ଯାହାକୁ ମାନୁଥିଲେ ଭଗବାନ ଏବେ ତାଙ୍କ ସହ ହିଁ କରିଦେଲେ ଏମିତି କାମ, Cricket ଜଗତରେ ହେଇଗଲା ହଇଚଇ

IPL ରେ ବୁଧବାର ମୁମ୍ବାଇ ଇଂଡିଆନ୍ସ ଏବଂ ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯାଇଥିଲା | ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ମୋଟ 20 ଓଭରରେ 164 ଋଣ କରିଥିଲା | ଏହାକୁ ପିଛା କରି ମୁମ୍ବାଇ 5 ଉଇକେଟରେ ମ୍ୟାଚ ଜିତିଯାଇଥିଲା |

ଏହି ବିଜୟର ସବୁଠାରୁ ବଡ ହିରୋ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି 43 ବଲରେ 79 ରନ କରି ଏକ ଆକର୍ଷଣୀୟ ପାଳି ଖେଳିଥିଲେ | ମ୍ୟାଚ ସମୟରେ ସୂର୍ଯ୍ୟକୁମାର ଯାଦବ ଏବଂ RCB ଅଧିନାୟକ ବିରାଟ କୋହଲିଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏହି ଘଟଣା ପରେ ସୂର୍ଯ୍ୟକୁମାର ଯାଦବଙ୍କ କିଛି ପୁରୁଣା ଟୁଇଟ ଭାଇରଲ ହେବାକୁ ଲାଗିଥିଲା | ଏହି ଟୁଇଟ ଗୁଡିକରେ ସେ ବିରାଟ କୋହଲିଙ୍କୁ ଭଗବାନ ଭଳି ମାନୁଥିବାର ଦେଖିବାକୁ ମିଳିଛି |

ସୂର୍ଯ୍ୟ କୁମାର ଏହି ଟୁଇଟ ଚାରି ବର୍ଷ ଆଗରୁ କରିଥିଲେ । ମାର୍ଚ୍ଚ 2016 ରେ ସେ ଟୁଇଟରରେ ଲେଖିଥିଲେ, “ବଡ ଦାୟିତ୍ୱ ନେଇ ପ୍ରେସର ସମୟରେ ମୁଁ ଭଗବାନଙ୍କୁ ଭାରତ ପାଇଁ ୩ ନମ୍ବରରେ ବ୍ୟାଟିଂ କରୁଥିବାର ଦେଖିଛି |

ଏହି ଟୁଇଟ ଭଗିରଲ ହେବପରେ ଲୋକମାନେ ସୂର୍ଯ୍ୟକୁମାରଙ୍କୁ ନିନ୍ଦା କରୁଛନ୍ତି | ଲୋକମାନେ କହୁଛନ୍ତି କି, ସୂର୍ଯ୍ୟକୁମାର ଯାହା କଲେ ଠିକ କରିନାହାନ୍ତି | ସେ ଯଦି କୋହୋଲିଙ୍କୁ ଭଗବାନ ଭଳି ମାନୁଥିଲେ ତେବେ ଏପରି କରିବା ଠିକ ନୁହେଁ | କିଛି ଲୋକ ସୂର୍ଯ୍ୟକୁମାର ଠିକ କରିଛନ୍ତି ବୋଲି କହିଛନ୍ତି ଏବଂ ବିରାଟ ମ୍ୟାଚ ସମୟରେ ସୂର୍ଯ୍ୟାକୁମାରଙ୍କୁ ସ୍ଲେଜିଙ୍ଗ କରିଥିଲେ ବୋଲି କହୁଛନ୍ତି |

Share Your Views In Comments Below

comments