ଉତ୍ତରପ୍ରଦେଶର କାନପୁରରେ ଏକ ଛେଳି ମାଙ୍କଡ଼ ଭଳି ମୁହଁ ଥିବା ଶାବକକୁ ଜନ୍ମ ଦେଇଥିଲା |ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ | ଲୋକମାନେ ହନୁମାନଙ୍କ ଅବତାର ଭାବରେ ଶାବକକୁ ପୂଜା କରିବା ଆରମ୍ଭ କଲେ | ଏହି ଶାବକଟି ମରିଯାଇଥିଲେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଏହି ଶାବକକୁ ଚମତ୍କାର ଭାବି ଦେଖିବାକୁ ଆସିଥିଲେ |
କିଏ ହାତ ଯୋଡି ଏହି ଶାବକ ନିକଟରେ ଛିଡାହୋଇଥିଲା ତ, କେହି ଶାବକ ପାଖରେ ଟଙ୍କା ରଖୁଥିଲା | କାନପୁରର ଜାହାଙ୍ଗୀରାବାଦ ର ବାସିନ୍ଦା ସୀତାରାମ କୋଠରିୟାଙ୍କ ଛେଳି ରାତିରେ 5 ଟି ଶାବକ ଜନ୍ମ ଦେଇଥିଲା |
ସକାଳେ ସୀତାରାମ ଦେଖିଲେ ଯେ, ଗୋଟିଏ ଶାବକ ଅନ୍ୟ ଶାବକ ମାନଙ୍କଠାରୁ ଭିନ୍ନ ଥିଲା | ତାହାର ମୁହଁ ମାଙ୍କଡ଼ ଭଳି ଦେଖାଯାଉଥିଲା | ଆଖପାଖର ଲୋକମାନେ ଏହା ଦେଖିଲାପରେ ଏହି ଖବର ଜଙ୍ଗଲରେ ନିଆଁ ବ୍ୟାପିବା ଭଳି ଚାରି ଆଡେ ବ୍ୟାପି ଗଲା |
ସକାଳେ ସୀତାରାମଙ୍କ ଶାବକକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ବଢ଼ିଲା | ଏହା ପରେ ଅନ୍ଧବିଶ୍ୱାସର ଖେଳ ଆରମ୍ଭ ହୋଇଯାଇଥିଲା | ଶାବକର ମାଙ୍କଡ ଭଳି ମୁହଁକୁ ଦେଖି ଲୋକେ ତାକୁ କଳିଯୁଗରେ ହନୁମାନ ଅବତାର ନେଇଛନ୍ତି ବୋଲି କହିବାକୁ ଲାଗିଲେ |
ଦେଖୁ ଦେଖୁ ଲୋକେ ଶାବକକୁ ପୂଜା କରିବା ଆରମ୍ଭ କରିଦେଲେ | କିଏ ମୃତ ଶାବକ ନିକଟରେ ହାତ ଯୋଡି ଠିଆ ହୋଇଥିଲାବେଳେ, କିଏ ଟଙ୍କା ଚଢ଼ାଉଥିଲା | ବାସ୍ତବରେ ପୂଜାର୍ଚନା ସାରିବା ପରେ ମୃତ ଶାବକକୁ ପୋତି ଦେବାକୁ ସମସ୍ତେ ନିଷ୍ପତି ନେଇଥିଲେ |
OMG ଛେଳି ଦେଲା ଏମିତି ଛୁଆକୁ ଜନ୍ମ ଦେଖିଲା ପରେ ପୁରା ଗାଁ ରହିଗଲା ସ୍ତବ୍ଦ, ତାପରେ ଲୋକମନେ କରିଦେଲେ ଏମିତି କାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ….
