ହନିମୁନ କରିବା ସମୟରେ ଏହି ଭାରତୀୟ ଦମ୍ପତି କରିଦେଲେ ଏମିତି କାଣ୍ଡ, ଏବେ Qatar ଦେଶ ଜେଲରେ ଭୋଗବେ 10 ବର୍ଷର ଦଣ୍ଡ…

ମୁମ୍ବାଇର ଏକ ଦମ୍ପତିଙ୍କ ବିରୋଧରେ ସେମାନଙ୍କ ସମ୍ପର୍କୀୟମାନେ ଷଡଯନ୍ତ୍ର କରି ସେମାନଙ୍କୁ ଜେଲକୁ ପଠାଇଦେଲେ। ଏହି ଦମ୍ପତିଙ୍କ ମାଉସୀ ସେମାନଙ୍କୁ ହନିମୁନ୍‌ରେ କତରକୁ ପଠାଇଥିଲେ ଏବଂ ଡ୍ରଗ୍ସ ଚାଲାଣ ଅଭିଯୋଗରେ କତର ପୋଲିସ ସେମାଙ୍କୁ ଗିରଫ କରିଦେଲା। ଏହି ଦମ୍ପତି ଏକ ବର୍ଷ ଧରି ଏହି ଦେଶର ଜେଲରେ ବନ୍ଦ ଅଛନ୍ତି ଏବଂ ଭାରତ ସରକାରଙ୍କ ସାହାଯ୍ୟ ମାଗିଛନ୍ତି। ଏହି ଦମ୍ପତି ସେମାନଙ୍କର ସମ୍ପୂର୍ଣ୍ଣ କାହାଣୀ ଭାରତ ସରକାରଙ୍କୁ ଶୁଣାଇଲେ । ଯାହା ପରେ ସରକାର ଅନୁସନ୍ଧାନ କରିଲା। ଅନୁସନ୍ଧାନରୁ ଜଣାପଡିଲା ଯେ ଏହି ଦମ୍ପତିଙ୍କୁ ସେମାନଙ୍କ ମାଉସୀ ତବସୁମ ରିୟାଜ କୁରେଶି ଫସାଇଛନ୍ତି ।

ସମଗ୍ର ବିଷୟ କ’ଣ

ମୁମ୍ବାଇର ଏହି ଦମ୍ପତିଙ୍କୁ ସେମାନଙ୍କ ମାଉସୀ ତବସୁମ ରିୟାଜ କୁରେଶି ହନିମୁନ ଟିକେଟ ଦେଇ କତରକୁ ପଠାଇଥିଲେ। ତେବେ ତବସୁମ ରିୟାଜ୍ କୁରେଶି ବିମାନବନ୍ଦରରେ ଡ୍ରଗ୍ସକୁ ସେମାନଙ୍କ ବ୍ୟାଗରେ ରଖିଦେଇଥିଲେ। ତବସୁମ ରିୟାଜ୍ କୁରେଶି ସେମାନଙ୍କୁ କହିଥିଲେ ଯେ ଏହି ପ୍ୟାକେଜରେ ଦୋହାରେ ରହୁଥିବା ଜଣେ ବନ୍ଧୁଙ୍କ ପାଇଁ ତମାଖୁ ଅଛି। ଓନିବା ଏବଂ ତାଙ୍କ ସ୍ୱାମୀ ମହମ୍ମଦ ଶରିକ କୁରେଶୀ ମାଉସୀଙ୍କ କଥାକୁ ମାନି ତାଙ୍କୁ ପ୍ୟାକେଜ୍ ବ୍ୟାଗରେ ରଖିବାକୁ ଦେଲେ। ଏହି ଲୋକମାନେ ହମାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଡ୍ରଗ୍ସ ଚାଲାଣ ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଦେଲା ଏବଂ ଜେଲରେ ବନ୍ଦ କରିଦେଲା |

ଓନିବା ଏବଂ ମହମ୍ମଦ ଶରିକ୍ କୁରେଶିଙ୍କ ବିରୋଧରେ କେସ ଚାଲିଲା ଏବଂ ସେମାନଙ୍କୁ କୋର୍ଟ 10 ବର୍ଷ ଜେଲ ଦଣ୍ଡ ଶୁଣାଇଲା। ଏହା ସହିତ ଡ୍ରଗ୍ସ କାରବାର ପାଇଁ ସେମାନଙ୍କ ଉପରେ ଏକ କୋଟି ଟଙ୍କାର ଜରିମାନା ମଧ୍ୟ ଲାଗିଛି । ଏହା ପରେ ଓନିବାଙ୍କ ପିତା ଶକିଲ ଅହମ୍ମଦ କୁରେଶି ଏନସିବିକୁ ପତ୍ର ଲେଖି ସାହାଯ୍ୟ ମାଗିଥିଲେ।

ଏହି ଚିଠିରେ ଶକିଲ ଅହମ୍ମଦ କୁରେଶି ଲେଖିଛନ୍ତି ଯେ ତବସୁମ ରିୟାଜ୍ କୁରେଶି ବିବାହର ଉପହାର ଭାବରେ ତାଙ୍କ ଝିଅକୁ ଜୁଲାଇ 6, 2019 ରେ କତର ଗସ୍ତରେ ପଠାଇଥିଲେ ଏବଂ ତାଙ୍କୁ ଏକ ପ୍ୟାକେଜ୍ ଦେଇଥିଲେ। ଯେଉଁଥିରେ ଡ୍ରଗ୍ସ ଥିଲା | ତବସୁମ ରିୟାଜ୍ କୁରେଶି ତାଙ୍କୁ ଏକ ଷଡଯନ୍ତ୍ରରେ ଫସାଇଛନ୍ତି। ମୁମ୍ବାଇ ଛାଡିବା ପୂର୍ବରୁ ସେ ବ୍ୟାଗରେ ଚାରି କିଲୋ ଡ୍ରଗ୍ସ ରଖିଥିଲେ।

ଗତ ବର୍ଷ ସେପ୍ଟେମ୍ବର 27 ରେ, ଓନିବାଙ୍କ ପିତା ଶକିଲ ଅହମ୍ମଦ କୁରେଶି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କୁ ଚିଠି ଲେଖି ସାହାଯ୍ୟ ମାଗିଥିଲେ । ଗୁରୁବାର ଦିନ ଏନସିବି ର ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା ଏଜେନ୍ସିର ମୁମ୍ବାଇ କାର୍ଯ୍ୟାଳୟ ପରିଦର୍ଶନ କରି ଏହି ମାମଲା ସମ୍ପର୍କରେ ଏକ ରିପୋର୍ଟ ନେଇଛନ୍ତି।

ଏନସିବି ହାତରେ କିଛି ଏମିତି ପ୍ରମାଣ ଲାଗିଛି ଯାହା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ଏହି ଦମ୍ପତିଙ୍କୁ ଫସାଯାଇଛି ଏବଂ ଦମ୍ପତିଙ୍କୁ ସେମାନଙ୍କ ମାଉସୀ ଧୋକା ଦେଇଛନ୍ତି | ବାସ୍ତବରେ ଗତ ବର୍ଷ ମୁମ୍ବାଇ ପୋଲିସ ତବସୁମ୍ ଏବଂ ତାଙ୍କ ସହଯୋଗୀ ନିଜାମ କାରାଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ 220 ଗ୍ରାମ ନିଶା ବଟିକା, 18 ଗ୍ରାମ କୋକେନ, 8 ଗ୍ରାମ ଏମଡିଏମଏ, 9 ଗ୍ରାମ ମେଥ ମିଳିଥିଲା।

ତେବେ ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଛି। ଏନସିବି ଅକ୍ଟୋବର 14 ରେ ନିଜାମ ଏବଂ ଶାହିଦା ନାମକ ମହିଳାଙ୍କୁ ଚଣ୍ଡିଗଡ଼ରୁ ଗିରଫ କରିଥିଲା। ଯେଉଁମାନଙ୍କ ପାଖରୁ 1.4 କିଲୋଗ୍ରାମ ଡ୍ରଗ୍ସ ମିଳିଥିଲା | ଯେତେବେଳେ ସେମାନଙ୍କୁ ପଚରାଗଲା, ସେମାନେ କହିଥିଲେ ଯେ ସେମାନେ ଏବଂ ସେମାନଙ୍କ ସହଯୋଗୀ ତବସୁମ୍ ଏହି ଦମ୍ପତିଙ୍କୁ କତର ପଠାଇଥିଲେ ଏବଂ ଦମ୍ପତିଙ୍କ ବ୍ୟାଗରେ ଡ୍ରଗ୍ସ ରଖିଥିଲେ ।

ପୋଲିସ ତବସମକୁ ଖୋଜୁଛି। ଏଥି ସହିତ କୂଟନୈତିକ ଚ୍ୟାନେଲ ମାଧ୍ୟମରେ କତର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଏହି ଦମ୍ପତିଙ୍କୁ ମୁକ୍ତ କରିବାକୁ ଉଦ୍ୟମ ମଧ୍ୟ କରାଯାଉଛି। କହିରଖୁଛୁ ଯେ ଯେତେବେଳେ ଓନିବାଙ୍କୁ ଗିରଫ କରାଯାଇଥିଲା ସେ ଗର୍ଭବତୀ ଥିଲେ |

Share Your Views In Comments Below

comments