ଏହି କଥା ଶୁଣିଲାପରେ ଆପଣଙ୍କୁ ଯଦି ଆଶ୍ଚର୍ଯ୍ୟ ଲାଗୁଛି ତେବେ, ଯାହାଙ୍କ ସହ ଏହା ଘଟୁଛି ତାଙ୍କୁ କିପରି ଲାଗୁଥିବ ତାହା ଭାବନ୍ତୁ | ଆପଣଙ୍କୁ କହିରଖୁଛୁ କି, ଏକ ଜନଜାତି ର ପ୍ରଥା ଅନୁସାରେ ଘରର ମୁଖିଆ ଙ୍କ ମୃତ୍ୟୁ ହେବା ପରେ ଘରର ମହିଳାମାନଙ୍କର ଆଙ୍ଗୁଳିକୁ କୁରାଢ଼ୀ ସାହାଯ୍ୟରେ କାଟି ଦିଆଯାଏ | କେବଳ ସେତିକି ନୁହେଁ, ସେମାନଙ୍କ ମୁହଁରେ କଳା ଏବଂ ମାଟି ତେଲ ମଖାଇ ତାଙ୍କୁ ସର୍ବସାଧାରଣ ସମ୍ମୁଖରେ ଅପମାନିତ କରାଯାଏ | ମହିଳାମାନଙ୍କ ସହିତ କରାଯାଇଥିବା ଏହି ଅମାନବୀୟ କାର୍ଯ୍ୟ ପଛରେ ଏକ ରହସ୍ୟ ରହିଛି | ପରିବାରର ମହିଳା ସଦସ୍ୟଙ୍କ ଆଙ୍ଗୁଠି କାଟିବା ଦ୍ୱାରା ଯନ୍ତ୍ରଣା ହେଲେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳି ଥାଏ ବୋଲି ଏମାନେ ବିଶ୍ୱାସ କରନ୍ତି |
ଆଫ୍ରିକା, ଅଷ୍ଟ୍ରେଲିଆ, ଭାରତ ଏବଂ ଇଣ୍ଡୋନେସିଆ ଇତ୍ୟାଦି ଦେଶରେ ଏପରି ଅନେକ ଜନଜାତି ଅଛନ୍ତି ଯେଉଁମାନେ ସେମାନଙ୍କର ହଜାରେ ବର୍ଷ ପୁରୁଣା ଜୀବନଶୈଳୀ ଜାରି ରଖିଛନ୍ତି। ଏହିପରି ଏକ ଜନଜାତି ହେଉଛି, ଇଣ୍ଡୋନେସିଆର ପୁଆଗିନି ଦ୍ୱୀପରେ ରହୁଥିବା ଦାନି ଜାନଜତି | ଦାନି ଜାନଜାତୀରେ, ଆଜି ବି ଏପରି ଏକ ପରମ୍ପରା ଅଛି ଯାହାକୁ କେବଳ ବର୍ବର କୁହାଯାଇପାରେ | ଏହି ଜନଜାତିର ମହିଳାମାନେ ସମ୍ପର୍କୀୟଙ୍କ ମୃତ୍ୟୁ ଅବସରରେ ନିଜର ଆଙ୍ଗୁଠି କାଟିବାକୁ ପଡିଥାଏ |
ଏହି ବଂଶୀୟ ପରମ୍ପରା ଅନୁଯାୟୀ, ପରିବାରର ମୁଖ୍ୟଙ୍କ ମୃତ୍ୟୁ ପରେ ମହିଳାମାନଙ୍କୁ ସାରା ଜୀବନ ଯନ୍ତ୍ରଣା ଭୋଗିବାକୁ ପଡିଥାଏ | ଏହି ଯନ୍ତ୍ରଣାଦାୟକ ଏବଂ ଅମାନୁଷିକ ପ୍ରକୃତି ପଛରେ, ସେମାନେ ବିଶ୍ୱାସ କରନ୍ତି ଯେ ଏହା କରିବା ଦ୍ୱାରା ମୃତକଙ୍କ ଆତ୍ମାଙ୍କୁ ଶାନ୍ତି ମିଳିଥାଏ। ଆଙ୍ଗୁଳି କାଟିବା ପୂର୍ବରୁ ତାଙ୍କୁ ଦଉଡିରେ ବାନ୍ଧି ଦିଅ ଯାଏ କାରଣ ଏହା କରିବା ଦ୍ୱାରା ରକ୍ତ ପ୍ରବାହକୁ ବନ୍ଦ କରିଥାଏ | ଏହା ପରେ ତାଙ୍କ ଆଙ୍ଗୁଠି କୁରାଢ଼ୀରେ କାଟି ଦିଆଯାଏ |