ଉତ୍ତରପ୍ରଦେଶର ମୁରାଦାବାଦ୍ରେ ଦୁଇ ପତ୍ନୀଙ୍କ ମଧ୍ୟରେ ସ୍ୱାମୀଙ୍କ ସ୍ୱତନ୍ତ୍ର ବିଭାଜନ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ରହି ବ୍ୟବସାୟ କରୁଥିବା ନୈଶଦ ଅଲ୍ଲୀ ନିଜର ପ୍ରଥମ ପତ୍ନୀଙ୍କର 7 ଜଣ ପିଲାଙ୍କୁ ଦିନ ପ୍ରତି 300 ତାଙ୍କ ହାରରେ କ୍ଷତିପୂରଣ ଦେବେ | ସେ ଦିଲ୍ଲୀରୁ ମୁରାଦାବାଦ ଫେରିଲା ପରେ ପ୍ରଥମେ ପ୍ରଥମ ପତ୍ନୀଙ୍କ ପାଖରେ ରାତି କାଟିଲା ପରେ ଦ୍ଵିତୀୟ ପତ୍ନୀ ପାଖକୁ ଯିବେ ବୋଲି ନିର୍ଧାରିତ ହୋଇଛି | ନୈଶଦ ସୂଚନା ନ ଦେଇ ପ୍ରଥମ ସ୍ତ୍ରୀ କୌଣସି ସ୍ଥାନକୁ ଯିବେ ନାହିଁ | ତାଙ୍କର ଉଭୟ ପତ୍ନୀଙ୍କ ସହମତିରେ ସେମାନେ ପରସ୍ପର ଘରକୁ ଯିବା ଆସିବା କରିପାରିବେ | ଏହି ସବୁ ନିଷ୍ପତି ନାରୀ ସଶକ୍ତି କେନ୍ଦ୍ର ର କାଉନସିଲର ଉପସ୍ତିତି ରେ ନିଆ ଯାଇଛି |
ସାତଟି ସନ୍ତାନର ପିତା କଲେ ଦ୍ଵିତୀୟ ବିବାହ
ସୂଚନା ଅନୁସାରେ, ମୁରାଦାବାଦ୍ର ମୁଗଲପୁର ଥାନା ଅଂଚଳର ନୈଶଦ ଅଲ୍ଲୀ ଦିଲ୍ଲୀରେ ରହି ବ୍ୟବସାୟ କରନ୍ତି | ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ମୁମତାଜ ଅଟେ | ନୈଶଦଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ସାତଟି ସନ୍ତାନ ଥିଲେ ମଧ୍ୟ ସେ ରୁହି ନାମକ ଆଉ ଜଣେ ମହିଳାଙ୍କୁ ବିବାହ କରିନେଇଛନ୍ତି | ରୁହି ନୈଶଦ ଙ୍କ ଗୋଟିଏ ସନ୍ତାନର ମା ଅଟନ୍ତି | ମମତାଜ ଏ ସମ୍ପର୍କରେ ଜାଣିଲା ପରେ ଘରେ ହଇଚଇ ସୃଷ୍ଟି କରିଦେଇଥିଲେ | ଏହା ପରେ ନୈଶଦ ଏବଂ ମୁମତାଜ ଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହଉଥିଲା | ମାମଲା ଏତେ ଗମ୍ଭୀର ହୋଇଯାଇଥିଲା ଯେ କଥା ପୋଲିସ ପାଖକୁ ପହଞ୍ଚି ଗଲା | ଏସ.ପି ଘଟଣାକୁ ନାରୀ ସଶକ୍ତି କେନ୍ଦ୍ର ର ହାତକୁ ଦେଇଥିଲେ | ଗୁରୁବାର ଦିନ ନୈଶଦ ଅଲ୍ଲୀ ଏବଂ ତାଙ୍କ ଦୁଇ ପତ୍ନୀଙ୍କୁ ସେଠାକୁ ଡକା ଯାଇ ମାମଲାର ବିଚାର କରାଯାଇଥିଲା |
ଦୁଇ ସ୍ତ୍ରୀଙ୍କ ମଧ୍ୟରେ ହେଲା ସ୍ୱାମୀଙ୍କର ଭାଗ ବଣ୍ଟା
ନାରୀ ସଶକ୍ତି କେନ୍ଦ୍ରରେ ନିଷ୍ପତ୍ତି ନିଆଯାଇଛି ଯେ ନୈଶଦ ଅଲି ପ୍ରଥମ ପତ୍ନୀଙ୍କ ସାତୋଟି ସନ୍ତାନଙ୍କୁ ପ୍ରତିଦିନ 300 ଟଙ୍କା ଲେଖାଏଁ ଦେବେ। ସେ ଦିଲ୍ଲୀରୁ ଫେରିବା ପରେ ସେ ପ୍ରଥମ ପତ୍ନୀଙ୍କ ଘରକୁ ଫେରିବେ। ପ୍ରଥମ ପତ୍ନୀଙ୍କ ସହିତ ଗୋଟିଏ ଦିନ ଏବଂ ଗୋଟିଏ ରାତି ବିତାଇବା ପରେ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ନିକଟ କୁ ଯିବେ | ଏପରି ଭାବେ ସମସ୍ୟାର ସମାଧାନ ହେଲା ପରେ ତିନିଜଣ ଯାକ ଘରକୁ ଫେରିଥିଲେ | ପ୍ରଥମ ପତ୍ନୀଙ୍କ ପିଲାମାନଙ୍କର ଭରଣପୋଷଣ ଦାୟିତ୍ୱ ନୈଶଦ ଙ୍କ ଉପରେ ହିଁ ଅଛି |
ରାଞ୍ଚିରେ ମଧ୍ୟ ଏପରି ମାମଲା ସାମ୍ନାକୁ ଆସିଥିଲା
ଆପଣ ମାନଙ୍କୁ କହି ରଖୁଛୁ ଯେ, ଏଭଳି ଘଟଣା ଏହା ପୂର୍ବରୁ ଜାନୁଆରୀ 2020 ରେ ରାଞ୍ଚି ରେ ମଧ୍ୟ ଘଟିଥିଲା | ଏଠାରେ ଦୁଇ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ପରସ୍ପର ମଧ୍ୟରେ ଭାଗ ବାଣ୍ଟି ନେଇଥିଲେ | ସପ୍ତାହ ରେ 3-3 ଦିନ ଲେଖାଏଁ ସ୍ବାମୀସହ ରହିବାକୁ ସ୍ଥିର କରିଥିଲେ ଏବଂ ଗୋଟିଏ ଦିନ ତାଙ୍କୁ ମଧ୍ୟ ଛୁଟି ଦେଇଥିଲେ | କିନ୍ତୁ କିଛି ଦିନ ପରେ ଦ୍ଵିତୀୟ ପତ୍ନୀ ଟଙ୍କା ସ୍ୱାମୀ ତାଙ୍କସହ ସମ୍ପର୍କ କାଟୁ ଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ | ତାଙ୍କ ସ୍ୱାମୀ 5 ଦିନ ହେଲାଣି ତାଙ୍କ ପାଖକୁ ଆସୁନାହାନ୍ତି ଏବଂ ପ୍ରଥମ ପତ୍ନୀଙ୍କ ସହ ରହୁଛନ୍ତି ବୋଲି ଅଭିଯୋଗ କରିଥିଲେ | ଏହାପରେ ସ୍ୱାମୀଙ୍କୁ ଥାନାକୁ ଡକାଯାଇଥିଲା | ଏହା ପରେ ସ୍ୱାମୀ ଦ୍ଵିତୀୟ ପତ୍ନୀ ଙ୍କୁ ବଝିବ ପରେ ସାଙ୍ଗରେ ନେଇ ଘରକୁ ଯାଇଥିଲେ |