ଏବେ ଏବେ: 78 ବର୍ଷୀୟ Amitabh Bachchan ଡାକ୍ତର ଖାନାରେ ହେଲେ ଭର୍ତି, ଅଭିଷେକ କହିଲେ ବାପା ଆଉ…

ପିତା ଅମିତାଭ ବଚ୍ଚନ ଅସୁସ୍ଥତା ଖବର ଉପରେ ଅଭିଷେକ ବଚ୍ଚନ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୋମବାର, କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ‘ବିଗ୍ ବି’ ଶନିବାର ଦିନ ଡାକ୍ତରଖାନାରେ ରହି ତାଙ୍କର ଚିକିତ୍ସା କରୁଛନ୍ତି | କାରଣ ତାଙ୍କୁ ଆଘାତ ଲାଗିଛି।

ଏହି ଖବରକୁ ବିରୋଧ କରି ଅଭିଷେକ ବଲିଉଡ ହଙ୍ଗାମା କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଆପଣ ମାନେ ଯାହା ଶୁଣୁଛନ୍ତି ତାହା ମିଥ୍ୟା ଅଟେ ଏବଂ ମୋ ପିତା ଏବେ ମୋ ସାମ୍ନାରେ ବସିଛନ୍ତି । ବୋଧହୁଏ ଡାକ୍ତରଖାନାରେ ତାଙ୍କର ଏକ ଅବିକଳ ନକଲ ବ୍ୟକ୍ତି ଥିବେ |

ବିଗ୍ ବିଙ୍କୁ କରୋନା ମଧ୍ୟ ହୋଇ ସାରିଛି
ବିଗ ବି ଏବେ କୌନ ବନେଗା କୋରଡ଼ପତି-12 ଶୋ କୁ ପରିଚାଳନା କରୁଥିବାର ଦେଖିବାକୁ ମିଳୁଛି | ଏହି 78 ବର୍ଷୀୟ ଅଭିନେତା ଏହି ବର୍ଷ 11 ଜୁଲାଇ ତାରିଖରେ କରନା ପଜିଟିଭ ବାହାରିଥିଲେ | ତାଙ୍କ ସହ ତାଙ୍କ ପୁଅ ଅଭିଷେକ, ବୋହୁ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟାଙ୍କୁ ମଧ୍ୟ କରନା ସଂକ୍ରମଣ ହୋଇଥିଲା | ପାଖା-ପାଖି ଏକ ମାସ ଡାକ୍ତରଖାନାରେ ରହିଲା ପରେ ସେ ସୁସ୍ଥ ହୋଇଥିଲେ | କିଛି ଦିନ ବିଶ୍ରାମ କଲା ପରେ ସେ କୌନ ବନେଗା କୋରଡ଼ପତି- 12 ର ସୁଟିଂ କରିଥିଲେ |

ଅନେକରୋଗ ସହ ଲଢେଇ କରୁଛନ୍ତି ବିଗ୍ ବି
ଅକ୍ଟୋବର 11, 1942 ରେ ଜନ୍ମିତ ଅମିତାଭ ବଚ୍ଚନ 38 ବର୍ଷ ଧରି ଯକୃତ ଏବଂ କିଡନୀରେ ସମସ୍ୟା ଭୋଗୁଛନ୍ତି । ଏହି 78 ବର୍ଷୀୟ ମହାନାୟକଙ୍କ ଆଖିରେ ଆହୁରି ଅସ୍ପଷ୍ଟତା ଦେଖାଦେଇଛି, ଯାହା ସେ କିଛି ମାସ ପୂର୍ବରୁ ନିଜେ କହିଥିଲେ | ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ବିଭିନ୍ନ ଡାକ୍ତରଖାନା ଯିବାକୁ ପଡିଥାଏ | ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ହଠାତ ରାତି 2 ଟାରେ ବଦଳି ଯାଇଥିଲା । ଏହା ପରେ ତାଙ୍କୁ 3 ଦିନ ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା।

25% ଲିଭରରେ ଜୀବିତ ଅଛନ୍ତି ବିଗ ବି
ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘କୁଲି’ ଚଳଚିତ୍ରର ସୁଟିଂ ସେଟ୍‌ରେ ଘଟିଥିବା ଏକ ଦୁର୍ଘଟଣା ରେ ଅମିତାଭ ବଚ୍ଚନଙ୍କ ‘ଲିଭର’ରେ ସମସ୍ୟା ରହିଛି। ତାଙ୍କର 75 ପ୍ରତିଶତ ଯକୃତ ନଷ୍ଟ ହୋଇଯାଇଛି | ସେ କେବଳ 25 ପ୍ରତିଶତ ଲିଭର ରେ ଜୀବିତ ଅଛନ୍ତି।

ଏହି ଦୁର୍ଘଟଣା ପରେ, ବିଗ୍ ବିଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଥିଲା | ତା’ପରେ ତାଙ୍କ ପାଇଁ 200 ଡୋନର୍ସଙ୍କ ପାଖରୁ 60 ବୋତଲ ରକ୍ତ ସଂଗ୍ରହ କରାଯାଇଥିଲା |

ସେଠାରେ ଏକ ବେପରୁଆ କାର୍ଯ୍ୟ ମଧ୍ୟ କରାଯାଇ ଥିଲା | ହେପାଟାଇଟିସ୍-ବି ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ମଧ୍ୟ ବିଗ ବିଙ୍କୁ ଚଢ଼ି ଦିଅ ଯାଇଥିଲା । ଏହି କାରଣରୁ ତାଙ୍କୁ ସଂକ୍ରମଣ ହୋଇ ଲିଭର ସିରୋସିସ ରୋଗ ପରବର୍ତ୍ତୀ ସମୟରେ ହେଇଥିଲା |

Share Your Views In Comments Below

comments