କାହିଁକି ନିଜର ପ୍ରମ ପତ୍ନୀ ସୀମାଙ୍କୁ ଛାଡପତ୍ର ଦେଇଥିଲେ Sabyasachi? ସାମ୍ନାକୁ ଆସିଲା ଛାଡପତ୍ର ପଛର ଅସଲ କାରଣ…

ତେବେ ନିକଟରେ ଓଲିଉଡ଼ ର ପ୍ରସିଦ୍ଧ ନାୟକ ସବ୍ୟସାଚୀ ମିଶ୍ର, ଓଲିଉଡର ପ୍ରସିଦ୍ଧ ନାୟିକା ଅର୍ଚ୍ଚିତା ସାହୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ସେମାନେ ରାଜସ୍ଥାନର ଦି ନେମ୍ରାନା ଫୋର୍ଟ ପ୍ୟାଲେସ ହୋଟେଲ ରେ ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହେବ ସହ ସାତ ଜନ୍ମର ସାଥି ହୋଇ ରହିବା ପାଇଁ ପ୍ରତିଜ୍ଞା କରିଛନ୍ତି | ରବିବାର ଦିନ ଷ୍ଟାର ଦମ୍ପତିଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା ଏବଂ ସୋମବାର ଦିନ ରାଜସ୍ଥାନର ଦିଲ୍ଲୀ-ଜୟପୁର ରାଜପଥରେ ଥିବା ନେମ୍ରାନା ଦୁର୍ଗ ପ୍ୟାଲେସରେ ପ୍ରାୟ 50 ରୁ 70 ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା |

ତେବେ ଆପଣ ଜାଣନ୍ତି କି, ସବ୍ୟସାଚୀ ପୂର୍ବରୁ ବିବାହିତ ଏବଂ ସେ ଅର୍ଚ୍ଚିତାଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ? ତାଙ୍କର ପ୍ରଥମ ପତ୍ନୀ କିଏ ଏବଂ କାହିଁକି ତାଙ୍କୁ ଛାଡପତ୍ର ଦେଇଥିଲେ ? ତେବେ ଆସନ୍ତୁ ଆଜିର ଏହି ପୋଷ୍ଟ ମାଧ୍ୟମରେ ତାଙ୍କର ପ୍ରଥମ ପତ୍ନୀ ଏବଂ ତାଙ୍କର ଛାଡପତ୍ର ବିଷୟରେ ଆମେ ଆପଣଙ୍କୁ ଜଣେଇବୁ |

ପ୍ରାୟତଃ ଆପଣମାନେ ସମସ୍ତେ ଜାଣିଥିବେ ଯେ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ବିବାହ କରିବା ପୂର୍ବରୁ ଆଉ ଜଣଙ୍କୁ ବିବାହ କରିଥିଲେ | ସେ ଇଞ୍ଜିନିଅରିଂ କରୁଥିବା ସମୟରେ ସେ ତାଙ୍କ କଲେଜ ସାଥି ସୀମା ମିଶ୍ରଙ୍କ ସହ ପ୍ରେମରେ ପଡ଼ିଥିଲେ | ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ଦୁଇ ବର୍ଷ ଧରି ଉଭୟ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ | ଉଭୟଙ୍କ ମଧ୍ୟରେ କୌଣସି ଭୁଲ ବୁଝାମଣା ଯୋଗୁଁ ଉଭୟ ପରସ୍ପରଙ୍କୁ ଛାଡ଼ପତ୍ର ଦେଇଥିଲେ | 2015 ମସିହାରେ ଉଭୟଙ୍କ ସହମତିରେ ଉଭୟ ପରସ୍ପରଙ୍କୁ ଛାଡପତ୍ର ଦେଇଥିଲେ |

ଏହାପରେ ସବ୍ୟ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବେଶ ସକ୍ରିୟ ରହିଲେ ଏବଂ ଅନେକ ସଫଳତା ସହିତ ଲୋକପ୍ରିୟତା ମଧ୍ୟ ହାସଲ କଲେ | ଏହି ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ସମୟରେ ଅର୍ଚ୍ଚିତାଙ୍କ ସହ ତାଙ୍କର ଦେଖା ହୋଇଥିଲା | ଏହାପରେ ଉଭୟ ଏକାଠି ଅନେକ ଫିଲ୍ମ କରିଥିଲେ | ଯାହାଫଳରେ ଉଭୟଙ୍କ ମଧ୍ୟରେ ନିକଟତା ବଢିବାକୁ ଲାଗିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ପ୍ରେମରେ ପରିଣତ ହୋଇଯାଇଥିଲା | ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ବିବାହ କରିବାକୁ ନିଷ୍ପତି ନେଇଥିଲେ | ଏହାପରେ ଉଭୟଙ୍କ ପରିବାରଙ୍କ ମନ ମିଶିଥିଲା | ଏହାପରେ ଉଭୟଙ୍କ ବିବାହ ମଧ୍ୟ ଅନୁଷ୍ଠିତ ହୋଇଥିଲା |

Share Your Views In Comments Below

comments