ଆପଣମାନଙ୍କୁ ଜଣେଇଦେଉଛୁ ଯେ, ହାଇଦ୍ରାବାଦ ରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଚଳଚିତ୍ର ଜଗତର ଅସଲ ଚେହେରା ସାମ୍ନାକୁ ଆସିଛି | ଯାହା ବିଷୟରେ ଶୁଣିଲା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | କୌଣସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳଚିତ୍ର ଦୁନିଆରେ କାମ ଦେବାକୁ ପ୍ରତିଶୁତି ଦେଇ ସିନେମାଟୋଗ୍ରାଫର ସଂମୁଖ ବିନୟ ଏକ ଯୁବତୀଙ୍କ ସହ ପ୍ରତାରଣା କରିଥିବା ଘଟଣା ବିଳମ୍ବରେ ସାମ୍ନାକୁ ଆସିଛି | କୁହାଯାଉଛି ଯେ, ହାଇଦ୍ରାବାଦ ର ଏକ ଯୁବତୀ ଫିଲ୍ମରେ କାମ କରିବାକୁ ସୁଯୋଗ ଦେବାପାଇଁ ବିନୟଙ୍କୁ ଅନୁରୋଧ କରିଥିଲେ |
ବିନୟ ତାଙ୍କୁ ଚଳଚିତ୍ର ଜଗତରେ କାମ ଦେବାପାଇଁ ଭରସା ଦେଇଥିଲେ | ସେ ଜାନୁଆରୀରେ ସିନେମାରେ କାମ ଦେବାପାଇଁ କହି ତାଙ୍କୁ ମାଧପୁରସ୍ଥିତ ଏକ ଗେଷ୍ଟ ହାଉସ କୁ ଡାକି ଦୁଷ୍କର୍ମ କରିଥିଲେ |
ବିନୟ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ପ୍ରତିଶୁତି ଦେଇଥିଲେ | ଏହାପରେ ସେ ଯୁବତୀଙ୍କୁ ଅଣଦେଖା କରିବାକୁ ଆରମ୍ଭ କରିଥିଲେ | ଯୁବତୀ ଜଣକ ତାଙ୍କର ହାବଭାବ ଦେଖି ମାଧପୁର ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିଲେ |
ପୋଲିସ ବିନୟ ଙ୍କ ବିରୋଧରେ SC,ST ଆଟ୍ରେସିଟ ଏବଂ ବଳାତ୍କାର ମାମଲା ରଜ୍ଜୁ କରି, ବିନୟନକୁ ଗିରଫ କରି ରିମାଣ୍ଡ ରେ ପଠାଇଛି |