ଖରାପ ଖବର: ଶେଷ ହେଇଗଲା ଦିଗ୍ଗଜ କ୍ରିକେଟର ରୋହିତ ଶର୍ମାଙ୍କ କ୍ୟାରିଅର… ଅଷ୍ଟ୍ରେଲିଆ ଗସ୍ତରେ ଜାଗା ନ ମିଳିବାରୁ…

ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋନୀତ ହୋଇଥିବା ଟିମରେ ରୋହିତଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇ ନାହିଁ । B.C.C.I ରୋହିତ ଆହତ ଥିବା ଦର୍ଶାଇଛନ୍ତି ଏବଂ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଦେଇଛନ୍ତି |

ଅନ୍ୟପକ୍ଷରେ ରୋହିତ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ଖେଳି ସ୍ପଷ୍ଟ କରିଛନ୍ତି ଯେ ସେ ବର୍ତ୍ତମାନ ସମୁର୍ଣ୍ଣ ସୁସ୍ଥ ଅଛନ୍ତି । ମ୍ୟାଚ୍ ପରେ ଦେଇଥିବା ବିବୃତ୍ତିରେ ସେ କହିଛନ୍ତି ଯେ ‘ମୁଁ ପୁଣିଥରେ ପଡିଆକୁ ଫେରିଆସିଥିବାରୁ କିଛିଟା ଭଲ ଅନୁଭବ କରୁଛି ଏବଂ ମୋତେ ଆଉ କିଛି ମ୍ୟାଚ ମଧ୍ୟ ଖେଳିବାକୁ ପଡିବ ଏବଂ ଖେଳିବା ପରେ ଜଣାପଡିବ କ’ଣ ହେଉଛି | ଏବେ ମୁ ସମ୍ପୂର୍ଣ୍ଣ ଠିକ ଅଛି |

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଯେତେବେଳେ ରୋହିତ କହୁଛନ୍ତି ଯେ ସେ ଠିକ୍ ଅଛନ୍ତି, ତଥାପି କାହିଁକି B.C.C.I ଆହତକୁ କାରଣ ଦର୍ଶାଇ ତାଙ୍କୁ ଦଳରୁ ବାହାର କରିଦେଇଛି କେଜାଣି ?

ରୋହିତଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଭଲ ଭାବରେ ଅନୁଭବ କରାଯାଇ ପାରିବ ଯେ, ସେ ଭାରତୀୟ ଦଳରେ ଜଣେ ପ୍ରମୁଖ ଖେଳାଳି ଅଟନ୍ତି । ଏହା ପରେ ମଧ୍ୟ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ଦୂରେଇ ରଖିବା ଏକ ବହୁତ ବଡ ସମସ୍ୟା ଅଟେ | ରୋହିତଙ୍କୁ ଦଳରୁ ବାହାର କରିବା ପାଇଁ ଏହା ଏକ ପଦକ୍ଷେପ କି? ଯେପରି ଗୌତ୍ତମ ଗମ୍ଭୀରଙ୍କୁ ବିନା କାରଣରୁ ଦଳରୁ ବାହାରକରାଯାଇଥିଲା |

ଏହା ଚିନ୍ତାର ବିଷୟ ନୁହେଁ | ଭାରତୀୟ ଦଳରେ ଏଭଳି ଘଟଣା ଆଗରୁ ମଧ୍ୟ ଦେଖାଯାଇଛି | ଫର୍ମରେ ଥିବା ଖେଳାଳି ତଥା ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ଗମ୍ଭୀର ଏହାର ଜ୍ୱଳନ୍ତ ଉଦାହରଣ | ଏଥି ସହିତ, 2011 ବିଶ୍ୱକପକୁ କେହି ଭୁଲି ପାରିବେ ନାହିଁ | 97 ରନ୍‌ର ଇନିଂସ ସ୍କୋର କରିଥିବା ଗୌତ୍ତମ ଗମ୍ଭୀର ଦଳକୁ ବିଜୟ କରିବାରେ ସାହାଯ୍ୟ କରିଥିଲେ ମଧ୍ୟ ଏହା ପରେ ସେ ଅଧିକ ସମୟ ତିଷ୍ଠି ପାରିନଥିଲେ ଏବଂ ଗମ୍ଭୀରଙ୍କ କ୍ୟାରିଅର ସମାପ୍ତ ହୋଇଯାଇଥିଲା|

Share Your Views In Comments Below

comments