ହଜାର କୋଟି ଟଙ୍କାର ମାଲିକ ଥିଲେ Rajesh Khanna, ମଲା ସମୟରେ ନିଜ ସ୍ତ୍ରୀ ଙ୍କୁ ଛାଡିଦେଇ ସବୁ ସମ୍ପତି କରିଦେଲେ ଏହି ଲୋକ ନାମରେ…

ଆଜି ହଉଛି ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ‘ମୃତ୍ୟୁ ବାର୍ଷିକୀ’, ତାଙ୍କୁ ଏବଂ ତାଙ୍କ ପତ୍ନୀ ଡିମ୍ପଲ୍ କାପାଡିୟାଙ୍କ ବିଷୟରେ ଅନେକ ପ୍ରକାର କଥା କୁହାଯାଇଥିଲା | ଡିମ୍ପଲ୍ କାପଡ଼ିଆ କାକାଙ୍କ ଠାରୁ ଅଲଗା ରହୁଥଲେ ମଧ୍ୟ ସେମାନେ ପରସ୍ପର ଠାରୁ ଛାଡପତ୍ର ନେଇନଥିଲେ | କାକା ତାଙ୍କ ପତ୍ନୀ ଡିମ୍ପଲଙ୍କୁ ତାଙ୍କ ସମ୍ପତ୍ତିରୁ ବେଦଖଲ କରିଦେଇଥିଲେ, ଏହି ମାମଲାରେ ହାଇ କୋର୍ଟ ଯାଏ ପହଂଚିଯାଇଥିଲା |

1000 କୋଟି ମୂଲ୍ୟର ସମ୍ପତ୍ତି ସହିତ
ରାଜେଶ ଖାନ୍ନା ଏହି ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାରଡମ୍ ହାସଲ କରିଥିଲେ | ଯାହାଫଳରେ ସେ ପ୍ରାୟ ଏକ ହଜାର କୋଟି ଟଙ୍କାର ମାଲିକ ଥିଲେ | ଝିଅ ଟ୍ୱିଙ୍କଲ ଏବଂ ଜ୍ୱାଇଁ ଅକ୍ଷୟ କୁମାରଙ୍କ ଉପସ୍ଥିତିରେ କାକାଙ୍କ ଇଚ୍ଛା ପଢାଯାଇଥିଲା | ଯେଉଁଥିରେ ଲେଖା ଯାଇଥିଲା ଯେ, ରାଜେଶ ଖାନ୍ନାଙ୍କ ସମ୍ପତ୍ତିରୁ ଡିମ୍ପଲ୍ ଭାଗ ପାଇବେ ନାହିଁ, ସେ ତାଙ୍କ ସମ୍ପତ୍ତି ଉଭୟ ଝିଅ ଟ୍ୱିଙ୍କଲ ଏବଂ ରିଙ୍କିଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ ଦେଇଥିଲେ।

ଇଚ୍ଛାପତ୍ର ଆଗରୁ ତିଆରି କରିନେଇଥିଲେ
ରାଜେଶ ଖାନ୍ନା ସତ୍ୟ ଜାଣିଥିଲେ, ତେଣୁ ତାଙ୍କ ମୃତ୍ୟୁ ପୂର୍ବରୁ ସେ ଇଚ୍ଛାପତ୍ର ତିଆରି କରି ନେଇଥିଲେ | ଯେଉଁଥିରେ ଲେଖାଥିଲା ଯେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ କୁ କେବଳ ତାଙ୍କ ଝିଅମାନେ ହିଁ ବ୍ୟବହାର କରି ପାରିବେ। ଏହି ଇଛାପତ୍ର ଜ୍ୱାଇଁ ଅକ୍ଷୟ କୁମାର, ତାଙ୍କର କିଛି ପ୍ରିୟବନ୍ଧୁ ଏବଂ ପାରିବାରିକ ଡାକ୍ତରଙ୍କ ସମ୍ମୁଖରେ ପଢାଯାଇଥିଲା ।

କୁଆଡୁ ଆସିଲା ଏତେ ଟଙ୍କା
କାକାଙ୍କ ପାଖକୁ ଏତେ ଟଙ୍କା କୋଉଠୁ ଆସିଲା, ଏ ବିଷୟରେ ଯଦି ଆପଣଙ୍କ ପାଖରେ କୌଣସି ଜ୍ଞାନ ନାହିଁ ତେବେ ତାଙ୍କର ଜୀବନୀ ପଢନ୍ତୁ | ତାଙ୍କର ଷ୍ଟାରଡମ ଆକାଶ ଛୁଆଁ ରହିଛି | ଆପଣ ତାଙ୍କ ଫ୍ୟାନ ଫୋଲୋଇଙ୍ଗ ଦେଖିଲେ ହଇରାଣ ହୋଇଯିବେ |

ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଥିଲେ କାକା
ବବି ଫିଲ୍ମରୁ ରାତାରାତି ସୁପରଷ୍ଟାର ହୋଇଥିବା ରାଜେଶ ଖାନ୍ନା ଡିମ୍ପଲ୍ କାପଡ଼ିଆଙ୍କୁ ବିବାହ କରିଥିଲେ | ତାଙ୍କର ବୟସରେ ଅନେକ ଅନ୍ତର ଥିଲା | କିଛି ସମୟ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା |ଏହାପରେ ଡିମ୍ପଲ୍ ଅଲଗା ରହିବାକୁ ଲାଗିଲେ | ସେ ଚଳଚିତ୍ର ଜଗତକୁ ଫେରି ଥିଲେ | ବାସ୍ତବରେ ଉଭୟ ଅଲଗା ରହୁଥିଲେ ମଧ୍ୟ ସେମାନେ ପରସ୍ପର କୁ ଛାଡପତ୍ର ଦେଇନଥିଲେ କି ଦ୍ଵିତୀୟ ବିବାହ କରିନଥିଲେ |

Share Your Views In Comments Below

comments