ନମସ୍କାର ବନ୍ଧୁଗଣ ଏବେ ଏବେ ଆସିଲା କାଳିଆ ଯୋଜନା ଚାଷୀଙ୍କ ପାଇଁ ବଡ଼ ଖବର ତେବେ ଆପଣମାନେ ଜାଣିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ସପ୍ତମ କିସ୍ତି ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଖାତାରେ ଟ୍ରାନ୍ସପର୍ କରି ସାରିଛନ୍ତି ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାଇମାନଙ୍କ ବ୍ୟାଙ୍କ୍ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧା ସଳଖ ଜମା କରାଯାଇଛି ଚାଷୀ ମାନଙ୍କୁ ଏହି ଟଙ୍କା ଚାଷ କାର୍ଯ୍ୟରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି |
ଏବଂ ଏବେ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି ଏବେ କାଳିଆ ଯୋଜନାରେ ୨ ହଜାର ଟଙ୍କା ସହିତ ମିଳିବ ୫୦ ହଜାର ଟଙ୍କାର କୃଷି ଋଣ ତେବେ ଦର୍ଶକ ବନ୍ଧୁ ଏବେ ଆପଣମାନେ କାଳିଆ ଯୋଜନାରେ ୫୦ ହଜାର ଟଙ୍କାର କୃଷି ଋଣ ନେଇ ପାରିବେ ତେବେ ଦର୍ଶକ ବନ୍ଧୁ ଏବେ ଯେଉଁ ବଜେଟ୍ ଉପସ୍ଥାପନ କରାଯାଇଛି | ସେଥିରେ କୁହାଯାଉଛି କି କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ବିନା ସୁଧରେ ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି |
ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା କେମିତି ଜଣେ ସାଧାରଣ କାଳିଆ ଯୋଜନାରେ ସରକାରଙ୍କ ତରଫରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଋଣ ନେଇ ପାରିବ ଏବଂ ଏଥିପାଇଁ ଆପଣଙ୍କ ପାଖରେ କଣ ସବୁ ଡକୋମେଣ୍ଟ ଥିବା ଆବଶ୍ୟକ ତାହା ସହିତ ଆପଣମାନେ କେଉଁ ଜାଗାରୁ କୃଷି ଋଣ ନେଇ ପାରିବେ ତାହା ପୁଣି ବିନା ସୁଧରେ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ୨୦୨୨-୨୩ ର ବଜେଟ ବର୍ତ୍ତମାନ ଆସି ସାରିଛି ଚଳିତ ବର୍ଷ କୃଷିକ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା କୃଷି ବହୁଳ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ଫୋକସ କରିଛନ୍ତି |
କୃଷି ଉପରେ କୃଷିର ବିକାଶ ପାଇଁ ବୈସଇକ ପଦ୍ଧତି ପାଇଁ ଗୁରୁତ୍ଵ ଦିଆଯାଇଛି ନିରଞ୍ଜନ ପୂଜାରୀ କହିଛନ୍ତି ଏଥର କାଳିଆ ଯୋଜନାରେ ଚାଷୀଙ୍କୁ ୫୦ ହଜାର ଟଙ୍କା ଯାଏଁ ବିନା ସୁଧରେ ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି ଯାହା ଫଳରେ କାଳିଆ ଯୋଜନାରେ ଯେଉଁ ଚାଷୀମାନେ ସାମିଲ ରହିଛନ୍ତି ସେମାନଙ୍କୁ ସଠିକ୍ ସମୟରେ କାଳିଆର କିସ୍ତି ଟଙ୍କା ମିଳି ପାରିବ ତାହା ସହିତ ଯେଉଁ ଚାଷୀମାନେ କାଳିଆ ଯୋଜନାର ୫୦ ହଜାର ଟଙ୍କାର ଋଣ ନେବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ନେଇ ପାରିବେ।
ଦର୍ଶକ ବନ୍ଧୁ ଯଦି ଆପଣ କାଳିଆ ଯୋଜନାର କୃଷି ଋଣ ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପ୍ରଥମେ ଆପଣ କାଳିଆ ଯୋଜନା ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ଚେକ୍ କରନ୍ତୁ ଯଦି ଆପଣଙ୍କ ନାମ କାଳିଆ ଯୋଜନାର ଲିଷ୍ଟରେ ଅଛି ତାହେଲେ ଆପଣମାନେ ଏହି ଯୋଜନାର ଲାଭ ନେଇ ପାରିବେ ତାହା ସହିତ ଆପଣମାନଙ୍କର ଏକ ଆଧାରକାର୍ଡ ଏକ ପାନ୍ କାର୍ଡ ଏବଂ କାଳିଆ ଯୋଜନାରେ ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ପାସବୁକର ଆବଶ୍ୟକ ପଡ଼ିବ ଆପଣ ଏହିସବୁ ପ୍ରମାଣପତ୍ର ନେଇ ଆପଣଙ୍କ ଗ୍ରାମୀଣ ବ୍ୟାଙ୍କ୍ ବା କୃଷି ସମବାୟ ଅଫିସକୁ ଯିବେ |
ଆଉ ସେଠାରେ ଏସବୁ ଡକୋମେଣ୍ଟ ଦେଇ କାଳିଆ ଯୋଜନାର ଋଣ ଦେବା ପାଇଁ କହିବେ ତାପରେ ଆପଣମାନଙ୍କୁ ସେମାନେ ଏକ ଫର୍ମ ଦେବେ ଆଉ ଏହାକୁ ପୂରଣ କରି ସବୁ ପ୍ରମାଣ ମାତ୍ରର ଏକ ଏକ ଜେରକ୍ସ ଦେଇ ଆପଣମାନେ ଅଧିକାରୀଙ୍କୁ ଦେବେ ଏହାପରେ ଆପଣମାନେ କାଳିଆ ଯୋଜନାର ୫୦ ହଜାର ଟଙ୍କାର ଋଣ ନେଇ ପାରିବେ ଏବଂ ଯଦି ଆପଣ ଏହି ଯୋଜନାରେ ୧୦ ହଜାର କିମ୍ବା ୨୦ ହଜାର ଟଙ୍କା ଋଣ ନେବାକୁ ଚାହୁଁଛନ୍ତି ତାହା ମଧ୍ୟ କରି ପାରିବେ।