କୋଟି କୋଟି ଟଙ୍କା ରୋଜଗାର କରିଥାଏ ବଲିଉଡର ଏହି ସୁପରଷ୍ଟାର କିନ୍ତୁ ଆଜି ମଧ୍ୟ ମାଟି ଚୁଲିର ରୋଷେଇ ହିଁ ଖାଇଥାନ୍ତି

ଦୁନିଆ ରେ ସାଧାରଣ ଜୀବନ ଯାପନ ତ ଏମିତି ରେ ଅନେକ ଲୋକେ କରିଥାନ୍ତି ଏବଂ ନିଜ ର ପୁରୁଣା ଦିନ କୁ କେବେ ହେଲେ ଭୁଲାନ୍ତି ନାହିଁ | ଏପରି ଅନେକ ପଲିଟିସିୟାନ ଠୁ ନେଇ ଅଭିନେତା ଓ ବିଜନେସ ମ୍ୟାନ ପର୍ଯ୍ୟନ୍ତ ଅନେକ ଅଛନ୍ତି ଯେଉଁମାନେ ଯେତେ ସଫଳତା ପାଇଲେ ମଧ୍ୟ ଏକ ସାଧାରଣ ଜୀବନ ଯାପନ କରିବାକୁ ପସନ୍ଦ କରିଥାନ୍ତି | ଆଜି ଆମେ ଏହିପରି ଜଣେ ବଲିଉଡ ଓ ଟିଭି କଳାକାର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ନିଜ ପରିଶ୍ରମ ରେ ସଫଳତା ର ଶୀର୍ଷ ରେ ପହଂଚି ପାରିଛନ୍ତି | କିନ୍ତୁ ନିଜ ର ସାଧାରଣ ଜୀବନ ଯାପନ ପାଁଇ ଆଜି ବେଶ ଚର୍ଚା ରେ ଅଛନ୍ତି |

ଛତିଶଗଡ଼ ର ନକ୍ସଲ ପ୍ରବଣ ଅଂଚଳ ବିଷୟ ରେ ହେଇଥିବା ଏକ ଫିଲ୍ମ “ନ୍ୟୁଟନ” ରେ ଆସିଷ୍ଟାଣ୍ଡ କମେଡିଆନ ଭୂମିକାରେ ଅଭିନୟ କରିଥିବା ପଙ୍କଜ ତ୍ରିପାଠୀ ଙ୍କୁ ତ ଆପଣ ବେଶ ଭଲଭାବରେ ଜାଣିଥିବେ, ଯଦି ମାନେ ପଡୁନି ତେବେ ଚାଲନ୍ତୁ “ଗ୍ୟାଙ୍ଗ ଅଫ ୱାସେପୁର” ଫିଲ୍ମ ରେ ତ ସୁଲତାନ ଙ୍କ ଅଭିନୟ କରୁଥିବା ବ୍ୟକ୍ତି ଙ୍କୁ ଜାଣିଥିବେ |

ହଁ ଆଜ୍ଞା ଆମେ ଆଜି ଆଲୋଚନା କରୁଛେ ବଲିଉଡ ରୁ ନେଇ ଟିଭି ଜଗତରେ ଦର୍ଶକ ଙ୍କ ବେଶ ସୁ ପରିଚିତ କଳାକାର ପଙ୍କଜ ତ୍ରିପାଠୀ ଙ୍କ ବିଷୟ ରେ ଓ ତାଙ୍କ ମା ଙ୍କୁ ମଧ୍ୟ ବେଶ ଭଲ ଭାବରେ ଆପଣ ଜାଣିଥିବେ |

ପଙ୍କଜ ଙ୍କ ଘର ବିହାର ର ଗୋପାଳଗଞ୍ଜ ରେ ବେଲସନଦ ଗ୍ରାମ ରେ, ସେଠାରେ ସେ ତାଙ୍କ ମାତା ପିତା ଓ କିଛି ସମ୍ପର୍କୀୟ ଙ୍କ ସହ ରହୁଛନ୍ତି | ସେ ଜଣେ ଚାଷୀ ପରିବାର ର ଅଟନ୍ତି ଏବଂ ତାଙ୍କ ପିତା ଙ୍କ ନାମ ପଣ୍ଡିତ ବନାରସ ତ୍ରିପାଠୀ ଓ ମାତା ଙ୍କ ନାମ ହେମନ୍ତି ଦେବୀ |

ପଙ୍କଜ ଙ୍କ କହିବା ଅନୁସାରେ ତାଙ୍କ ର ପିଲାବେଳେ ସେ ବହୁତ ଦୁଃଖ କଷ୍ଟ ରେ ବିତାଇଛନ୍ତି ଏବଂ ଆଜି ମଧ୍ୟ ସେ ସେହି ସବୁ ପୁରୁଣା ଦିନ କୁ ଭୁଲିନାହାନ୍ତି | ତାଙ୍କ ଗାଁ କୁ ଆଜି ମଧ୍ୟ ରାସ୍ତା ଭଲ ନାହିଁ ଓ ଆଜି ମଧ୍ୟ ଗାଁ ଲୋକେ 20 କିଲୋମିଟର ଚାଲିଚାଲି ଯାଉଛନ୍ତି କେବଳ ଗୋଟେ ସିନେମା ହଲ ପାଁଇ |

ପଙ୍କଜ ଆଜିକା ସମୟ ରେ ଜଣେ ଜଣାଶୁଣା କଳାକାର ଅଟନ୍ତି ଓ ତାଙ୍କ ର ବର୍ଷକ ର ରୋଜଗାର କୋଟି କୋଟି ଟଙ୍କା ଅଟେ | ଏତେ ରୋଜଗାର ହେଇକି ମଧ୍ୟ ପଙ୍କଜ ଓ ତାଙ୍କ ପରିବାର ଲୋକେ ଏକ ସାଧାରଣ ଜୀବନ ବଂଚିବାକୁ ପସନ୍ଦ କରୁଛନ୍ତି |

ଜଣେ ବଲିଉଡ ର ନାମୀ ଦାମୀ କଳାକାର ହେଇକି ମଧ୍ୟ ତାଙ୍କ ର ଚାଲିଚଳନ ଜଣେ ସାଧାରଣ ଗାଁ ର ଲୋକ ପରି ହେଇଥାଏ |

Share Your Views In Comments Below

comments