଅଣଦେଖା କରନ୍ତି ତ ଆପେ ଆପେ ହିଁ ଟ୍ରେନ ର ଗତି ଧୀର ହେଇଯାଇଥାଏ ଏବଂ ପୂଜାରୀ ଙ୍କ କହିବା ଅନୁସାରେ କିଛି ସମୟ ପୂର୍ବ ରୁ ହିଁ ଏହି ସ୍ଥାନ ରେ ଦୁଇଟି ମାଲଗାଡୀ ଦୁର୍ଘଟଣା ଗ୍ରସ୍ତ ହେଇଥିଲେ | ଏବଂ ପରେ ସେହି ଟ୍ରେନ ର ଡ଼ରାଭର ଙ୍କ ସୂଚନା ଅନୁସାରେ ତାଙ୍କୁ ପୂର୍ବ ରୁ ହିଁ ଏହି ଦୁର୍ଘଟଣା ସମ୍ପର୍କ ରେ ପୂର୍ବାନୁମାନ ହେଇଥିଲା |

ଶନିବାର, ମଙ୍ଗଳବାର ଓ ବୁଧବାର ରେ ଭକ୍ତ ଙ୍କ ଭିଡ଼ ରହିଥାଏ

ମନ୍ଦିର ର ଏକ ଅନ୍ୟ ମାନ୍ୟତା ଅନୁସାରେ ଏଠାକାର ଭକ୍ତ ଙ୍କ ସବୁ ମନକାମନା ପୁରଣ ହେଇଥାଏ ଏବଂ ଶନିବାର, ମଙ୍ଗଳବାର ଓ ବୁଧବାର ରେ ଭକ୍ତ ଙ୍କ ଭିଡ଼ ରହିଥାଏ |

Share Your Views In Comments Below

comments