He Bhagban: ନିର୍ବାଚନ ହରିବା ମାତ୍ରେ ଟ୍ରମ୍ପଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ, ପତ୍ନୀ ମଲାନୀୟା ଙ୍କର….

ଆମେରିକା ର ରାଷ୍ଟ୍ରପତି ନିର୍ବାଚନ ହରିବାପରେ ଟ୍ରମ୍ପଙ୍କୁ ନେଇ ଏକ ବଡ ଖବର ଆସୁଛି | ଏହାର ଅନୁସାରେ ଟ୍ରମ୍ପ ଏକ ବଡ ଅସୁବିଧାରେ ପଡିପାରନ୍ତି | ଜୀବନର ସବୁଠାରୁ ବଡ ପରାଜୟ ର ସାମ୍ନା କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କ ପରିବାରକୁ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି |

ଟ୍ରମ୍ପ ପ୍ରଶାସନର ଜଣେ ପୂର୍ବ ସହଯୋଗୀଙ୍କ ଦାବି ଅନୁସାରେ, ମଲାନୀୟା ଟ୍ରମ୍ପଙ୍କ ଅଫିସ ବାହାରେ ଟ୍ରମ୍ପଙ୍କ ବାହାରିବା ବାଟକୁ ଅପେକ୍ଷା କରିଛନ୍ତି | କାରଣ, ଟ୍ରମ୍ପ ଅଫିସରୁ ବାହାରିବା ମାତ୍ରେ ତାଙ୍କୁ ଛାଡପତ୍ର ଦେବେ | ଏନେଇ UK ର ଏକ ଡେଲିମେଲ ରେ ରବିବାର ଦିନ ଖବର ପ୍ରକାଶିତ ହୋଇଥିଲା |

ଟ୍ରମ୍ପ ଦମ୍ପତି ବେଡ଼ ରୁମରେ ମଧ୍ୟ ଅଲଗା ଅଲଗା ରହୁଥିଲେ

ଅନ୍ୟପକ୍ଷରେ ଆଉଜଣେ ପୂର୍ବ ସହଯୋଗୀ ଅମରାଜା ମେନିଗଲଟ ନ୍ୟୂମେନ କହିଛନ୍ତି ଯେ,ଏହି ଦମ୍ପତିଙ୍କ 15 ବର୍ଷର ବିବାହ ଶେଷ ହୋଇଯାଇଛି | ସେ କହିଛନ୍ତି ଯେ,”ମଲାନୀୟା ବିତୁଥିବା ପ୍ରତ୍ୟେକ ମିନିଟକୁ ଗଣୁଛନ୍ତି | କାହିଁକି ନା, ଟ୍ରମ୍ପ ଅଫିସରୁ ବାହାରିଲା ମାତ୍ରେ ତାଙ୍କୁ ଛାଡପତ୍ର ଦେବେ |”

ଏ ସମ୍ପର୍କରେ ଯୁକ୍ତ ରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ମଲାନୀୟା ଟ୍ରମ୍ପଙ୍କ ବରିଷ୍ଠ ନିର୍ଦେଶକ ଭାବରେ ନିଯୁକ୍ତି ପାଇଥିବା ତାଙ୍କର ପୂର୍ବ ସହଯୋଗୀ ଷ୍ଟାଫନି ବଳ୍କାଫ କହିଛନ୍ତି | ସେ ଏହା ମଧ୍ୟ କହିଛନ୍ତି ଯେ,ହ୍ୱାଇଟ ହାଉସ ରେ ଉଭୟ ଦମ୍ପତି ବେଡ଼ରୁମ ରେ ମଧ୍ୟ ଅଲଗା ଅଲଗା ରହୁଥିଲେ ଏବଂ ତାଙ୍କ ବିବାହ ଏକ ସନ୍ଧି ଦ୍ୱାରା ହୋଇଥିଲା |

କାନ୍ଦି ପକାଇଥିଲେ ଟ୍ରମ୍ପଙ୍କ ବିଜୟରେ
ମଲାନୀୟା ଟ୍ରମ୍ପଙ୍କ ବିଷୟରେ କୁହାଯାଉଛି ଯେ, 2016 ରେ ତାଙ୍କ ସ୍ୱାମୀ ବିଜୟୀ ହେଲା ପରେ ସେ କାନ୍ଦି ପକାଇଥିଲେ | କାରଣ ଟ୍ରମ୍ପ ବିଜୟୀ ହେବେ ବୋଲି ତାଙ୍କର ଜମାବି ଆଶା ନଥିଲା | ମଲାନୀୟାଙ୍କ ସହ ଜଡିତ ଏହି ଖବର ବିଷୟରେ ତାଙ୍କର ଜଣେ ବନ୍ଧୁ ସୂଚନା ଦେଇଛନ୍ତି |

Share Your Views In Comments Below

comments