ଦାନା ବାନ୍ଧୁଛି ବଡ ଲଘୁଚାପ, ଓଡ଼ିଆରେ ଏହି ଦିନ ହେଇପାରେ ‘ବାତ୍ୟା’, ସାମ୍ନାକୁ ଆସିଲା ବଡ ଖବର… 2020 ସବୁଠୁ ଖରାପ ବର୍ଷ …

ଏହି ବର୍ଷ ପାଣିପାଗରେ ଅନେକ ଅନିୟମିତତା ଦେଖା ଦେଇଛି| ଓଡିଶାରେ ଲଘୁଚାପ କାରଣରୁ ବର୍ଷା ଲାଗିରହିଛି | ଏଭଳି ସମୟରେ ଗୋଟେ ଲଘୁଚାପ କମି ନଥିବା ବେଳେ ଦାନା ବାନ୍ଧୁଛି ଅନ୍ୟ ଏକ ଲଗୁଚାପ | ଆଣ୍ଡାମାନ ସାଗରେ ସୃଷ୍ଟି ହେଉଛି ଅନ୍ୟ ଏକ ଲଘୁଚାପ ‘ ଗତି ‘, ତେବେ ଏହାର ପ୍ରଭାବ କଣ କରିବା ଏବଂ ଏହା କେଉଁ କେଉଁ ଜିଲ୍ଲା କୁ ପ୍ରଭାବିତ କରିବ ଆସନ୍ତୁ ଜାଣିବା |

ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ | ଅନୁମାନ କରାଯାଉଛି ଯେ ଏହା ଅକ୍ଟବର ଦ୍ଵିତୀୟ ସପ୍ତାହ ସୁଦ୍ଧା ଘନୀଭୂତ ହୋଇପାରେ | ବର୍ତମାନ ଓଡିଶାରେ ଲଘୁଚାପ କାରଣରୁ ବର୍ଷା ଲାଗି ରହିଛି, ଯାହା କାରଣରୁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏଭଳି ପରିସ୍ଥିତିରେ ନୂତନ ବାତ୍ୟାକୁ ଲୋକଙ୍କ ମନରେ ଅନେକ ଆଶଙ୍କା ଦେଖା ଦେଇଛି |

ଏହି ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ବାତ୍ୟାର ରୂପ ନେଲେ ଏହାର ନାମ ଗତି ରଖା ଯିବ | ତେବେ ଏହା କେତେ ଶକ୍ତିଶାଳୀ ହେବ ଏବଂ ଓଡିଶା ଉପରେ କେତେ ମାତ୍ରାରେ ପ୍ରଭାବ ପକାଇବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ | ଓଡିଶାରେ ଅନୁକୂଳ ପରିବେଶ ନାହିଁ, 9 ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ|

ବାତ୍ୟା ପାଇଁ 11 ରୁ 13 ତାରିଖ ମଧ୍ୟରେ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ | ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ହେତୁ ଓଡିଶାରେ ଆଗାମୀ 24 ଘଣ୍ଟା ବର୍ଷା ଲାଗି ରହିପାରେ |

ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା, ଗଞ୍ଜାମ, ସୋନପୁର, ନୂଆପଡା, ବ୍ରହ୍ମପୁର, ଅନୁଗୁଳ, କେନ୍ଦୁଝର, ବରଗଡ, ସମ୍ବଲପୁର ଆଦି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ୱେଲୋ ୱାରନିଂ ଜାରି କରିଛି ପାଣିପାଗ ବିଭାଗ |

ଏହି ସମୟ ମଧ୍ୟରେ 40-50 କିମି ମଧ୍ୟରେ ପବନ ବୋହି ପାରେ ଅନେଇ ମସ୍ୟଜୀବିଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରିଛି ପାଣିପାଗ ବିଭାଗ | ଆଞ୍ଚଳିକ ପାଣିପାଗ ସୂଚନା ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଥାଇଲାଣ୍ଡ ନିକଟବର୍ତୀ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି | ଆଗାମୀ 2, 3 ଦିନ ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ | ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଆଗାମୀ 3 ଦିନ ମଧ୍ୟରେ ଜଣାପଡିବ |

Share Your Views In Comments Below

comments