ନମସ୍କାର ବନ୍ଧୁଗଣ, ଆପଣ ସମସ୍ତେ ଦେଖୁ ଥିବେ ଗତ କିଛି ମାସ ଧରି ଓଡିଶାର କିଛି ସ୍ଥାନରେ ବର୍ଷା ଲାଗିରହିଛି | କରୋନା କାଳରେ ବର୍ଷା ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି | ଏହି ବର୍ଷ ଦୁଇଟି ବାତ୍ୟା ହୋଇସାରିଥିବା ବେଳେ ଏବେ ଓଡିଶା ମୁହାଁ ବାତ୍ୟା ” ଗତି ” |
ଅବପାତର ରୂପ ନେଇ ସାରିଛି ଗତି, ଏହା ଫଳରେ ଆପଣ ସମସ୍ତେ ଦେଖି ପାରୁଥିବେ ଯେ କିଛି ଦିନ ଧରି କିଛି ସ୍ଥାନରେ ମେଘୁଆ ପାଗ ରହିଥିବା ବେଳେ କିଛି ସ୍ଥାନରେ ସାମାନ୍ୟ ବର୍ଷା ଦେଖିବାକୁ ମିଳୁଛି | ଆଗାମୀ 4 ଦିନ ମଧ୍ୟରେ ଏହାର ଅଧିକ ଗଭୀର ରୂପ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି | ଅର୍ଥାତ ବର୍ଷା ସାଙ୍ଗକୁ ଘଡଘଡି ଦେଖିବାକୁ ମିଳିବ ଏବଂ ଏହା ପ୍ରଭାବରେ ଅନେକ କ୍ଷୟ କ୍ଷତି ହେବାର ସମ୍ଭାବନା ଥିବା କୁହାଯାଉଛି |
କରାଳ ରୂପ ନେଇ ସାରିଛି ବାତ୍ୟା ଗତି | ଯାହାଫଳରେ ବର୍ଷା ଘଡଘଡି ଆରମ୍ଭ ହୋଇସାରିଛି | ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ଏକ ସୂଚନା ରହିଛି ଯେ ଆଗାମୀ 4 ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଏବଂ ଘଡଘଡି ଲାଗିରହିବ ସାରା ରାଜ୍ୟ ସେ ଏବଂ 10ଟି ଜିଲ୍ଲା ହୋଇପାରନ୍ତି ଅଧିକ ପ୍ରଭାବିତ |
ବାତ୍ୟାରେ ପ୍ରଭାବ 15 ତାରିଖ ପର୍ଯ୍ୟନ୍ତ ଦେଖା ଯିବ, ଯାହାପାଇଁ ପାଣିପାଗ ବିଭାଗ ତରଫରୁ ସଚେତନ କରାଇଦିଆଯାଇଛି | ଗତି ଆନ୍ଦ୍ରପ୍ରଦେଶରେ ହେବ ଏବଂ ଓଡ଼ିଶାର ଦକ୍ଷିଣ ଏବଂ ପଶ୍ଚିମରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିବ |
ଗତି କୁ ଦୃଷ୍ଟିରେ ରଖି ମସ୍ୟଜୀବିଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଥିବା ବେଳେ ଯେଉଁ ମାନେ ଯାଇଛନ୍ତି ସେମାନଙ୍କୁ ଶୀଘ୍ର ଫେରି ଆସିବା ପାଇଁ କୁହାଯାଇଛି |
ବାତ୍ୟା ଗତି ପାଇଁ 5 ଟି ଜିଲ୍ଲାକୁ ଓ଼ରେଙ୍ଗ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ | ଏହି 5ଟି ଜିଲ୍ଲା ହେଉଛି ମାଲକାନଗିରି, ଗଞ୍ଜାମ, ଗଜପତି, ନୟାଗଡ ଏବଂ କୋରାପୁଟ | ଏହି 5ଟି ଜିଲ୍ଲାରେ ଅଧିକ ବର୍ଷା ପବନ ହୋଇପାରେ ଏହା ସହ ଅନ୍ୟ 6 ଟି ଜିଲ୍ଲାକୁ ୱେଲୋ ଆଲର୍ଟ ଦିଆ ଯାଇଛି | ଏହି 6ଟି ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ |
ବନ୍ଧୁଗଣ ଯଦି ଆପଣଙ୍କ ଜିଲ୍ଲା ମଧ୍ୟ ଏହି ଜିଲ୍ଲା ଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ ତେବେ ଆପଣ ମଧ୍ୟ ସତର୍କ ରହିଥାନ୍ତୁ ଏବଂ ଅନ୍ୟକୁ ସତର୍କ କରାନ୍ତୁ|