କଣ ଏହି ‘Baba Ka Dhaba’, ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛନ୍ତି ଏହି 80 ବର୍ଷୀୟ ମଉସାଙ୍କ ଭିଡ଼ିଓ… ରବୀନା ଟଣ୍ଡନ ବି କହିଲେ ତାଙ୍କ ବିଷୟରେ

‘ବାବା କା ଢାବା’ ନାମରେ ଭାଇରଲ ହଉଥିବା ଭିଡିଓ ବିଷୟରେ ଆପଣମାନଙ୍କୁ ମଧ୍ୟରୁ କେହି ନା କେହି ଜାଣିଥିବେ ଏବଂ କେହି କେହି ସେହି ଭିଡ଼ିଓ ଟିକୁ ଦେଖିଥିବେ ମଧ୍ୟ | ଯଦି ଆପଣ ଏହି ଭିଡ଼ିଓ ବିଷୟରେ ଜାଣି ନାହାନ୍ତି ଏବଂ ବାସ୍ତବରେ ଏହି ଭିଡ଼ିଓ କାହିଁକି ଏତେ ଭାଇରଲ ହେଉଛି, ଏସମ୍ପର୍କରେ ଆମର ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଜଣେଇବୁ |

ବାସ୍ତବରେ ସ୍ୱାଦ ଅଫିସିଆଲ ନାମକ ଜଣେ ୟୁଟ୍ୟୁବର ପ୍ରଥମେ ନିଜର ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଥିଲେ | ଏହି ଭିଡ଼ିଓ ରେ 80 ବର୍ଷ ବୟସ୍କ ବୃଦ୍ଧ ଦମ୍ପତି ଏକ ଛୋଟିଆ ଢାବା ଖୋଲିଛନ୍ତି | ସେଠାରେ ସେମାନେ ଖାଦ୍ୟ ପ୍ରସ୍ତୁତ କରି ଲୋକମାନଙ୍କୁ ଖାଇବାକୁ ଦେଇଥାନ୍ତି | ତାଙ୍କର ଏହି ଢାବା ଟି ବହୁତ ଛୋଟ ଏବଂ ଏହି ଢାବା ର ନାମ ହେଉଛି ‘ବାବା କା ଢାବା’ | ସେଠାରେ ୟୁଟ୍ୟୁବର ଜଣକ ପହଂଚିବା ପରେ ତାଙ୍କର ଅବସ୍ଥା ଦେଖିଥିଲେ ଏବଂ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ |

କଥାବାର୍ତ୍ତା ହେବ ପରେ ସେ ଜାଣିବାକୁ ପାଇଥିଲେ ଯେ, ସେମାନେ ଏଠାରେ ଅନେକ କଷ୍ଟ କରନ୍ତି ଏବଂ ସେମାନେ ଏଠାରେ 1985 ମସିହାରୁ ଏଠାରେ ଢାବା ତିଆରି କରି ବ୍ୟବସାୟ କରୁଛନ୍ତି | କିନ୍ତୁ ଆଜି ମଧ୍ୟ ତାଙ୍କ ଢ଼ାବା ଯେତିକି କୁ ସେତିକି ହିଁ ରହିଛି | ସେମାନେ କହିଥିଲେ ଯେ, ‘ବର୍ତ୍ତମାନ ଆମର ଢ଼ାବା ଆଉ ଚାଲୁନାହିଁ, ଲୋକମାନେ ଆଉ ଆମ ଢ଼ାବାରେ ଖାଉ ନାହାନ୍ତି |’

ତାଙ୍କର ପରିସ୍ଥିତି ବହୁତ ଖରାପ ଥିଲା | ତାଙ୍କର ପରିସ୍ଥିତି ବିଷୟରେ ସେମାନେ ଖୁଲମ ଖୁଲା ଭାବେ ସେହି ୟୁଟ୍ୟୁବରଙ୍କୁ ଜଣାଇଥିଲେ | ୟୁଟ୍ୟୁବର ଜଣକ ଏହାର ସମ୍ପୂର୍ଣ୍ଣ ଭିଡ଼ିଓ ତିଆରି କରିଥିଲେ | ଏହାପରେ ସେ ଭାବିଲେ ଯେ, ଯଦି ଏହି ଭିଡ଼ିଓ କୁ ମୁଁ ସୋସିଆଲ ମିଡିଆରେ ସେୟାର କଲେ ହୁଏତ ଲୋକମାନେ ଭିଡ଼ିଓ ଦେଖି ତାଙ୍କୁ ସାହାଯ୍ୟ କରିବେ, କିଛି ଲୋକ ଏଠାକୁ ଖାଇବାକୁ ଆସିବେ | ଯାହାଫଳରେ ତାଙ୍କୁ ରୋଜଗାର କରିବାରେ ସହାୟତା ମିଳିବ | ଏହାପରେ ୟୁଟ୍ୟୁବର ଜଣକ ଯାହା ଭାବୁଥିଲେ ତାହା ହିଁ କଲେ | ସେ ଏହି ଭିଡ଼ିଓ ଟିକୁ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ | ଏହାପରେ ଏହି ଭିଡ଼ିଓ ଟ୍ୱିଟର,ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ହାଜଟ୍ୟାଗ ‘ବାବା କା ଢ଼ାବା’ ନାମରେ ଭାଇରଲ ହେବାରେ ଲାଗିଛି |

ଏହି ଭିଡ଼ିଓ ଟିକୁ ଦେଖି ସୁନୀଲ ଶେଟ୍ଟି, ରବିନା ଟଣ୍ଡନ, ସ୍ଵରା ଭାସ୍କର ଭଳି ବଡ ବଡ ସେଲିବ୍ରିଟି ମାନେ ତାଙ୍କୁ ସୋପର୍ଟ କରିବା ସହ ତାଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି | ଅନେକ ଲୋକ ଏଠାକୁ ଆସି ତାଙ୍କୁ ପଇସାର ସାହାଯ୍ୟ କରୁଛନ୍ତି | ତାଙ୍କ ଠାରୁ ଖାଇବା ଜିନିଷ ମଧ୍ୟ କିଣୁଛନ୍ତି | ଏଠାରେ ଏବେ ଲୋକମାନଙ୍କର ଭିଡ ଜମିବାରେ ଲାଗିଛି |

ଏହିପରି ଭାବରେ ସୋସିଆଲ ମିଡ଼ିଆ ଦ୍ୱରା ଏହି ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟ ମିଳିଛି | ଲୋକମାନେ ବହୁ ଦୂରରୁ ଏଠାକୁ ଖାଇବା ପାଇଁ ଆସୁଛନ୍ତି | ନିକଟରେ ହର୍ଷ ବେନିୱାଲ ମଧ୍ୟ ଏଠାକୁ ଆସି ଏହି ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟ କରିଥିଲେ ଏବଂ ଏମାନଙ୍କ ସହ ଫୋଟୋ ମଧ୍ୟ ଉଠାଇଥିଲେ | ଅନେକ ଲୋକ ଏବେ ଏଠାରୁ ନିଜ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଖାଇବା ମଗାଉଛନ୍ତି | ଅନେକ ଲୋକ ଆସି ତାଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି |

ତେବେ ଏହି କାରଣରୁ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରଲ ହେଉଛି | ସୋସିଆଲ ମିଡ଼ିଆର ସଦୁପଯୋଗ କରିବା ଫଳରେ ଏହି ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟ ମିଳିପାରିଛି | ଏହି ଘଟଣା ପରେ ସୋସିଆଲ ମିଡ଼ିଆର ଶକ୍ତି କେତେ ଜଣାପଡିଛି |

Share Your Views In Comments Below

comments