ଯେତେବେଳେ ମୁଁହରେ ଗାମୁଛା, ପାଦରେ ଚପଲ ପିନ୍ଧି ଧାନ ମଣ୍ଡିରେ ପହଞ୍ଚିଲେ DM, ତାପରେ ସେଠି ଯାହା ହେଲା…

ରାମପୁରର ମଣ୍ଡିରେ କିଣାବିକାରେ ଘଟୁଥିବା ଦୁର୍ନୀତି ସମ୍ପର୍କରେ ଜାଣିବାକୁ ପାଇ ଡିଏମ ଅଞ୍ଜାନୀ କୁମାର ସିଂ ନିଜେ ଏକ ସାଧାରଣ ଲୋକ ର ବେଶ ଧାରଣ କରି ପହଁଚିଲେ। ସେମାନେ ପାଟିରେ ଏକ ମାସ୍କ ଲଗାଇ ଗାମୁଛା ଘୋଡାଇ ହୋଇଥିଲେ ଏବଂ ପାଦରେ ଚପଲ ପିନ୍ଧି ମଣ୍ଡି କୁ ଯାଇଥିଲେ | ଆରମ୍ଭରେ ତାଙ୍କୁ କେହି ଚିନ୍ହି ପାରିଲେ ନାହିଁ | କିନ୍ତୁ ଯେତେବେଳେ ଡିଏମ୍ ମାସ୍କ ଖୋଲିଥିଲେ ସେତେବେଳେ ସମସ୍ତ କର୍ମଚାରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ମଧ୍ୟରେ ଡିଏମ୍ ଦୁର୍ନୀତି କରୁଥିବା କର୍ମଚାରୀ ଉପରେ କୋଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଧାନ ମଣ୍ଡି ବିରୋଧରେ ଧାନ କିଣାବିକା କୁ ନେଇ ଅନେକ ଅଭିଯୋଗ ହୋଉଥିଲା | ଏହି ଅଭିଯୋଗ ଗୁଡିକ ଦୃଷ୍ଟିରେ ରଖି ଜିଲ୍ଳାଧିକାରୀ ଶନିବାର ଦିନ ଛଦ୍ମ ବେଶରେ ମଣ୍ଡିରେ ଯାଇ ପହଂଚିଥିଲେ। ଡିଏମ୍ କାରରୁ ଓଲ୍ହାଇ ସାଧାରଣ ଲୋକଙ୍କ ପରି ମଣ୍ଡି ଭିତରେ ପ୍ରବେଶ କରିଥିଲେ । ସେ କେନ୍ଦ୍ରଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ନିଜ ଗାଡି ରଖିଥିଲେ । ଜିଲ୍ଳାଧିକାରୀ ସାଧାରଣ କୃଷକ ଭଳି ସେଠାକାର ପରିସ୍ଥିତି ଅନୁଧ୍ୟାନ କଲେ ଏବଂ ଲୋକୋମାନାକୁ ଧାନ କିଣା ବିକା ସମ୍ପର୍କରେ ପଚାରିଲେ | ତା’ପରେ ସେ ମଣ୍ଡି ରେ କାମ କରୁଥିବା କର୍ମଚାରୀଙ୍କ ଦ୍ୱାରା କରାଯାଉଥିବା ଅନିୟମିତତା ସମ୍ପର୍କରେ କୃଷକ ମାନଙ୍କ ଠାରୁ ଗୋପନରେ ତଥ୍ୟ ସଂଗ୍ରହ କଲେ |

ଜିଲ୍ଳାଧିକାରୀଙ୍କୁ ଏହି ଛଦ୍ମ ବେଶରେ ଦେଖି ସେଠାକାର କର୍ମଚାରୀ ମାନେ ମଧ୍ୟ ଜାଣି ପାରିନଥିଲେ | ଯେତେବେଳେ ସେ ନିଜର ମୁଖ କୋଲିଥିଲେ ତାଙ୍କୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ | ଏହାପରେ ସୂଚନା ପାଇ ଉପଜିଲ୍ଲାଧିକାରୀ ବିଳାସପୁର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ସେଠାକୁ ପହଁଚିଲେ |

Share Your Views In Comments Below

comments