IPL 2020: KL Rahul ଙ୍କ ବେଇମାନି ଯୋଗୁ ହାରିଗଲା ପଞ୍ଜାବ, ସମସ୍ତେ ରାଗିଗଲେ ତାଙ୍କ ଉପରେ, ପଢନ୍ତୁ ପୁରା ଖବର

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2020 ର 22 ତମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ଟସ୍ ଜିତିବା ପରେ SRH ର ଅଧିନାୟକ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରି ଓପନର୍ ଡେଭିଡ୍ ୱାର୍ଣ୍ଣର ଏବଂ ଜନି ବେୟାରଷ୍ଟୋ ଅର୍ଦ୍ଧଶତକ ବଳରେ 20 ଓଭରରେ ମୋଟ 6 ଉଇକେଟ ହରାଇ 201ରନ ସଂଗ୍ରହ କରିଥିଲା । ପଞ୍ଜାବ ସମୁଖରେ 202 ରନ ର ଟାର୍ଗେଟ ରହିଥିଲା ।

ଟସ ଜିତି ହାଇଦ୍ରାବାଦ ଦଳ ବ୍ୟାଟିଂ କରିବାକୁ ପଡିଆକୁ ଓଲ୍ହାଇଥିଲା | ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଏବଂ ଜନି ବେୟାରଷ୍ଟୋ ଙ୍କ ସହାୟତା ରେ ଦଳ ପାୱାରପ୍ଲେ ରେ 58 ରନ ସଂଗ୍ରହ କରିଥିଲା | ଦଳ ତରଫରୁ ଜୋନି ବେୟାରଷ୍ଟୋ 28 ବଲରେ ଅର୍ଦ୍ଧଶତକ ପୁରାଣ କରିଥିଲେ ଏବଂ ୱାର୍ନର 37 ବଲରେ ଅର୍ଦ୍ଧଶତକ ପୁରାଣ କରିଥିଲେ | 15 ତମ ଓଭରରେ ଅଧିନାୟକ 52 ରନ କରି ରବି ବିଷ୍ଣୋଇଙ୍କ ଶିକାର ହୋଇଥିଲେ | ଏହାପରେ ପୁଣି ରବି ବିଷ୍ଣୋଇ ଜୋନି ବେୟାରଷ୍ଟୋଙ୍କୁ ଶିକାର କରିଥିଲେ | ବେୟାରଷ୍ଟୋ 97 ରନ କରି ଆଉଟ ହୋଇଥିଲେ | ଏହାପରେ ମନିଶ ପାଣ୍ଡେ ମଧ୍ୟ 1 ରନ କରି ରବି ବିଷ୍ଣୋଇଙ୍କ ବଲରେ ଆଉଟ ହୋଇଥିଲେ | ଏହିପରି ଭାବେ ନିର୍ଧାରିତ 20 ଓଭରରେ 201 ଋଣ ସଂଗ୍ରହ କରିଥିଲା | ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ 3 ଟି ଉଇକେଟ ହାସଲ କରିଥିଲେ |

ଏହାର ଉତ୍ତରରେ ପଞ୍ଜାବ 202 ରନର ପିଛା କରିବାକୁ ପଡିଆକୁ ଓଲ୍ହାଇ ଥିଲା | କିନ୍ତୁ ପଞ୍ଜାବ ର ଆରମ୍ଭ ଭଲ ହୋଇନଥିଲା | ଓପନର ମାୟାଙ୍କ ଅଗ୍ରୱାଲ ମାତ୍ର 9 ରନ କରି ନିଜର ଉଇକେଟ ହରାଇଥିଲେ ଏବଂ ସେ ରନ ଆଉଟ ହୋଇ ଯାଇଥିଲେ | ଏହାପରେ ଖାଲିଲ ଅହମଦ ଙ୍କ ଏକ ବଲକୁ ଲମ୍ବା ସଟ ଖେଳିବାକୁ ଯାଇ ସିମ୍ରନ ସିଂ ଆଉଟ ହୋଇଥିଲେ | ଏହାପରେ କେ.ଏଲ. ରାହୁଲ ମଧ୍ୟ 16 ବଲରୁ 12 ରନ କରି ଆଉଟ ହୋଇଥିଲେ | ଏହିପରି ଭାବରେ ପଂଜାବର ଗୋଟିଏ ପରେ ଗୋଟିଏ ଉଇକେଟ ଖସି ଚାଲିଥିଲା | ଗୋଟିଏ ପଟେ ନିକୋଲାସ ପୁରନ ଏକାକୀ ସଂଘର୍ଷ କରି ଚାଲିଥିଲେ ମଧ୍ୟ ନିଜ ଦଳକୁ ଜିତାଇ ପାରିନଥିଲେ | ଶେଷରେ ସେ 77 ରନ କରି ଆଉଟ ହୋଇଥିଲେ |

ହାଇଦ୍ରାବାଦ ଏହି ମ୍ୟାଚ କୁ 69 ରନ ର ବ୍ୟବଧାନରେ ଜିତିନେଇଥିଲା | ହାଇଦ୍ରାବାଦ ଦଳର ଜୋନି ବେୟାରଷ୍ଟୋ 55 ବଲରୁ 97 ରନ ସଂଗ୍ରହ କରି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ |

Share Your Views In Comments Below

comments