କିଆରା ଆଡ଼ଭାନୀ କହିଲେ, ସେ-କ୍ସ ଠାରୁ ବି ଅଧିକ ପସନ୍ଦ କରିଥାନ୍ତି ଏହି 3ଟି ଜିନିଷକୁ, ଜାଣନ୍ତୁ କଣ ସେ ଗୁଡିକ…

କିଆରା ଆଡ଼ଭାନୀ ନିକଟରେ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି | ତାଙ୍କୁ ଏକ ଭିଡ଼ିଓରେ ପଚରାଯାଇଅଥିଲା ଯେ, ଏମିତି କେଉଁ 3ଟି ଜିନିଷ ତାଙ୍କୁ ସେକ୍ସ ଠାରୁ ମଧ୍ୟ ଅଧିକ ଭଲ ଲାଗେ ? ଏହି ସମୟରେ ସେ ମରୁ ମରୁ ବଞ୍ଚିଥିବା ଘଟଣା ସମ୍ପର୍କରେ କହିଥିଲେ | ବାସ୍ତବରେ ଟ୍ୱିକ ଇଣ୍ଡିଆ ତରଫରୁ ସେୟାର କରାଯାଇଥିବା ଏହି ଭିଡ଼ିଓରେ କିଆରାଙ୍କୁ ଏଭଳି ଅନେକ ମଜାଦାର ପ୍ରଶ୍ନ ପଚରାଯାଇଥିଲା |

କିଆରାଙ୍କୁ ପଚରାଯାଇଅଥିଲା ଯେ, ଏମିତି କେଉଁ 3ଟି ଜିନିଷ ତାଙ୍କୁ ସେକ୍ସ ଠାରୁ ମଧ୍ୟ ଅଧିକ ଭଲ ଲାଗେ ? ଏହାର ଉତ୍ତରରେ ସେ କହିଥିଲେ ଯେ, ପିଜ୍ଜା, ଶୋପିଙ୍ଗ ଏବେ ଗୋଟେ ଭଲ ଫିଲ୍ମ | ଏହି ସମୟରେ କିଆରାଙ୍କୁ ପଚରାଯାଇଥିଲା ଯେ, ଯଦି ତାଙ୍କୁ ଏକ କିଟ କିମ୍ବା ପତଙ୍ଗ ହେନାକୁ ସୁଯୋଗ ମିଳେ ତେବେ ସେ କଣ ହେବାକୁ ଚାହିଁବେ | ଏହାର ଉତ୍ତରରେ କହିଥିଲେ ଯେ, ସେ ସାମ୍ବାଳୁଆ ହେବେ କାରଣ ସେ ସାମ୍ବାଳୁଆରୁ ପ୍ରଜାପତି ହୋଇପାରିବେ |

ମରୁ ମରୁ ବଞ୍ଚିଥିଲେ କିଆରା
କିଆରା ଏହି ସମୟରେ କହିଥିଲେ ଯେ, ସେ କଲେଜରେ ପଢ଼ୁଥିବା ସମୟରେ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ | ସେହି ଟ୍ରିପରେ ତାଙ୍କ କୋଠରୀରେ ନିଆଁ ଲାଗିଯାଇଇଥିଲା | ସେତେବେଳେ ସେ ଭାବିଥିଲେ ଯେ ତାଙ୍କ ଜୀବନ ଚାଲିଯିବ |

ଅନ୍ୟ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ସେ 10ମ ଶ୍ରେଣୀ ସମୟରେ ପ୍ରଥମ ରିଲେସନସିପ ରେ ଆସିଥିଲେ | ସେହି ସମୟରେ ସେ ଫୋନରେ କଥା ହେଉଥିବା ସମୟରେ ତାଙ୍କ ମାଆ ତାଙ୍କୁ ଧରିପକାଇଥିଲେ | ତାପରେ ତାଙ୍କୁ ତାଙ୍କ ମାଆ କହିଥିଲେ ଯେ, ଆଗକୁ ବୋର୍ଡ ପରୀକ୍ଷା ଆସୁଛି, ଏବେ କେବଳ ପାଠପଢ଼ାରେ ଧ୍ୟାନ ଦିଅ |

କିଆରା ଏହା ମଧ୍ୟ କହିଥିଲେ ଯେ, ତାଙ୍କ ବାପା-ମାଆଙ୍କ ପ୍ରେମ ବିବାହ ହୋଇଥିଲା ଯାହାଫଳରେ ତାଙ୍କ ପରିବାରରେ ସବୁବେଳେ ଖୁସିର ମାହୋଲ ଦେଖା ଯାଏ | ସେ ଯାହାକୁ ଡେଟ କରନ୍ତି ତାଙ୍କୁ ବିବାହ କରିନେବି ବୋଲି ଭାବନ୍ତି ଏବଂ ସେ ପ୍ରେମ ବିବାହରେ କୁ ବିଶ୍ୱାସ କରନ୍ତି ବୋଲି ମଧ୍ୟ କହିଥିଲେ |

କିଆରାଙ୍କୁ ପଚରାଯାଇଥିଲା ଯେ, ସେ ରିଲେସନସିପ ରେ କେଉଁ ଜିନିଷ କୁ ସହି ପାରନ୍ତି ନାହିଁ | ଏହାର ଉତ୍ତରରେ କହିଥିଲେ ଯେ, ରିଲେସନସିପରେ ସେ କୌଣସି ପ୍ରକାରର ଦୁର୍ବ୍ୟବହାରକୁ ସହ୍ୟ କରିପାରନ୍ତି ନାହିଁ |

Share Your Views In Comments Below

comments